ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ ସମାରୋହ-୨୦୨୫

ରାଉରକେଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ ସମାରୋହ-୨୦୨୫

ରାଉରକେଲା ୧୬/୧୧, ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ ସମାରୋହ – ୨୦୨୫ ଉଦିତନଗର ଆଇ ଟି ଡି ଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ୧୯୬୬ ମସିହାରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ଗଠନ ହେବା ପରଠାରୁ ଏହି ଜାତୀୟ ପ୍ରେସ୍ ଦିବସ ପ୍ରତିବର୍ଷ ପାଳନ ହୋଇଆସୁଛି।

        ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମ ସାମ୍ବିଧାନିକ ମାନ୍ଯତା ପ୍ରାପ୍ତ ହୋଇନଥିଲେ ମଧ୍ୟ ଜାତୀୟ ପ୍ରେସ୍ ଦିବସର ମାନ୍ଯତା ରହିଛି। ଆଜିର ରାଉରକେଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ପାଳନ ସମାରୋହ – ୨୦୨୫ ଅବସରରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦୀନାଃ ଦସ୍ତଗୀର୍ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ରାଉରକେଲା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫାତିମା ଏକ୍କା, ବଣାଇଁ ଅତିରିକ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସମେତ ଆଜିର ଏହି ଜାତୀୟ ପ୍ରେସ ଦିବସ ପାଳନ ସମାରୋହକୁ ପରିଚାଳନା କରିଥିଲେ ମହେନ୍ଦ୍ର ମିଶ୍ର।

       ଆଜିର ଜାତୀୟ ପ୍ରେସ୍ ଦିବସ ପାଳନ ସମାରୋହ-୨୦୨୫ର ଆଲୋଚନାର ବିଷୟ ଥିଲା, “ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ବସନୀୟତାର ସଂରକ୍ଷଣ”। ଆଲୋଚନାରେ ଭାଗନେଇ ଗଣମାଧ୍ୟମର ସାମ୍ବାଦିକମାନେ ପ୍ରତ୍ଯେକ ନିଜ ନିଜର ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ।

       ମୁଖ୍ୟ ଅତିଥି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ସୁଶ୍ରୀ ଦୀନାଃ ଦସ୍ତଗୀର୍ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ବସନୀୟତାର ସଂରକ୍ଷଣ ବିଷୟରେ ଆଲୋକପାତ କରିବା ସହିତ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ମଧ୍ୟ ନିଜର ମତବ୍ୟକ୍ତ କରିଥିଲେ। 

     ଏହି ଅବସରରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦୀନାଃ ଦସ୍ତଗୀର ଏବଂ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କୁ ଉତ୍ତରୀୟ ଦେଇ ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ରାଉରକେଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫାତିମା ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର ସହରର ସର୍ଵପୁରାତନ ୧୫୦ ଵର୍ଷ ତଳର କୂଅ ପୁନରୁଦ୍ଧାର 

Sunil Chandra Nayak

ଧର୍ମଗଡ଼ ଓଷ୍ଟା ତରଫରୁ ବ୍ଲକ ସ୍ତରୀୟ ଶିଶୁମେଳା ଅନୁଷ୍ଠିତ

Sunil Chandra Nayak

କଡ଼ାକଡ଼ିଭାବେ ପାଳନ ହେବ ନିର୍ବାଚନ ଆଦର୍ଶ ଆଚରଣ ବିଧି 

masiha

Leave a Comment

error: Content is protected !!