ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ

ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ

ରାୟଗଡ଼ ତା ୧୯-୬-୨୦୨୫ —  ଜିଲ୍ଲାପାଳ ରlୟଗଡ଼ ପାରୁଲ ପଟାୱରୀଙ୍କ ନିର୍ଦ୍ଦେଶ କ୍ରମରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଆନୁକୁଲ୍ୟରେ ଗୁରବାର ଦିନ ରାୟଗଡ଼, ବିଷମକଟକ ଓ ଗୁଣପୁର ବ୍ଲକରେ ଥିବା ତିନୋଟି ବନ୍ୟା ଆଶ୍ରୟସ୍ଥଳୀ ସ୍ତରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ ବ୍ଲକର ହାଟ ଶେଷଖାଲ ଠାରେ ଅନୁଷ୍ଠିତ ମକ୍ ଡ୍ରିଲରେ ବିଡିଓ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁଚରଣ ନାୟକ, ବନ୍ୟା ଆଶ୍ରମ ସ୍ଥଳୀର ସଂପାଦକ ପି ସୁଧିର କୁମାର,ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଡ: ସୁନୀଳ ପ୍ରସାଦ ମହାପାତ୍ର, ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ଗୋପାଳ ପଣ୍ଡା ଓ ସ୍ମୃତିରକ୍ଷା ନାୟକ, ହାଟ ଶେଷଖାଲ ସରପଞ୍ଚ ଜେଟି କିଲାକା,ସମିତି ସଭ୍ଯ କ୍ରିଷ୍ଣା କଲକା,ନିର୍ବାହୀ ଅଧିକାରୀ ମନୋଜ ଜିଲାକାରା ସମେତ ଜଙ୍ଗଲ, ମହିଳା ଓ ଶିଶୁ ବିକାଶ ରୁ ସୁପରଭାଇଜର ଏମ୍ ମାଙ୍ଗାମା, ଭାରଚ୍ୟୁ ଏନଜିଓରୁ ଜେ ପରମେଶ୍ବର, ମିଶନ ଶକ୍ତି, ଶିକ୍ଷା, ପଞ୍ଚାୟତି ରାଜ, ଅଗ୍ନିଶମ,ରାଜସ୍ୱ ଆଦି ବିଭାଗୀୟ ଅଧିକାରୀ, ଶେଷଖାଲ ସମେତ ନିକଟସ୍ଥ ଗ୍ରାମ ପଞ୍ଚାୟତର ସମିତି ସଭ୍ଯ ଓ ନିର୍ବାଚିତ ପ୍ରତିନିଧି, ଆଶା ଓ ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଯୁବ ଗୋଷ୍ଠୀ, ମହିଳା ଓ ଜନସାଧାରଣ ଯୋଗ ଦେଇଥିଲେ ।

      ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କାରଖାନା ଓ ବାଷ୍ପିତ୍ର ଉପ ନିର୍ଦ୍ଦେଶକ ଚିତ୍ତରଞ୍ଜନ ବେହେରା ଅବଜେରଭର ରୂପେ ଯୋଗଦେଇଥିଲେ । ଏବିଡିଓ ଶ୍ରୀ ନାୟକ ସ୍ବାଗତ ଭାଷଣ ଦେଇଥିଲେ । ବିଡିଓ ଶ୍ରୀ ମିଶ୍ର ଜିଲ୍ଲା ସ୍ତରରୁ ପ୍ରାପ୍ତ ପାଣିପାଗ ସମ୍ପର୍କିତ ବାର୍ତ୍ତା ବିଷୟରେ ଅବଗତ କରାଇବା ସହ ବାତ୍ୟା ଆଶ୍ରୟସ୍ଥଳୀରେ ଉପଲବ୍ଧ ବ୍ୟବସ୍ଥା ବିଷୟରେ ଜଣାଇଥିଲେ । ଡ: ମହାପାତ୍ର ବନ୍ୟା, ବାତ୍ୟା ସମୟରେ କିପରି ଧନ, ସଂପଦ ସହ ନିଜର ଜୀବନ ସୁରକ୍ଷା ଓ ଯତ୍ନ କରିପାରିବା ତାହା କହିଥିଲେ । ଅଗ୍ନିଶମ ବିଭାଗ ବନ୍ୟା ପ୍ରପୀଡିତ ଅଞ୍ଚଳର ସ୍ଥିତି ଓ ସମାଜ ପାଇଁ ଭୂମିକା ବର୍ଣ୍ଣନା କରିଥିଲେ । ଶେଷରେ ଅଗ୍ନିଶମ ବାହିନୀ ବିଭିନ୍ନ ଯନ୍ତ୍ରପାତିର ଆବଶ୍ୟକ ସମୟରେ ବ୍ୟବହାର କୌଶଳ ପ୍ରଦର୍ଶନ କରିଥିଲେ । ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।  ବିପର୍ଯ୍ୟୟର ପରିଚାଳନା ନିମନ୍ତେ ବୁଧବାର ଦିନ ଯୋଜନା ପ୍ରସ୍ତୁତି ଓ ଗୁରୁବାର ଦିନ କ୍ଷେତ୍ର ସ୍ତରୀୟ ଅଭ୍ଯାସ ଆକସ୍ମିକ ବିପର୍ଯ୍ୟୟ ସମୟରେ ଜନସାଧାରଣ ଓ ପରିଚାଳନା ଅଧିକାରୀଙ୍କ ନିମନ୍ତେ ଅଧିକ ଉପାଦେୟ ହେବ ବୋଲି ବିଡିଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

ସେହିପରି ଵିଷମ କଟକ ବ୍ଲକ ଅନ୍ତର୍ଗତ କୁତ୍ରାଗଡ଼ ବାତ୍ୟା ଆଶ୍ରୟ ସ୍ଥଳୀରେ ବିଷମକଟକ ବିଡିଓ ଶିବ ପଟ୍ଟନାୟକ, ତହସିଲଦାର ଏ ଭେଙ୍କେଟ ରେଡ୍ଡୀ, ଓସ୍ଡମା ରାଜ୍ୟ ପ୍ରକଳ୍ପ ଅଧିକାରୀ ଡାକ୍ତର ସଂଗୀତ ଦାଶ, ଜିଲ୍ଲା ପ୍ରଦୋସ ରଞ୍ଜନ ପାତ୍ର,ଅଗ୍ନିଶମ୍ମ ଅଧିକାରୀ କୈଲାଶ ପ୍ରଧାନ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋଜ କୁମାର ନାହାକ, କୁତ୍ରାଗଡ଼ ସରପଞ୍ଚ ଇଲାଇମାଇ ପୀଡିକlକl,ଅନ୍ୟାନ୍ୟ ବ୍ଳକସ୍ତରୀୟ ଅଧିକାରୀ, ଜନସାଧାରଣ ଯୋଗଦାନ କରିଥିଲେ l ସେହିପରି ଗୁଣୁପୁର ବାତ୍ୟା ଆଶ୍ରୟ ସ୍ଥଳୀରେ ପୌର ନିର୍ବାହୀ ଅଧିକାରୀ ନେତୃତ୍ୱରେ ମିକଡ୍ରିଲ ଅନୁଷ୍ଠିତ ହୋଇଥିଲା 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବଗେଇପଦରରେ ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳିତ  

masiha

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

masiha

ଜିଲ୍ଳା କିନ୍ନର ସଙ୍ଘ କୁ ତ୍ରିପାଠୀ ପରିବାର ପକ୍ଷରୁ ଆର୍ଥିକ ସହାୟତା

Sunil Chandra Nayak

Leave a Comment

error: Content is protected !!