ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍ /ଧର୍ମପରାୟଣ ବ୍ୟକ୍ତି ତଥା ଆଳତୁମା ଗ୍ରାମସଭାର ଉପଦେଷ୍ଟା ମଦନମୋହନ ମହାନ୍ତି

ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍ /ଧର୍ମପରାୟଣ ବ୍ୟକ୍ତି ତଥା ଆଳତୁମା ଗ୍ରାମସଭାର ଉପଦେଷ୍ଟା ମଦନମୋହନ ମହାନ୍ତି

କାମାକ୍ଷାନଗର (ମନିସ)18/11/25 — କାମାକ୍ଷାନଗର ଅଞ୍ଚଳର ଲୋକପ୍ରିୟ ଆଳତୁମା ଗାଁ ନିବାସୀ ଵୟ୍ୟେଜ୍ୟୋଷ୍ଠ ସମାଜ ସଂସ୍କାରକ, ଶିକ୍ଷାବିତ୍, ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ, ସମାଜସେବୀ,କବି,ଲେଖକ, ନାଟ୍ୟକାର ଓ ଧର୍ମପରାୟଣ ବ୍ୟକ୍ତି ମଦନମୋହନ ମହାନ୍ତି sir ଙ୍କର ଆଜି ସକାଳ ୮ ଘଟିକା ୩୦ ମିନିଟ୍ ସମୟରେ ପରଲୋକ ହୋଇଯାଇଛି। 

ସେ ଜଣେ ଛାତ୍ର ଵତ୍ସଳ ସମାଜ ପାଇଁ ସବୁ ସମୟରେ ସମର୍ପିତ ରହିଆସୁଥିଵା ମଦନ Sir ଙ୍କ ବିୟୋଗରେ ଆଳତୁମା ଗାଁ ସମେତ ସମଗ୍ର କାମାକ୍ଷାନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସମସ୍ତଙ୍କ ପ୍ରିୟ sir ଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଦୁଃଖିତ ଆଉ ମର୍ମାହତ । ଆଳତୁମା ଗ୍ରାମର ଶିକ୍ଷା ଵିଭାଗର ସଭାପତି ଅନେକ ଦିନ ରହି ସେ ଶିକ୍ଷାକୁ ଏକ ନୁଆ ଦିଶା ଦେଇଥିଲେ ଏହାସହିତ ସେ ଅତି ସ୍ଵାଦିଷ୍ଟ ରୋଷେଇ କରୁଥିଲେ ବିଶେଷ କରି ଗାଁ ରେ ଯାହାର ବାହାଘର ହୁଏ ସେ ନିଃଶୁଳ୍କ ଭୋଜିରେ ରୋଷେଇ କରୁଥିଲେ ଏତତ୍ ବ୍ୟତୀତ ଆଳତୁମା ଗାଁ ରେ ୨୦୧୫ ରେ ଅନୁଷ୍ଠିତ ନବକଳେବର କାର୍ଯ୍ୟକ୍ରମରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହିଭଳି ଅନେକ ସାମାଜିକ କାର୍ଯ୍ୟରେ ସମର୍ପିତ ରହି ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିଲେ । ତାଙ୍କ ବିୟୋଗରେ ଆଳତୁମା ଶିକ୍ଷା ଜଗତର ଜଣେ ଉଜ୍ଜ୍ୱଳ ତାରକାକୁ ହରାଇଲା । ତାଙ୍କର ଆଳତୁମା ଗାଁ ପାଇଁ ପ୍ରତିଟି ଅବଦାନ ସବୁଦିନ ପାଇଁ ଗ୍ରାମବାସୀଙ୍କ ମନରେ ଅମର ହୋଇ ରହିବ । 

ଆଳତୁମା ଗାଁ ଠାରେ ମଦନ sir ଙ୍କ ପାର୍ଥୀଵ ଶରୀରକୁ ଆଳତୁମା ଗାଁ ସଭାପତି ବିଭୂତି ଭୂଷଣ ମହାନ୍ତି ଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅଖିଳ ଓଡ଼ିଶା ବ୍ରାହ୍ମଣ ମହାସଭାର ୯ମ ସାମ୍ବିଧାନିକ ଓ ସପ୍ତବିଂଶତମ ବାର୍ଷିକ ସମେଳନ

masiha

ଦିବଂଗତ ପ୍ରାଧ୍ୟାପକ ଜୟନ୍ତ କୁମାର ଦାସଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ଚାରଣ ସଭା 

Sunil Chandra Nayak

ଧାନ କିଣାରେ ଅବ୍ୟବସ୍ଥା ନେଇ ଜ୍ୟୋତିଜଙ୍ଗମ ସେବା ସମବାୟ ସମିତି ପକ୍ଷରୁ ୧୮ରୁ ଧାରଣା

Sunil Chandra Nayak

Leave a Comment

error: Content is protected !!