ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସହଯୋଗରେ ମରାମତି ହେଲା ଫାଟିଯାଇଥିବା ପାଇପ 

ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସହଯୋଗରେ ମରାମତି ହେଲା ଫାଟିଯାଇଥିବା ପାଇପ 

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଠାରେ ଦୀର୍ଘ ଚାରି ଦିନ ଧରି ବସୁଧା ଯୋଜନାରେ ନିର୍ମିତ ପାଇପ ଲାଇନ ଫାଟିବା ଯୋଗୁଁ ଜଳ ଯୋଗାଣ ବନ୍ଦ ରହିଥିଲା। ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦଙ୍କ ସହଯୋଗରେ ଆଜି ମରାମତି ହୋଇଛି। ପୂର୍ବରୁ ମଧ୍ୟ ଅନେକ ଥର ଜଳ ଯୋଗାଣ ବନ୍ଦ ଥିବା ବେଳେ ତାଙ୍କରି ସହଯୋଗରେ ଜଳ ଯୋଗାଣ ହୋଇଥିଲା। ଏ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ପ୍ରଶଂସାର ପାତ୍ର ହୋଇଛନ୍ତି । ଆମ ନିର୍ବାଚନ ମଣ୍ଡଳୀର ବିଧାୟକ କ୍ୟାପଟେନ ଦିବ୍ୟାଶଙ୍କର ମିଶ୍ର ଥାଇ ମଧ୍ୟ ଲୋକଙ୍କ ସେବା କାର୍ଯ୍ୟ କରି ନ ଥିବା ନେଇ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଅଧ୍ୟକ୍ଷଙ୍କ ଏଭଳି ସେବା ମନବୃତି ବ୍ଲକ ଠାରୁ ଆରମ୍ଭ କରି ପ୍ରତି ପଞ୍ଚାୟତ ଗୁଡିକରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । 

ଜଗ ଜୀବନ ସା ଙ୍କ ରିପୋର୍ଟ୍ 

 

Related posts

ତେରେସିଂହା ବଡ଼ ପୋଖରୀରେ ବଡ଼ ସମସ୍ୟା

Sunil Chandra Nayak

ବିଜାତଳା ଠାରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

masiha

ନବରଙ୍ଗପୁର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା-୨୦୨୬’ ଏବଂ ‘ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି’ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!