ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଚେମ୍ବର ଅଫ କମର୍ସର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଧର୍ମଗଡ ଚେମ୍ବର ଅଫ କମର୍ସର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଣିଜ୍ୟ,ସହରୀ ସଭ୍ୟତାର ପ୍ରାଚୀନ ସଂସ୍କୃତି….

ବାଣିଜ୍ୟ,ସହରୀ ସଭ୍ୟତାର ପ୍ରାଚୀନ ସଂସ୍କୃତି। ବ୍ୟବସାୟରେ କ୍ରେତା ବିକ୍ରେତା ପରସ୍ପର ପରିପୂରକ ହେତୁ ସାମାଜିକ ସଦଭାବ ପ୍ରତିଷ୍ଠିତ ହୋଇଥାଏ ବୋଲି ଚେମ୍ବର ଅଫ କମର୍ସର ଦଶମ ବାର୍ଷିକ ଉତ୍ସବରେ ଅତିଥି ମାନେ ପ୍ରକାଶ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ହୋଟେଲ ରୟାଲ ପେଲେସ ଠାରେ ଚେମ୍ବର ଅଫ କମର୍ସର ଦଶମ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ସଙ୍ଘର ସଭାପତି ବିଦ୍ୟାଧର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ପ୍ରତାପ କିଶୋର ମୁଣ୍ଡ,ଧର୍ମଗଡ ନଗରପାଳ ଅଶୋକ କୁମାର ମହାନ୍ତି,ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଧର୍ମଗଡ ଅଞ୍ଚଳରେ ବ୍ୟବସାୟିକ କ୍ଷେତ୍ର ରେ ଚେମ୍ବର ଅଫ କମର୍ସ ଭୂମିକା ସମ୍ପର୍କରେ ଆଲୋକପାତ କରିଥଲେ। ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ବରିଷ୍ଠ ବ୍ୟବସାୟୀ ସୁକଲାଲ ଅଗ୍ରୱାଲ, ସଙ୍ଘର ଉପ ସଭାପତି ଯଶୋବନ୍ତ ମେହେର ମଞ୍ଚାସୀନ ଥିଲେ। ସାଧାରଣ ସଂପାଦକ ଅରୁଣ କୁମାର ତାୟଲ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥଲେ।ସଙ୍ଘର ଆଇନ ପରାମର୍ଶ ଦାତା ଆଇନଜୀବୀ ରାଜେନ୍ଦ୍ର ମୁନି କାର୍ଯକ୍ରମ ପରିଚାଳନା କରିଥିବା ବେଳେ ସହ ସଂପାଦକ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଧନ୍ୟବାଦ୍ ପ୍ରଦାନ କରିଥଲେ। ଏହି ଅବସରରେ ବୟୋଜ୍ୟେଷ୍ଠ ବ୍ୟବସାୟୀ ହେମରାଜ ସାହୁ, ନରେଶ ଅଗ୍ରୱାଲ, ଭାନୁ ପ୍ରତାପ ମିଶ୍ର,ହୁକୁମ ଚାନ୍ଦ ଅଗ୍ରୱାଲ, ରାଜୁଲାଲ ଅଗ୍ରୱାଲ, ରଘୁନାଥ ପଣ୍ଡା, ରୋଷନଲାଲ ଅଗ୍ରୱାଲ, ସୁରେଶ ଅଗ୍ରୱାଲ, ମୁରଲୀ ଅଗ୍ରୱାଲ, ଜୟ ଭଗବାନ ଅଗ୍ରୱାଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଯୁବ ପ୍ରତିଭା ଭାବେ ଯୁବ ବ୍ୟବସାୟୀ ଜ୍ୟୋତି ଅଗ୍ରୱାଲ,ରାଜେଶ ମିତ୍ତଳ, ରୂପେଶ ଅଗ୍ରୱାଲ,ସାମ୍ୱାଦିକ ବୈଦ୍ୟନାଥ ବେହେରା ଓ ଓଡ଼ିଶା ପବ୍ଲିକ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ରାଜ କୁମାର ସିଂଙ୍ଘଲ୍ ଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସଂଘର ଉପ ସଭାପତି ସୁବାସ ଅଗ୍ରୱାଲ, ସହ ସଂପାଦକ ଅତୁଲ୍ୟ ମେହେର, କୋଷାଧ୍ୟକ୍ଷ ସରୋଜ ସାହୁ ସକ୍ରୀୟ ସଦସ୍ୟ ହରେଶ ଅଗ୍ରୱାଲ,ଜଗନ୍ନାଥ ପୃଷ୍ଟି, ବିକାଶ ମେହେର, ପଙ୍କଜ ଅଗ୍ରୱାଲ, ମୁନ୍ନା ନାଏକ, ସୁରେନ୍ଦ୍ର ମୁନି, ମିନ କେତନ ସାହୁ, ପ୍ରବୀଣ ଅଗ୍ରୱାଲ,ଦୀପକ ଅଗ୍ରୱାଲ ପ୍ରମୁଖ ଙ୍କ ସହଯୋଗରେ କାର୍ଯକ୍ରମ ସଫଳତାର ସହ ଶେଷ ହୋଇଥିଲା। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମୋ ଘର ଯୋଜନା ସମ୍ପର୍କିତ ସଚେତନତା କର୍ମଶାଳା

Sunil Chandra Nayak

ପେଞ୍ଜୋରାଣୀ ପତ୍ରିକାର ଉନ୍ମୋଚନ ଓ କବିତା ଆସର

Sunil Chandra Nayak

ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ରାଜେନ୍ଦ୍ର ନାଏକ, ବିଭିନ୍ନ ମହଲରୁ ଶୁଭେଚ୍ଛା

masiha

Leave a Comment

error: Content is protected !!