ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣ ଜନତାଙ୍କ ମଧ୍ୟରେ ସମ୍ବିଧାନର ଅବଧାରଣା ଆବଶ୍ୟକ ମହାବୀରପଡ଼ା ସିଭିଲ ସୋସାଇଟିର ବାର୍ଷିକ ଉତ୍ସବ

ସାଧାରଣ ଜନତାଙ୍କ ମଧ୍ୟରେ ସମ୍ବିଧାନର ଅବଧାରଣା ଆବଶ୍ୟକ

ମହାବୀରପଡ଼ା ସିଭିଲ ସୋସାଇଟିର ବାର୍ଷିକ ଉତ୍ସବ

 ଭବାନୀପାଟଣା, ୧୭/୧୧-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସର୍ବ ପୁରାତନ ମହାବୀର ପଡ଼ା ସିଭିଲ ସୋସାଇଟିର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ମହାବୀର ରଙ୍ଗମଞ୍ଚରେ ଆୟୋଜିତ ଏହି ଉତ୍ସବର ପ୍ରାରମ୍ଭରେ ପୂର୍ବତନ ଫୁଟବଲ ଖେଳାଳୀ ତଥା ବରିଷ୍ଠ ନାଗରିକ ଶଶୀଭୁଷଣ ବାବୁ ପତାକା ଉତ୍ତୋଳନ କରି ଉତ୍ସବର ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହାପରେ ‘ଭାରତର ବିକାଶରେ ସିଭିଲ ସୋସାଇଟିର ଭୂମିକା’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସିଭିଲ ସୋସାଇଟିର ସଭାପତି ସନ୍ତୋଷ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଉତ୍ସବ କମିଟିର ଅଧ୍ୟକ୍ଷ ଶାନ୍ତନୁ ବେହେରା, ଉପଦେଷ୍ଟା ଭବେନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବାବେଳେ ସୋସାଇଟିର ସଂପାଦକ ମହମ୍ମଦ ବୁରହାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ୪୦ରୁ ଉର୍ଦ୍ଧ୍ଵ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଭାରତୀୟ ସମ୍ବିଧାନର ଅବଧାରଣା ଦେଶର ପ୍ରତିଟି ଜନସାଧାରଣଙ୍କ ମଧ୍ୟରେ ପହଂଚାଇବା ସହିତ ଦେଶର ମହାନ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଆଜି ଦିନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ। ଅପରାହ୍ନରେ ଛାତ୍ରଛାତ୍ରୀ ତଥା ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେହିପରି ସୋସାଇଟିର ସଭାପତି ଆଇନଜୀବୀ ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଓ ସମ୍ବର୍ଦ୍ଧନା ସମାରୋହରେ ସାରଳା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସଂସ୍କୃତିବିତ ଜୟନ୍ତ ବେହେରା, ଉତ୍ସବ କମିଟିର ଅଧ୍ୟକ୍ଷ ଶାନ୍ତନୁ ବେହେରା, ଉପଦେଷ୍ଟା ଭବେନ୍ଦ୍ର ପଣ୍ଡା, ସତ୍ୟ ନାରାୟଣ ସିଂ, ସୁରୁ ବାରିକ, ପ୍ରଦୀପ ମୁଣ୍ଡ, ନିରଞ୍ଜନ ଲାଲ ଜୈନ, ଅବଦୁଲ କାଦିର, ଗିରୀଶ ବେହେରା ପ୍ରମୁଖ ଅତିଥି ଯୋଗ ଦେଇଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ସିଦ୍ଧେଶ୍ଵରୀ ବେହେରା, ସ୍ୱପ୍ନେଶ୍ଵର ଠାକୁର, ଇନାୟତ ଅଲ୍ଲୀ, ମଙ୍ଗତୁରାମ ଅଗ୍ରୱାଲ ପୁଷ୍ପଗୁଛ ଓ ଉପଢୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ମରଣୋତ୍ତର ଭାବେ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ଜଗନ୍ନାଥ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ତାଙ୍କ ପୁଅ ସମରେନ୍ଦ୍ର ମୁଣ୍ଡ ଏହା ଗ୍ରହଣ କରିଥିଲେ। ବିଶିଷ୍ଟ ଉଦଘୋଷକ ସଞ୍ଜୀବ ସିଂ ସଭା ପରିଚାଳନା କରିଥିବାବେଳେ ସୋସାଇଟିର ସଂପାଦକ ମହମ୍ମଦ ବୁରହାନ, ସୁନୀଲ ବେହେରା, ପରମାନନ୍ଦ ପଣ୍ଡା, କଳ୍ପେଶ୍ୱର ପୁରୋହିତ, ଶୈଳେଶ ବେହେରା, ସୁଶାନ୍ତ ସିଂ, ଶୁଭେନ୍ଦୁ ବେହେରା, କାହ୍ନୁ ଗଉଡ଼ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ହୃଷିକେଶ ରାୟ ଡିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

Sunil Chandra Nayak

ଖଇରପଦର ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ 

masiha

ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା କୁ ନେଇଁ ଛାତ୍ରଛାତ୍ରୀ ହୋ ହଲା

masiha

Leave a Comment

error: Content is protected !!