ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ରେ ଅଭିଯୋଗ ଶୁଣାଣି ଶିବିର 

ଧର୍ମଗଡ ବ୍ଲକ ରେ ଅଭିଯୋଗ ଶୁଣାଣି ଶିବିର 

ଧର୍ମଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ , ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି ଶୁଭ୍ରାଂଶୁ ଶେଖର ମିଶ୍ର , ବିଡ଼ିଓ ସଦାଶିବ ନାୟକ ,ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ସମେତ ସମସ୍ତ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣୀ ଶିବିର ରେ ପକ୍କାଘର, ରାସନ କାର୍ଡ, ଭତ୍ତା, ଗମନାଗମନ, ପାନୀୟ ଜଳ ଭଳି ଅନେକ ସମସ୍ୟା ଉପରେ ଅଭିଯୋଗ ଆସି ଥିବା ବେଳେ ଏହାର ବିଚାର ହୋଇଥିଲା । ଏହି ଜନ ଶୁଣାଣି ଶିବିରରେ ମୋଟ ୬୩ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୪୭ ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୫ ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ଏଥିରେ ୬ ଟି ମାମଲା ର ତୁରନ୍ତ ସମାଧାନ ହୋଇଥିଲା। କାର୍ଯ୍ୟକ୍ରମ କୁ ଜିପିଡିଓ ଦେବୀପ୍ରସାଦ ମେହେର ପରିଚାଳନା କରିଥିଲେ. ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦିଲ୍ଲୀ ଅଭି ମୁଖେ ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କ ଯାତ୍ରା

masiha

ଜାତୀୟ ଜୁଡୋରେ ସଫଳତା ଆଣିଲେ କେନ୍ଦୁଝର ଝିଅ ବୈଷ୍ଣବୀ

Sunil Chandra Nayak

ଡି.ଆଇ.ଇ.ଟି.ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ,ଆସ ସ୍କୁଲ ଯିବା ସଚେତନତା ପଦଯାତ୍ରା ଓ କ୍ରିୟାତ୍ମକ ଗବେଷଣା କର୍ମଶାଳା- ୨୦୨୫ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!