ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାତୀୟ ଗୌରବ ଦିବସ ପାଳନ 

ଜନଜାତୀୟ ଗୌରବ ଦିବସ ପାଳନ 

ଆସିକା, ୧୮/୧୧/୨୫ — ସ୍ୱାଧୀନତା ସଂଗ୍ରାମୀ , ଜନ ଜାତିର ଗୌରବ ଭଗବାନ ବିର୍ସା ମୁଣ୍ଡା ଙ୍କର 151 ତମ ଜନ୍ମ ଜୟନ୍ତୀ ବା ଜନ ଜାତି ଗୌରବ ଦିବସ ଧରାକୋଟ ବ୍ଲକର ବଳରାମ ପୁର ଆଶ୍ରମ ବିଦ୍ୟାଳୟରେ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଲ୍ୟାଣ ଅଧିକାରୀ ଅନନ୍ୟା ପଣ୍ଡା,ସମ୍ମାନୀତ ଅତିଥି ଭାବରେ ସରପଞ୍ଚ ଗୀତାଞ୍ଜଳୀ ମଲିକ, ସେମିତି ସଭ୍ୟ ଜୋସେଫ ମଣ୍ଡଳ, ଏ ବି ଇ ଓ ସୌରୀ ଶଙ୍କର ବେହେରା, ବିଭୁତି ଭୁଷଣ ପାତ୍ର, ଏସ ଏମ ସି ସଭାପତି ଶରତ ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପ୍ର ଚରଣ ବେହେରା,ନାଏବ ସରପଞ୍ଚ ପ୍ରଫୁଲ୍ଲ ବେହେରା, ସି ଆର ସି ସି ଗୌରୀ ଶଙ୍କର ଶତପଥୀ, ସମାଜ ସେବୀ ବିଭୁତି ଭୁଷଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା,ଚିତ୍ରାଙ୍କନ, ସୃଜନ ଲିଖନ,ସଙ୍ଗୀତ,ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ପାପା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମିଳିତ ବୈଠକ କରାଯାଇ ସରକାରଙ୍କ ଜନ ଜାତି ଓ ଜାତି ବିଭାଗ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ଓ ଧରତି ଆବା ଜନ ଜାତିୟ। ଗ୍ରାମ ଉତ୍କର୍ଷ ଯୋଜନା ରେ ଅନ୍ୱେଷା, ଆକାଂକ୍ଷା, ଦା ଜଗୁଆ, ଆଦି କର୍ମଯୋଗୀ ଯୋଜନା, ଜନ ଜାତି ଜୀବିକା ମିଶନ, ଜଙ୍ଗଲ ଜମି ଅଧିକାର ବିଷୟରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୀତାଞ୍ଜଳୀ ତ୍ରିପାଠୀ, ବସନ୍ତ ସେଠୀ,ତରୁଣ ସାହୁ, ଉଷା ରାଣୀ ଶତପଥୀ ପ୍ରମୁଖ ସହଯୋଗ ପ୍ରଦାନ କରିଥିବା ବେଳେ କାଳୁ ଚରଣ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ୟୁଥ୍ ହଷ୍ଟେଲ ଦ୍ଵାରା ବିଶ୍ବ ପରିବେଶ ଦିବସ ପାଳନ

୭୯- ଧର୍ମଗଡ଼ ବିଧାନସଭା ନିର୍ଵାଚନ ମଣ୍ଡଳୀର ଖସଡ଼ା ଭୋଟର ତାଲିକା ପ୍ରକାଶିତ ୧୫ ହଜାର ୫୮୨ ଜଣ ଭୋଟର ତାଲିକା ରୁ ବାଦ ପାଇଁ ଚିହ୍ନଟ..

ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ  “ଏକ ପେଡ ମା କେ ନାମ “ଅନୁଷ୍ଠିତ 

masiha

Leave a Comment

error: Content is protected !!