ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁ ନାନକ ପବ୍ଲିକ୍ ସ୍କୁଲ ପକ୍ଷରୁ ଜାତୀୟ ପ୍ରେସ୍ ଦିବସରେ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ଗୁରୁ ନାନକ ପବ୍ଲିକ୍ ସ୍କୁଲ ପକ୍ଷରୁ ଜାତୀୟ ପ୍ରେସ୍ ଦିବସରେ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ରାଉରକେଲା ୧୬/୧୧, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ରୂପେ ପରିଚିତ ଗଣମାଧ୍ୟମ ବିନା ଗଣତନ୍ତ୍ରର ମୂଲ୍ଯବୋଧ କିଛି ନଥାଏ। ଯେକୌଣସି ଦେଶର ସ୍ବାଧୀନତା ପ୍ରାପ୍ତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଗଣମାଧ୍ୟମ। ଭାରତର ସ୍ୱାଧୀନତା ପ୍ରାପ୍ତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଗଣମାଧ୍ୟମକୁ ସାମ୍ବିଧାନିକ ଅଧିକାର ମିଳି ନଥିଲେ ମଧ୍ୟ ଗଣମାଧ୍ୟମ କେବଳ ଚତୁର୍ଥ ସ୍ତମ୍ଭ ରୂପେ ପରିଚିତ ରହିଛି। ୧୯୬୬ ମସିହାରେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ଗଠନ ହେବା ପରଠାରୁ, ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ୍ ଦିବସ ରୂପେ ପାଳନ କରାଯାଇଆସୁଛି।

      ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଉଥିଲେ ମଧ୍ୟ ରାଉରକେଲା ସହରର ସେକ୍ଟର-୨୧ରେ ଥିବା ଗୁରୁ ନାନକ ପବ୍ଲିକ୍ ସ୍କୁଲ ତରଫରୁ ଜାତୀୟ ପ୍ରେସ୍ ଦିବସକୁ ପାଳନ କରାଯାଇ ଗଣମାଧ୍ୟମର ପ୍ରତ୍ଯେକ ସାମ୍ବାଦିକଙ୍କୁ ସମ୍ମାନିତ କରାଯିବା ଗଣତନ୍ତ୍ରରେ ଗଣମାଧ୍ୟମର ମୂଲ୍ଯବୋଧ ରହିଛି ବୋଲି ସୂଚିତ କରାଏ। ଗୁରୁ ନାନକ ପବ୍ଲିକ୍ ସ୍କୁଲ, ରାଉରକେଲାର ପ୍ରଥମ ସ୍କୁଲ, ଯିଏ ଜାତୀୟ ପ୍ରେସ୍ ଦିବସକୁ ପ୍ରତି ବର୍ଷ ପାଳନ କରିବା ସହିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ମାନିତ କରୁଛି। ସେଥିପାଇଁ ସାମ୍ବାଦିକମାନଙ୍କ ପକ୍ଷରୁ ଗୁରୁ ନାନକ ପବ୍ଲିକ୍ ସ୍କୁଲକୁ ଧନ୍ୟବାଦ ଅର୍ପଣ କରଯାଇଛି ।

        ଆଜି ଗୁରୁ ନାନକ ପବ୍ଲିକ୍ ସ୍କୁଲ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ଅବସରରେ ପ୍ରତ୍ଯେକ ସାମ୍ବାଦିକଙ୍କୁ ପୁଷ୍ପଗୁଚ୍ଛ ଏବଂ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିପାଇଁ ଗଣମାଧ୍ୟମର ପ୍ରତିନିଧିମାନଙ୍କ ତରଫରୁ ସ୍କୁଲର ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଦେବିନ୍ଦର ସିଂହ, ପ୍ରିନ୍ସିପାଲ ଡକ୍ଟର ପାପରୀ ରାୟ ଚୌଧୁରୀ, କାର୍ଯ୍ୟକାରୀ ସଭ୍ଯ ତେଜିନ୍ଦର ସିଂହ, ଚମକର ସିଂହ, ସୁଖବିନ୍ଦର ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶୀର୍ଷକ – ନଳବଂଶ କାଳୀନ ଐତିହ୍ୟର ସଂରକ୍ଷଣ ଦାବୀରେ ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗକୁ ଦାବୀପତ୍ର 

Sunil Chandra Nayak

କ୍ୟାନ୍ସର ରୋଗରେ ମହିଳାଙ୍କ ମୃତ୍ୟୁ

Sunil Chandra Nayak

୩୫ତମ ଜାତୀୟ ସଡ଼କ ସୂରକ୍ଷା ସପ୍ତାହ ୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!