ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ

ରାଉରକେଲାରେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ

ରାଉରକେଲା ୧୫/୧୧, ଆଜି କିମ୍ବଦନ୍ତୀ ପୁରୁଷ ତଥା ବୀର ସ୍ବାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ ରାଉରକେଲା ସହରର ବିର୍ସା ମୁଣ୍ଡା ଛକ ଠାରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ପାଳନ କରାଯାଇଛି। ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା, ସମ୍ମାନୀୟ ଅତିଥି ଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର୍, ରାଉରକେଲା ଇସ୍ପାତ କାରଖାନା କାର୍ଯ୍ଯର୍ନିବାହୀ ନିର୍ଦ୍ଦେଶକ ତରୁଣ କୁମାର ମିଶ୍ର, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି କମିଟିର ଅଧ୍ୟକ୍ଷ ରଞ୍ଜିତ କୁମାର ଟପ୍ପୋଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫାତିମା ଏକ୍କା ଏବଂ ବିର୍ସାମୁଣ୍ଡା ପ୍ରତିମୂର୍ତ୍ତି କମିଟିର ସମ୍ପାଦକ ବିଜୟ କୁମାର ଟପ୍ପୋ ଯୋଗଦେଇଥିଲେ।

       ସ୍ବାଧିନତା ସଂଗ୍ରାମୀ ତଥା କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ ଅବସରରେ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥିମାନଙ୍କ ଦ୍ବାରା ମାଲ୍ୟାର୍ପଣ କରାଯିବା ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଝାଡଖଣ୍ଡରେ ଜନ୍ମିତ କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡା ଭାରତର ସ୍ବାଧିନତା ଆନ୍ଦୋଳନର ଅନ୍ୟତମ ପୁରୋଧା ଥିଲେ। ଝାଡଖଣ୍ଡରେ ବିର୍ସା ମୁଣ୍ଡାଙ୍କୁ ଭଗବାନ ରୂପେ ପୂଜା କରୁଥିବା ବେଳେ ସେ ପ୍ରତ୍ୟେକ ଦିନ ରାଉରକେଲା ଇସ୍ପାତ କାରଖାନା କାର୍ଯ୍ଯାଳୟକୁ ଗଲା ବେଳେ, ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିଙ୍କୁ ଦର୍ଶନ କରି ନମସ୍କାର କରି ଯାଆନ୍ତି ବୋଲି କହିଥିଲେ। ସେହିପରି ସମ୍ମାନୀୟ ଅତିଥି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର୍ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସେ ସ୍ବାଧିନତା ସଂଗ୍ରାମୀ ତଥା କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡାଙ୍କ ବୀରତ୍ବ ବିଷୟରେ ଜାଣି ତାଙ୍କୁ ବହୁତ ଖୁସି ଲାଗିବା ସହିତ ଗର୍ବିତ ମନେ ହେଉଛି।

       ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳନ ଅବସରରେ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥିମାନଙ୍କ ଦ୍ବାରା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ ମାଲ୍ଯାର୍ପଣ କରାଯିବା ପରେ ରାଉରକେଲାର ବିଭିନ୍ନ ସଂଗଠନଙ୍କ ସମେତ ଜିଲ୍ଲା କଂଗ୍ରେସ, ଜିଲ୍ଲା ବିଜେପି ଏବଂ ବିଜୁ ଜନତା ଦଳ ପକ୍ଷରୁ କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ ପାଇଲେ ଗାଳ୍ପିକ ସୁଧୀର ଧଙ୍ଗଡ଼ାମାଝୀ

Sunil Chandra Nayak

Waltair Division to Set Up Assistance Booths for Divyangjan at Major Stations

Sunil Chandra Nayak

ଡାବୁଗାଁରେ ୭୬ ସାଧାରଣତନ୍ତ୍ର ଦିବସ ପାଳିତ 

masiha

Leave a Comment

error: Content is protected !!