ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇଦ୍ରାବାଦ ର ରାଜ୍ୟ ଚିତ୍ରକଳା ଗ୍ୟାଲେରୀରେ ନିପୁଣ ସୁନ୍ଦର କଳା କୃତି ପ୍ରଦର୍ଶନ

ହାଇଦ୍ରାବାଦ ର ରାଜ୍ୟ ଚିତ୍ରକଳା ଗ୍ୟାଲେରୀରେ ନିପୁଣ ସୁନ୍ଦର କଳା କୃତି ପ୍ରଦର୍ଶନ

ନିପୁଣ ସୁନ୍ଦର କଳା କୃତି ପ୍ରଦର୍ଶନ ହୋଇଥିଲା ହାଇଦ୍ରାବାଦ ର ରାଜ୍ୟ ଚିତ୍ରକଳା ଗ୍ୟାଲେରୀରେ l ଯେଉଁଠି ଓଡିଶା ର ଚିତ୍ରକର ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମିଶ୍ର ଙ୍କ ର କଳା କୃତି ପ୍ରଦର୍ଶନ ହୋଇଥିଲା l ଏଥିରେ vision ଗ୍ରୁପ ର କଳାକାର ମାନେ ବିଶେଷ କରି ତୈଳଚିତ୍ର, oil paintings, acrolyc paintings ଆଦି ପ୍ରଦର୍ଶନ କରିଥିଲେ l ଓଡିଶା ର କଳା କାରୁକାର୍ଯ୍ୟ ସୂର୍ଯ୍ୟ ମନ୍ଦିର, କୋଣାର୍କ ମନ୍ଦିର, ଜଗନ୍ନାଥ ମନ୍ଦିର, ମୁକ୍ତେଶ୍ୱର ଏବଂ ଲିଙ୍ଗରାଜ ମନ୍ଦିର ଅନ୍ତର୍ଭୁକ୍ତ ଅଟେ l ଏହା ବ୍ୟତୀତ ଓଡିଶା ର ଐତିହ୍ୟ କଳା ଭାସ୍କର୍ଯ୍ୟ ସୂକ୍ଷ୍ମ କଳା କାରୁକାର୍ଯ୍ୟ ର ପ୍ରଦର୍ଶନୀ କରାଯାଇଛି l ପୁଙ୍ଖାନୁପୁଙ୍ଖ ଭାବରେ ତୂଳୀ ଓ ରଙ୍ଗ ର ସମିଶ୍ରଣ ରେ ଚିତ୍ରକର ର ଅନ୍ତର୍ଶକ୍ତି ସୃଜନୀ ଆଧ୍ୟାତ୍ମିକ ଭାବ କୁ ପ୍ରକାଶ କରା ଯାଇଛି l କଳାକାର ର କଳ୍ପନା, ସୂକ୍ଷ୍ମ ଚେତନା ଅନ୍ତର୍ଶକ୍ତି ପ୍ରକୃତିର ସ୍ବର୍ଗୀୟ ଶାଶ୍ୱତ ଅନୁଭୂତି ର ପ୍ରକାଶ ମାତ୍ର l କେଵଳ ମନ୍ଦିର ନୁହେଁ ସମୁଦ୍ର,ପlହlଡ ପର୍ବତ ଜଙ୍ଗଲ, ଝରଣା, ଉପତ୍ୟକା ପ୍ରକୃତି ର ଅନୁପମ ସୁଷମା ସୌନ୍ଦର୍ଯ୍ୟ କୁ ପରିପ୍ରକାଶ କରିଛନ୍ତି ନିଜ କଳା କୌଶଳ ମାଧ୍ୟମରେ l ‘ସୁନ୍ଦର ସୃଷ୍ଟି ର ଅବସାଦ ନାହିଁ ଯେତେ ଦେଖୁଥିଲେ ସେତେ ଦେଖୁଥାଇ’ l ସେହିପରି ଦିବ୍ୟ ଅନୁଭୂତି କୁ ନେଇ ପ୍ରକୃତିର ସୌନ୍ଦର୍ଯ୍ୟ ରେ ନିଜକୁ ନିମଗ୍ନ କରି ଈଶ୍ୱରୀୟ ଭାବ ହୃଦୟ ରେ ଧରି ନିଜର କଳ୍ପନା ର ରଙ୍ଗ ରେ ତାକୁ ରଙ୍ଗେଇଛନ୍ତି l ‘A thing of beauty is joy for ever ‘. ଈଶ୍ୱର ଙ୍କ ଆଶୀର୍ବାଦ ରୁ ଏହା ସମ୍ଭବ ହେଇପାରିଛି l

 ଇନ୍ଦିରା ମିଶ୍ର, ତମlଣ୍ଡୋ, କେନ୍ଦ୍ରୀୟ ବିହାର, ଭୂବନେଶ୍ୱର ଙ୍କ ରିପୋର୍ଟ୍ 

Related posts

ସ୍ପନ୍ଦନ ଙ୍କ ବିୟୋଗେ ଯୋଡ଼ା ବାସୀ ସ୍ତୋବ୍ଧ

Sunil Chandra Nayak

୭୨ ବର୍ଷୀୟା ବିଧବା ବୁଦନ୍ତି ହରିଜନ ଙ୍କୁ ମିଳୁନି ଚାଉଳ ଏବଂ ପେନସନ

masiha

କାଳବୈଶାଖୀ ରେ ବ୍ଲକ ପରିସରରେ ଭାଙ୍ଗିଥିବା ତିନୋଟି ଗଛକୁ ସଫା କଲା ଦମକଳ ବାହିନୀ

masiha

Leave a Comment

error: Content is protected !!