ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାନପୋଷ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ 

ପାନପୋଷ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ 

ରାଉରକେଲା : ୧୭/୧୧/୨୫ : — ରାଉରକେଲା ର ବେଦବ୍ୟାସ ମେଳା ପଡିଆ ଠାରେ ଆଜି ଉଦଘାଟିତ ହୋଇ ଯାଇଛି ପାନପୋଷ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା। ରଘୁନାଥପାଲି ବିଧାୟକ ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୃଷିକୁ ଉତ୍ସାହିତ କରିବା ଏବଂ ସରକାରଙ୍କ ପକ୍ଷରୁ କୃଷି ସମ୍ବନ୍ଧୀୟ ଦିଆ ଯାଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଏହି ମେଳା ରେ ସୂଚନା ଦିଆ ଯାଇଛି। ବିଶେଷ କରି କୃଷି ଯନ୍ତ୍ରପାତି ରେ ସରକାରଙ୍କ ତରଫରୁ ଚାଷୀଙ୍କୁ ଦିଆ ଯାଉଥିବା ସବସିଡି ବାବଦରେ ଚାଷୀ ମାନଙ୍କୁ ଅବଗତ କରା ଯାଇଥିଲା। ଏବେ କୃଷି କାମ କରିବାକୁ ଶ୍ରମିକ ମିଳୁ ନାହାନ୍ତି। ତେଣୁ ଯନ୍ତ୍ରପାତି ବ୍ୟବହାର ଦ୍ଵାରା ଚାଷ କ୍ଷେତ୍ରରେ ଅଧିକ ଉତ୍ପାଦନ କରା ଯାଇ ପାରିବ। ଗୋଟିଏ ସ୍ଥାନରେ କୃଷି ଭିତ୍ତିକ ବିଭିନ୍ନ ଯନ୍ତ୍ରପାତି ର ପ୍ରଦର୍ଶନ କରିବା ଏହି ମେଳା ର ଉଦ୍ଦେଶ୍ୟ। ଏଠାରେ ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ ବିକ୍ରୟ , ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତାର ସଚେତନତା ,କୃଷି ଓ ଆନୁସଙ୍ଗିକ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକର ପ୍ରଚାର ଓ ପ୍ରସାର ,ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ରୂଣର ସୁଯୋଗ ,ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ତତ୍କାଳୀନ ବୁକିଂ ବ୍ୟବସ୍ଥା ଆସନ୍ତା ୧୯ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ହୋଇ ପାରିବ । ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ନାୟକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁନ୍ଦରଗଡ଼ ଶ୍ରୀ ଲାଲ ବିହାରୀ ମଲ୍ଲିକ , ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଉରକେଲା ଶ୍ରୀମତୀ ସୀମା ଫlତିମା ଏକ୍କା, କୃଷି ଜିଲ୍ଲା ଅଧିକାରୀ, ପାନପୋଷ ଶ୍ରୀ ଜି. ଜୟନ, ସହାୟକ ଉଦ୍ୟାନଚାଷ ନିର୍ଦ୍ଦେଶକ , ଶ୍ରୀ ଦୁଷ୍ମନ୍ତ କୁମାର ବେହେରା, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ରାଉରକେଲା ଡ. ଜୟନ୍ତ କୁମାର ପତି ,  ବୈଜ୍ଞାନିକ ଶ୍ରୀ ସମରେନ୍ଦ୍ର ବରାଳ, କୃଷି ଉପ ନିର୍ଦ୍ଦେଶକ ମୃତ୍ତିକା ପରୀକ୍ଷାଗାର ସୁନ୍ଦରଗଡ଼ , ଶ୍ରୀମତୀ ଦୀପ୍ତି ପଟେଲ , କାର୍ଯ୍ୟନିର୍ବାହି ଇଞ୍ଜିନିୟର (କୃଷି) ସୁନ୍ଦରଗଡ଼ ଶ୍ରୀ ପରମାନନ୍ଦ ପ୍ରଧାନ, ସହାୟକ କାର୍ଯ୍ୟନିର୍ବାହି ଇଞ୍ଜିନିୟର (କୃଷି) ପାନପୋଷ ଶ୍ରୀମତୀ ଅଞ୍ଜଳି ଡୁଡୁମ, ସହାୟକ କୃଷି ଇଞ୍ଜିନିୟର ପାନପୋଷ ଶ୍ରୀ ରିପୁ ସୁଦନ ମାଝି, ସହାୟକ କୃଷି ଇଞ୍ଜିନିୟର ରାଜଗାଙ୍ଗପୁର ଶ୍ରୀ କୌଶଳ ସା, ସହାୟକ କୃଷି ଇଞ୍ଜିନିୟର ନୁଆଗାଁ ଶ୍ରୀନିତିଶ କୁମାର, ଜିଲ୍ଲା ପ୍ରବନ୍ଧକ (ଓ.ଏ.ଆଇ.ସି.) ସୁନ୍ଦରଗଡ଼ ଶ୍ରୀ ସୁବୋଧ ତନୟ ପାଣିଗ୍ରାହୀ, ବ୍ଲକ କୃଷି ଅଧିକାରୀ ନୂଆଗାଁ ସତ୍ୟବ୍ରତ ସାହୁ, ବ୍ଲକ କୃଷି ଅଧିକାରୀ ଲାଠିକଟା ଶ୍ରୀମତୀ ସୁପ୍ରିୟା ଦାସ, ବ୍ଲକ କୃଷି ଅଧିକାରୀ କୁଆରମୁଣ୍ଡା ଶ୍ରୀମତୀ ରାଜଲକ୍ଷ୍ମୀ ମହାନ୍ତି, ବ୍ଲକ କୃଷି ଅଧିକାରୀ ବିଶ୍ରା ମଞ୍ଜୁବାଳା ନାଏକ, ସହାୟକ କୃଷି ଅଧିକାରୀ କୁଆରମୁଣ୍ଡା ଶ୍ରୀମତୀ ନାରାୟଣୀ ମେହେର ଏବଂ , ସହାୟକ କୃଷି ଅଧିକାରୀ ହାତିବାରି ଲିସା ଲିସ୍ମୟୀ ହାନ୍ସଦାହ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। କୃଷି ଯନ୍ତ୍ରପାତି ମେଳାରେ ୪୦ଟି ଷ୍ଟଲ ଲାଗିଛି। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ରେ ବକରା ଇଦ ପାଳିତ 

masiha

ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ମାଗଣା ଶିଶୁ ରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

masiha

ଧର୍ମଗଡ଼ ବ୍ଲକ ଟିପିଗୁଡା ଠାରେ ନାରୀ ସଚେତନା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!