ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗା ଶିଶୁ ସାହିତ୍ୟ ସଂସଦ ତରଫରୁ ଶିଶୁ ସାହିତ୍ୟିକ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ସମ୍ବର୍ଦ୍ଧିତ

ଜଗା ଶିଶୁ ସାହିତ୍ୟ ସଂସଦ ତରଫରୁ ଶିଶୁ ସାହିତ୍ୟିକ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ସମ୍ବର୍ଦ୍ଧିତ

ଯାଜପୁର , ୧୫|୧୧ (ମସିହା ନ୍ୟୁଜ) ପ୍ରଦୀପ କୁମାର ମଲ୍ଲିକ :ବରୀ ସ୍ଥିତ ଗୋପବନ୍ଧୁ- ରମାଦେବୀ ଆଶ୍ରମ ପରିସରରେ ଓଡ଼ିଶାର ଅଗ୍ରଣୀ ଶିଶୁ ସାହିତ୍ୟ ଅନୁଷ୍ଠାନ ଜଗା ଶିଶୁ ସାହିତ୍ୟ ସଂସଦ, ନାଥପୁର ପକ୍ଷରୁ ପବିତ୍ର ଶିଶୁଦିବସ ଅବସରରେ ଅନୁଷ୍ଠାନର ୩୨ ତମ ସ୍ଵନକ୍ଷତ୍ର ଦିବସ ସଂସଦର ସଭାପତି କପିଳ ଚରଣ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ପଣ୍ଡିତ କାମଦେବ ତ୍ରିପାଠୀ, ଭୁବନ ମୋହନ ମହାନ୍ତି, ଡ଼କ୍ଟର ମହେଶ୍ୱର ଜେନା ସାମନ୍ତ ଏବଂ ଶରତ ଚନ୍ଦ୍ର ଦାସ ଯଥାକ୍ରମେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି,ମୁଖ୍ୟବକ୍ତା ତଥା ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ।ଉପସଭାପତି ଶରତ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସମ୍ପାଦକ ଡ଼କ୍ଟର ଅଜୟ କୁମାର ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।ଏହି ଅବସରରେ ଅନୁସୂୟା ଜେନାଙ୍କ ସମ୍ପାଦିତ “ଶିଶୁ ସୁଧା” ପତ୍ରିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।କବି ନିର୍ମଳ ଗିରିଙ୍କ ଭ୍ରମଣ କାହାଣୀ “ଅନୁଭବରେ ଆକାଶ” ମଧ୍ୟ ଲୋକାର୍ପଣ କରାଯାଇଥିଲା।ଶିଶୁ ସାହିତ୍ୟ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ସାହିତ୍ୟିକ ପ୍ରଦୀପ୍ତ କୁମାର ଦାସ, ଚନ୍ଦ୍ରଶେଖର ସାହୁ, ସତ୍ୟବ୍ରତ ସାହୁ,ବଟକୃଷ୍ଣ ସ୍ବାଇଁ, ସମୀର କୁମାର ପାଢ଼ୀ ଏବଂ ଲମ୍ବୋଦର ଜେନାଙ୍କୁ ମାନପତ୍ର ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ଉତ୍ସବର ପ୍ରାରମ୍ଭରେ ଅଭିମନ୍ୟୁ ସାମନ୍ତ ସିଂହାର ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ରବିନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଡ଼କ୍ଟର ଅମୂଲ୍ୟ କୁମାର ପଣ୍ଡା ଓ କବୟିତ୍ରୀ ଝରଣା ମଲ୍ଲିକଙ୍କ ସଂଯୋଜନାରେ ଏକ ରାଜ୍ୟସ୍ତରୀୟ ଶିଶୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ଉକ୍ତ ଉତ୍ସବରେ ଗ୍ରିନିଜ୍ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡସ୍ ଧାରୀ “ପେପର୍ ମ୍ୟାନ୍ ଇଣ୍ଡିଆ” ର ସୁଯୋଗ୍ୟ ସମ୍ପାଦକ ଶଶାଙ୍କ ଶେଖର ଦାସ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ।ଏହି କବିତା ଆସରରେ ଶତାଧିକ କବି ସ୍ବରଚିତ ଶିଶୁ କବିତା ପାଠ କରିଥିଲେ।ଶେଷରେ ସନ୍ତୋଷ କୁମାର ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related posts

ଗ୍ରାଣ୍ଡ ମେଡିକାଲ ହଲ ର ୨୫ତମ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ 

masiha

ଚେକ୍ ଡେମ୍ଫରେ ଗାଧୋଓଇଲା ବେଳେ ବୃଦ୍ଧାଙ୍କ ସଲିଳ ସମାଧି

Sunil Chandra Nayak

ବାଲିଆଢିପା ଗାଁ ରେ ଦୁଇଟି ପରିବାରର ବାସଗୃହ ନିଆଁରେ ପୋଡ଼ି ଭଷ୍ମିଭୂତ; କାରଣ ଅସ୍ପଷ୍ଟ ; ବାସହରା ହେଲେ ଦୁଇ ପରିବାର

Leave a Comment

error: Content is protected !!