ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଭୈରବୀ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ କଳାହାଣ୍ଡି ଇଲେଭେନ ଷ୍ଟାରକୁ ୨-୧ ଗୋଲରେ ହରାଇ ଭଇଁରିଗୁଡା ଚମ୍ପିୟାନ

ମା ଭୈରବୀ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ

କଳାହାଣ୍ଡି ଇଲେଭେନ ଷ୍ଟାରକୁ ୨-୧ ଗୋଲରେ ହରାଇ ଭଇଁରିଗୁଡା ଚମ୍ପିୟାନ

ଲାଞ୍ଜିଗଡ଼,୧୭/୧୧-ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ହରିହରପୁରସ୍ଥିତ ମା ଭୈରବୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆଜି ଫାଇନାଲ ମ୍ୟାଚ ସହିତ ଉଦଯାପିତ ହୋଇଯାଇଛି। ଆଜିର ଫାଇନାଲ ମ୍ୟାଚ ଜୁନାଗଡ଼ ଭଇଁରିଗୁଡ଼ା ଦଳ ଓ କଳାହାଣ୍ଡି ଇଲେଭେନ ଷ୍ଟାର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଇଲେଭେନ ଷ୍ଟାରକୁ ୨-୧ ଗୋଲରେ ହରାଇ ଭଇଁରିଗୁଡ଼ା ଦଳ ବିଜୟୀ ହୋଇଥିଲା। ମ୍ୟାଚରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ସମାଜସେବୀ ଶ୍ରୀଧର ସାହୁ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ତୁଳ, ଗୋପାଳଦାସ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଜଗନ୍ନାଥ ଚଣ୍ଡୀ, ଉପସଭାପତି ହେମନ୍ତ ଚଣ୍ଡୀ, ସମ୍ପାଦକ ଗଣେଶ ଗଉଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ କିଶୋର ଘଡେଇ, ଯଶୋବନ୍ତ ପାତ୍ର, ସୁନୀଲ କୁମାର ମ୍ୟାଚ ପରିଚାଳନା କରିଥିଲେ। ଯୁଜେଷ୍ଟି ଚଣ୍ଡୀ ଧାରା ବିବରଣୀ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ସଦସ୍ୟ ଯୁଗେଶ୍ବର ଚଣ୍ଡୀ, ଆନନ୍ଦ ମାଝୀ, ବିକାଶ ଚଣ୍ଡୀ, କହ୍ନେଇ କଟା, ବବଲୁ ଚଣ୍ଡୀ ପ୍ରମୁଖ ସହଯୋଗ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ହକି ବିଶ୍ୱ କପ ହକିର ପଲିଶ୍ରୀ ମେଳା ଉଦଯାପିତ

Sunil Chandra Nayak

ବିଭିନ୍ନ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକ ଦ୍ରବ୍ୟ ର କୁପରିଣାମ ଉପରେ ବିଶେଷ ସଚେତନତା ସୃଷ୍ଟି ପାଇଁ ଶୋଭାଯାତ୍ରା, ସ୍ଵାସ୍ଥ୍ୟ ମେଳା ଓ ରକ୍ତ ଦାନ ଶିବିର 

masiha

ସୁସ୍ଥରେ ଜିଈଁବା ପାଇଁ ନିଶାନିବାରଣ ଓ ଶାରିରୀକ ପରିଶ୍ରମ ଜରୁରତା ନେଇ ଅଭିରାମ ଙ୍କ ଝାରସୁଗୁଡ଼ା ରୁ ରାଇରଙ୍ଗପୁର ସଚେତନତା ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!