ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜରେ ବିଶ୍ବ ଦର୍ଶନ ଶାସ୍ତ୍ର ଦିବସ ଅନୁଷ୍ଠିତ

ରାଉରକେଲା କଲେଜରେ ବିଶ୍ବ ଦର୍ଶନ ଶାସ୍ତ୍ର ଦିବସ ଅନୁଷ୍ଠିତ

ରାଉରକେଲା: ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲାର ଦର୍ଶନ ଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ବ ଦର୍ଶନ ଶାସ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ବ ଓ ପ୍ରାଧ୍ୟାପକ ରଞ୍ଜିତ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଷୟ ବିଶେଷଜ୍ଞ ଭାବେ ଅବସରପ୍ରାପ୍ତ ଦର୍ଶନ ଶାସ୍ତ୍ର ପ୍ରାଧ୍ୟାପକ ଆଞ୍ଜେଲୁସ୍ ଡୁଙ୍ଗଡୁଙ୍ଗ୍ ଯୋଗ ଦେଇଥିଲେ। ଅତିଥିମାନେ ଆଲୋଚ୍ୟ ଦିବସର ମହତ୍ତ୍ବ ସହ ପ୍ରାଚ୍ୟ-ପାଶ୍ଚାତ୍ଯ ଦର୍ଶନ ଶାସ୍ତ୍ରର କ୍ରମ ବିକାଶ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ସାହୁ। ସମ୍ପାଦ କଥନ ରଖିଥିଲେ ବିଭାଗୀୟ ମୁଖ୍ଯା ଭାରତୀ ବରୱା।ଏହି ଅବସରରେ ବିଭିନ୍ନ ବିଭାଗର ଅଧ୍ୟାପିକା-ଅଧ୍ୟାପକ ରଶ୍ମିପ୍ରଭା ମଥାନ, କରୁଣାକର ପାଟ୍ଟଶାଣୀ, ଈପ୍ସିତା ପଣ୍ଡା, ପୁନମ୍ ଖଣ୍ଡେଲୱାଲ, ସନ୍ତୋଷ ରଜକ, ସ୍ବାତି ସ୍ମିତା ସାହୁ, ପ୍ରୀତି ଦୀକ୍ଷିତ, କାନ୍ତି କୁମାରୀ, ନନ୍ଦିତା କୁମାରୀ ପ୍ରମୁଖ ଆଲୋଚନା ଚକ୍ରରେ ସହଭାଗୀଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବିନାୟକ କର, ଶେଫାଳି ନାୟକ, ଅଞ୍ଜଳି କିଡୋ, ରେଶମୀ ସିଂ, ସଂଜନା ବାର୍ଲା, କ୍ଯାହତିନ୍ କେରକେଟା, ଲିଜା ସାହୁ। ଶେଷରେ ଅଧ୍ୟାପକ ସୁମନ ଡୁଙ୍ଗଡୁଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜମି ପଟ୍ଟାରୁ ଜମି ଗାଏବ, ୪୫ ଡିସିମିଲ ରୁ ହେଇଗଲା ୫

masiha

ନର୍ଲା ତହସିଲ କାର୍ଯ୍ୟଳୟରେ କର୍ମଚାରୀ ଙ୍କ ଅଭାବ, କାର୍ଯ୍ୟ ବାଧା ପ୍ରାପ୍ତ, ସାଧାରଣ ଜନତା ହନ୍ତସନ୍ତ

masiha

୧୬ତମ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସରଗିଫୁଲ ୨୦୨୫”ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!