ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁଝରରେ ବିଶ୍ବ ହିନ୍ଦୁ ପରିଷଦର ଭଦ୍ରାସାହି ଛକ ର ବନ୍ଦର ପ୍ରଭାବ, ସକାଳରୁ ବନ୍ଦ ଯାନଚଳାଚଳ ଓ ବ୍ୟାପାରବାଣିଜ୍ୟ

କେନ୍ଦୁଝରରେ ବିଶ୍ବ ହିନ୍ଦୁ ପରିଷଦର ଭଦ୍ରାସାହି ଛକ ର ବନ୍ଦର ପ୍ରଭାବ, ସକାଳରୁ ବନ୍ଦ ଯାନଚଳାଚଳ ଓ ବ୍ୟାପାରବାଣିଜ୍ୟ

ବଡ଼ବିଲ: ଆଜି ବିଶ୍ବ ହିନ୍ଦୁ ପରିଷଦ ଦ୍ୱାରା ଡାକାଯାଇଥିବା କେନ୍ଦୁଝର ଜିଲ୍ଲା ବନ୍ଦର ବ୍ୟାପକ ପ୍ରଭାବ ଦେଖାଦେଇଛି। ସକାଳ ୬ଟାରୁ ଆରମ୍ଭ ହେଉଥିବା ବନ୍ଦରେ ବଡ଼ବିଲ, ଗୁଆଳି, ଯୋଡ଼ା ବ୍ଲକ ସହ ଭଦ୍ରାସାହି ଛକରେ ସମ୍ପୂର୍ଣ୍ଣ ଯାନଚଳାଚଳ ଠପ୍ ପଡ଼ିଛିଅତ୍ୟାବଶ୍ୟକ ସେବା ବାଦ ଦେଇ ସମସ୍ତଦୋକାନପାଟ, ବଜାର, ସ୍କୁଲ୍-କଲେଜ ଓ ବେସରକାରି କାର୍ଯ୍ୟାଳୟ ବନ୍ଦ ରହିଛି। ସକାଳୁହିଁ ପରିଷଦର ନେତା ଓ ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦକୁ ସଫଳ କରୁଛନ୍ତି।ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଜଣାଯାଇଛି ଯେ, ଜିଲ୍ଲାରେ ଅନୁପ୍ରବେଶକାରୀ, ଉପଦ୍ରବକାରୀ ଓ ଅସାମାଜିକ କାର୍ଯ୍ୟରେ ଲିପ୍ତ ଲୋକମାନଙ୍କୁ ଚିହ୍ନଟ କରି ବାହାର କରିବା ଦାବିରେ ଏହି ବନ୍ଦ ଡାକାଯାଇଛି।କେନ୍ଦୁଝର ଜିଲ୍ଲା ସମଗ୍ରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଚାଲିବ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି। 

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

କଳା ବଜାରୀ କଲେ କଠୋର କାଯ୍ୟନୁଷ୍ଠାନ ନେବ ଜିଲ୍ଲା କୃଷି ବିଭାଗ

masiha

First Kavach-Equipped Locomotive Flagged Off from DLS Visakhapatnam

Sunil Chandra Nayak

ମହିମା ପଞ୍ଚାୟତରେ ଅନିୟମିତତାକୁ ନେଇ ପ୍ରତିବାଦ କଲେ ବିଜେପି କର୍ମକର୍ତ୍ତା, ବିଡ଼ିଓ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

masiha

Leave a Comment

error: Content is protected !!