ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଟ୍ଟାମୁଣ୍ଡାଇ ବ୍ଲକର ଏମ ଏନ ହାଇସ୍କୁଲ ସମେତ ୩ଟି ହାଇସ୍କୁଲରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ

ପଟ୍ଟାମୁଣ୍ଡାଇ ବ୍ଲକର ଏମ ଏନ ହାଇସ୍କୁଲ ସମେତ ୩ଟି ହାଇସ୍କୁଲରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ

ପଟ୍ଟାମୁଣ୍ଡାଇ ତା ୧୭/୧୧- ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଭା ବିକାଶ ପାଇଁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଏମ ଏନ ହାଇସ୍କୁଲ ସମେତ ବ୍ଲକର ୩ଟି ହାଇସ୍କୁଲରେ ୨ଦିନିଆ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହୋଇଛି I ସି ଆର ସି ସି ମଳୟ କୁମାର ଜେନାଙ୍କ ପୌରହିତ୍ୟରେ ଏମ ଏନ ହାଇସ୍କୁଲ ଠାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅଭିମନ୍ୟୁ ଗୋଛାୟତ ମୁଖ୍ୟଅତିଥି,ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ ରାଉତରାୟ ମୁଖ୍ୟବକ୍ତା, ବ୍ଲକ ଵି ଆର ସି ସି ପ୍ରେମବାଳା ମହାପାତ୍ର, ସାଂସଦ ଖେଳ ମହୋତ୍ସବ ସଂଯୋଜକ ମିଟୁ ମନୋଜ ନାୟକ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ, ବିନୋଦ ଦାସ ପରେଶ ସାହୁ ସୁଧାଂଶୁ ତ୍ରିପାଠୀ, ଉପେନ୍ଦ୍ର ନାୟକ, ରଶ୍ମିତା ସାହୁ, ଶର୍ମିଷ୍ଠା ପାତ୍ର, ତୁଳସୀ ବିଶ୍ୱାଳ, ବସନ୍ତ ସାହୁ, ରାଜେଶ ବାରିକ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ I ରଞ୍ଜନ ସାହୁ ସ୍ୱାଗତଭାଷଣ ଓ ସି ଆର ସି ସି ସଂଘମିତ୍ରା ନାୟକ ଅତିଥିପରିଚୟ ପ୍ରଦାନ କରିଥିଲେ I ଗୋଲକ ମଲ୍ଲିକ, ତିତିକାନ୍ତ ନାୟକ, ଗୋଦାବରୀଶ ମିଶ୍ର, ବିଶ୍ୱରଞ୍ଜନ ଦାଶ, ସତ୍ୟବ୍ରତ ଲାହା ପ୍ରମୁଖ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ କରିଥିଲେ।

ଏଇ ଅବସରରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବିଭିନ୍ନ ସ୍କୁଲର ଶହ ଶହ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା I ଶେଷରେ ଗୋଦାବରୀଶ ମିଶ୍ର ଧନ୍ୟବାଦ ଦେଇଥିଲେ I ଏହି କ୍ରୀଡା ପ୍ରତିଯୋଗିତାକୁ ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁ, ବିଜୟ ଜେନା, ବିଶ୍ୱରଞ୍ଜନ ସେଠୀ କାଁହୁ ଚରଣ ନାୟକ,ମିର୍ଜା ସଲିମ ବେଗ ପ୍ରମୁଖ ପରିଚାଳନା କରିଥିଲେ I ପଟ୍ଟାମୁଣ୍ଡାଇ ବ୍ଲକର ୩ଟି ହାଇସ୍କୁଲରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଛି I ମଦନପୁର ହାଇସ୍କୁଲରେ ସି ଆର ସି ସି ଆଶିଷ ମହାପାତ୍ରଙ୍କ ପୌରହିତ୍ୟ ରେ ଆୟୋଜିତ ସାଂସଦ ଖେଳ ମହୋତ୍ସବରେ ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ସାହୁ, ସରପଞ୍ଚ ପ୍ରତିନିଧି ସୁଶାନ୍ତ ସାମନ୍ତରାୟ ସାଂସଦ ଖେଳ ସଂଯୋଜକ ମିଟୁ ମନୋଜ ନାୟକ, କାଜଲ ଜେନା, ସମୀର ପ୍ରଧାନ ଭାନୁ ପ୍ରକାଶ ପରିଡା ଉଦୟ ଶଙ୍କର ଦାସ, ଲିଙ୍କନ ସାହୁ, ଗୋବିନ୍ଦ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଯୋଗ ଦେଇଥିଲେ I ଏଇ ଅବସରରେ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା I ସେହିପରି କାଠିଆ ପଡା ଦକ୍ଷିଣେ ଶ୍ୱର ହାଇସ୍କୁଲ ଠାରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଏମ ଡି ମସିଉଲ୍ଲା ସି ଆର ସି ସିଙ୍କ ପୌରହିତ୍ୟରେ ଆୟୋଜିତ ସାଂସଦ ଖେଳ ମହୋତ୍ସ ବରେ ଗ୍ରାମାଞ୍ଚଳ ଥାନା ଆଇ ଆଇ ସି ଶ୍ରୀକାନ୍ତ ବାରିକ ମୁଖ୍ୟଅତିଥି ପ୍ରଧାନଶିକ୍ଷୟତ୍ରୀ ନିବେଦିତା ଦାଶ ମୁଖ୍ୟବକ୍ତା,ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ଅନୀଲ ଚୌଧୁରୀ,ଅମିତାଭ ସୁଆର, ସ୍ୱାଗତ ଦାଶ, ଜ୍ୟୋତିପ୍ରକାଶ ପ୍ରଧାନ ପ୍ରଧାନ,ପ୍ରିୟଙ୍କା ଶତପଥୀ ସଞ୍ଜୟ ସ୍ୱାଇଁ, ସଙ୍ଗମ ନାୟକ, ସରପଂଚ ନରେଶ ମଲିକ, ପରେଶ୍ୱର ସେଠି, ନିରଞ୍ଜନ ସ୍ୱାଇଁ, ବନମାଳୀ ମହାପାତ୍ର ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ I ଏଇ ଅବସରରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା I ଏହାଛଡା ଅରଡ଼ପଲ୍ଲୀ ଆଞ୍ଚଳିକ ହାଇସ୍କୁଲରେ ସାଂସଦ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ସି ଆର ସି ସି ରଞ୍ଜନ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ସାଂସଦ ଖେଳ ମହୋତ୍ସବରେ ସୁନାକାର ବେହେରା ମୁଖ୍ୟଅତିଥି, ପ୍ରଧାନ ଶିକ୍ଷକ ଶରତ ମଲିକ ମୁଖ୍ୟବକ୍ତା, ସରପଞ୍ଚ ବୁଦ୍ଧିରାମ ବେହେରା, ସାନ ଜରିଆ ସରପଞ୍ଚ ନିରାକାର ନାୟକ, ଶଙ୍କର ସେଠୀ, ପ୍ରକାଶ ଦାସ, ମାଗୁଣି ନାୟକ ପଙ୍କଜ ମଲିକ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ I ଏଇ ଅବସରରରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ସହ ରାଜନଗର ରୁ ସୁବ୍ରତ ରାଉତ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ , ରାସୋଳ ତରଫରୁ ବହୁବିଧ ସେବା ପ୍ରଦାନ 

Sunil Chandra Nayak

ଯୁକ୍ତଦୁଇ ପରୀକ୍ଷାରେ ବ୍ଲକ ଟପ୍ପର ହେଲେ ରଶ୍ମିତା ରଣା

masiha

ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜନ୍ମ ଜୟନ୍ତି ପାଳିତ

masiha

Leave a Comment

error: Content is protected !!