ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ନିର୍ମାଣରେ ଠିକାଦାରଙ୍କ ମନମାନୀ ,କାମ ବନ୍ଦ କରାଇଦେଲେ ଗାଁ ଲୋକେ 

ରାସ୍ତା ନିର୍ମାଣରେ ଠିକାଦାରଙ୍କ ମନମାନୀ ,କାମ ବନ୍ଦ କରାଇଦେଲେ ଗାଁ ଲୋକେ 

ଲାଞ୍ଜିଗଡ଼, ୨୦/୧୧( )-ଟେଣ୍ଡର ପାଇ ବର୍ଷେ ବିତିବାକୁ ବସିଲାଣି। ବର୍ଷା ଦିନ ଆଗରୁ ମେଟାଲ, ମୁରୁମ ପକେଇ ଅଧା ପନ୍ତରିଆ ଭାବେ ରାସ୍ତା ଛାଡ଼ି ଦେଇଥିଲେ ଠିକାଦାର। ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ବିଭିନ୍ନ ଆଡ଼ୁ ଚାପ ପଡ଼ିବା ପରେ ଆରମ୍ଭ କରିଛନ୍ତି ରାସ୍ତା କାମ। କିନ୍ତୁ ବର୍ଷା ସମୟରେ କେତେକ ସ୍ଥାନରେ ରାସ୍ତା ଧୋଇ ନେଇଥିବାବେଳେ କେତେକ ସ୍ଥାନରେ ଗାତ ସୃଷ୍ଟି ହୋଇଛି। ତେବେ ରାସ୍ତା କାମ କରିବା ପୂର୍ବରୁ ଗାତ ସୃଷ୍ଟି ହୋଇଥିବା ସ୍ଥାନରେ କଲଭର୍ଟ ଆଉ ଗାର୍ଡୱାଲ ନିର୍ମାଣ କରିବାକୁ ଲୋକେ ଦାବି କରୁଥିବାବେଳେ ଏହାକୁ ନଜରଅନ୍ଦାଜ କରିଛନ୍ତି ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିବା ଲୋକେ ନିମ୍ନମାନର କାମ ସାଙ୍ଗକୁ ଠିକାଦାରଙ୍କ ମନମାନୀକୁ ବିରୋଧ କରି ରାସ୍ତା ନିର୍ମାଣ କାମ ବନ୍ଦ କରାଇଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭାଟଗୁଡା ଶିବମନ୍ଦିର ଛକରୁ ଖଜୁରପଦରକୁ ନିର୍ମାଣ ହେଉଥିବା ପ୍ରଧାନମନ୍ତ୍ରୀ ସଡ଼କରେ। ଜୈନିକ ଠିକାଦାର ଏହାର ନିର୍ମାଣ ଦାୟିତ୍ୱ ନେଇଥିବାବେଳେ ଦୀର୍ଘ ଦିନ ହେଲା ରାସ୍ତା ନିର୍ମାଣ ଧିର ମନ୍ଥର ଗତିରେ ଚାଲିଛି। ବର୍ଷା ଦିନରେ ମେଟାଲ ମୁରୁମ ପକାଇ ଛାଡ଼ି ଦେଇଥିବାବେଳେ ଏବେ ପିଚୁ କାମ କରିବାକୁ ମେସିନ ଆଣି କାମ ଆରମ୍ଭ କରିଛନ୍ତି। ତେବେ ବର୍ଷାଦିନରେ ଭାଙ୍ଗିଯାଇଥିବା ରାସ୍ତାକୁ ମରାମତି, ବର୍ଷାରେ କଟିଥିବା ରାସ୍ତାରେ କଲଭର୍ଟ ଓ ଗାର୍ଡୱାଲ ନିର୍ମାଣ କରିବାକୁ ଗାଁଲୋକେ ଦାବି କରୁଥିବାବେଳେ ରୋକଠୋକ ମନା କରିଦେଇଥିଲେ ଠିକାସଂସ୍ଥାର କର୍ମଚାରୀ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହିତ ଲୋକେ କାମ ବନ୍ଦ କରାଇଦେଇଛନ୍ତି। ଫଳରେ ୨. ୧ କିମି ବିଶିଷ୍ଟ ଏହି ରାସ୍ତା ନିର୍ମାଣ ଅଟକି ରହିଛି। ରାସ୍ତା ନିର୍ମାଣ ପୂର୍ବରୁ କଲଭର୍ଟ ଓ ଗାର୍ଡୱାଲ ନିର୍ମାଣ ପରେ ରାସ୍ତା ପିଚୁ କାମ କରାଯିବାକୁ ଗାଁର ରାଜେନ୍ଦ୍ର ନାଏକ, ସୁଶାନ୍ତ ନାଏକ, ଶରତ ନାଏକ, ପର୍ଶୁ ହରିଜନ, ମଧୁ ହରିଜନ, ଡୋଳାମଣି ହରିଜନ, ଚିନି ନାଏକ, ଲିକମେ ମାଝୀ, ମିଲୁ ହରିଜନ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଭବାନୀପାଟଣା ଡିଭିଜନର କନିଷ୍ଠଯନ୍ତ୍ରୀ ଅସିତ ଖଟୁଆଙ୍କୁ ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇପାରିନଥିଲା। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ପୂର୍ତ୍ତ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ଶପଥ ପାଠ 

masiha

କଳାହାଣ୍ଡି ପ୍ରଫେସନାଲ ଫୋଟୋଗ୍ରାଫର ସଙ୍ଘ ର ଚିତ୍ର ଉତ୍ତୋଳନ ପ୍ରଶିକ୍ଷଣ ଶିବିର

Sunil Chandra Nayak

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!