ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଶିଶୁ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କାମାକ୍ଷାନଗର (ମନିସ)16/11/25 — ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କେରଜୋଳି ପଞ୍ଚାୟତର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ, କେରଯୋଳି ଠାରେ ବିଶ୍ଵ ଯୁବା କେନ୍ଦ୍ର ଅନୁଗୁଳ ଦ୍ଵାରା ଶିଶୁ ଦିବସ ପାଳନ କରାଯିବା ସହ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ଦିବସ ବାବଦରେ ଅବଗତ କରେଇବା ସହ ସମାଜରେ ସଂସ୍କାର ଆଣିବାକୁ ସଚେତନ କରାଇ ଥିଲେ । ବିଶ୍ଵ ଯୁବା କେନ୍ଦ୍ରର ମନିଷା ସ୍ୱାଇଁ ଶିଶୁ ଦିବସର କାର୍ଯକ୍ରମରେ ଯୋଗ ଦେବା ସହ ବାଲ୍ୟବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନାକୁ ସମାଜରୁ ବନ୍ଦ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସମସ୍ତ କର୍ମଚାରୀ ଓ ଛାତ୍ରୀ ଛାତ୍ରୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ବିଶ୍ଵ ଯୁବା କେନ୍ଦ୍ରର ପୂର୍ଣ୍ଣିମା ସାହୁ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆମପାଣି ବଡ଼ବନ୍ଧ ୟର ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କଲେ ଜନ ପ୍ରତିନିଧି ଓ ଅଧିକାରୀ

Sunil Chandra Nayak

ଜିଲ୍ଲା ସ୍ତରୀୟ ଯୁବ ବିନିମୟ କାର୍ଯ୍ୟକ୍ରମ

masiha

ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ତରଫରୁ ସାଂସଦଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!