ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରମ୍ବାର ସରକାରୀ ଜମି ହଡପ ଅଭିଯୋଗ ହେବା ପରେ ପ୍ରଶାସନର ତତ୍ପରତା |ଷ୍ଟଲ, କୋଠା ଭାଙ୍ଗିବାକୁ ଜିଲ୍ଲାପାଳଙ୍କ ନୋଟିସ 

ବାରମ୍ବାର ସରକାରୀ ଜମି ହଡପ ଅଭିଯୋଗ ହେବା ପରେ ପ୍ରଶାସନର ତତ୍ପରତା |ଷ୍ଟଲ, କୋଠା ଭାଙ୍ଗିବାକୁ ଜିଲ୍ଲାପାଳଙ୍କ ନୋଟିସ 

ନବରଙ୍ଗପୁର: (୧୯|୬)(ରବି ନାରାୟଣ ମହାନ୍ତି)-ରାଜ୍ୟରେ ବିଜେଡି ଶାସନ ସତ୍ତାରେ ଥିବା ବେଳେ କିଛି ଦଳୀୟ ପ୍ରତିନିଧି ଓ ବରିଷ୍ଠ କର୍ମୀ ନିଜ କ୍ଷମତାର ଦୁରୁପ ଯୋଗ କରି ସରକାରୀ ଜମି ସବୁରେ ମାଡିବସି କେଉଁଠି କୋଠା, କେଉଁଠି ଷ୍ଟାଲ ତ ଆଉ କେଉଁଠି ଆଉ କଣ ସବୁ ନିର୍ମାଣ କରି ଚାଲିଥିଲେ |ସ୍ଥାନୀୟ ଜନତା ଯେତେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କର ଅଭିଯୋଗ ଶୁଣିବାକୁ କେହି ନଥିଲେ, ଓଲଟା ସେମାନଙ୍କୁ ଡରେଇ ଧମକାଇ ଚୁପ ରଖୁଥିଲେ |ବିଜେଡି ନେତାମନ୍ତ୍ରୀଙ୍କ ଗୁଣ୍ଡାରାଜକୁ ଭୟକରି ସାଧାରଣ ଲୋକେ ମୁହଁ ଖୋଲିବାକୁ ଭୟ କରୁଥିଲେ |ହେଲେ ରାଜ୍ୟରେ ବିଜେପି ସରକାର ଶାସନକୁ ଆସୁଆସୁ ଏବେ ସବୁ ଗୁମର ଧୀରେ ଧୀରେ ଖୋଲିବାକୁ ବସିଛି |ଏମିତି କିଛି ଗୁମର ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରୁ ବି ବାହାରିଛି |ବିଜେପି ସରକାର ଶାସନକୁ ଆସିବାପରେ ସ୍ଥାନୀୟ ଲୋକ ନିର୍ଭୟରେ ସରକାରୀ ଜମି ହଡପ କରାଯିବ, ସରକାରୀ ଜମି ଉପରେ ବେନିୟମ ଭାବେ ଷ୍ଟଲ, କୋଠା ନିର୍ମାଣ କରିବା ଆଦି ଅଭିଯୋଗ ଜିଲ୍ଲାପାଳଙ୍କୁ ବାରମ୍ବାର ଦେବା ପରେ ଜିଲ୍ଲାପାଳ ମଧ୍ୟ ବର୍ତ୍ତମାନ ଆକ୍ସନ ମୁଡ଼ରେ ଥିବା ଜଣାପଡିଛି |କିଛି ବିଜେଡି ନେତା ନିଜ କ୍ଷମତାର ଦୁରୁପ ଯୋଗ କରି ଯେଉଁ ଯେଉଁ ସରକାରୀ ଜାଗା ସବୁ ମାଡି ବସିଥିଲେ, ସେସବୁ ଜାଗା ଗୁଡିକୁ ଚିହ୍ନଟ କରି ତା ଉପରେ ନିର୍ମିତ କୋଠା, ଷ୍ଟଲ ଆଦିକୁ ଭାଙ୍ଗିଦେବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଏକ ନୋଟିସ ହୋଇଥିବା ସୂଚନା ମିଳିଛି |ବର୍ତ୍ତମାନ ଦେଖିବାକୁ ବାକି ରହିଲା ରାଜସ୍ବ ବିଭାଗ କେବେ ପଦକ୍ଷେପ ନେଉଛି ଓ ଦୋଷୀ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି, ଦେଖିବାକୁ ଚାହିଁ ରହିଛନ୍ତି ଜନତା ଜନାର୍ଦ୍ଦନ,ତାହା ସମୟକୁ ଅପେକ୍ଷା?

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଚାରପତିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବାରହାତ ଖଡ୍ଗ ଶୋଭାଯାତ୍ରାରେ ଯୋଗଦେବା ପାଇଁ ଆହ୍ବାନ 

Sunil Chandra Nayak

Leave a Comment

error: Content is protected !!