ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମେ ଓଡ଼ିଆ ତରଫରୁ ଗୋପବନ୍ଧୁଙ୍କ ଜୀବନୀ ଉପରେ ବକ୍ତୃତା ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା

ଆମେ ଓଡ଼ିଆ ତରଫରୁ ଗୋପବନ୍ଧୁଙ୍କ ଜୀବନୀ ଉପରେ ବକ୍ତୃତା ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା

ରାଉରକେଲା,: ଭାଷା ସାହିତ୍ୟ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ଥିବା ଅନୁଷ୍ଠାନ ଆମେ ଓଡ଼ିଆ, ରାଉରକେଲା ଶାଖା ତରଫରୁ ଉତ୍କଳମଣି ଗୋପବନ୍ଧୁଙ୍କ ଜୀବନୀ ଉପରେ ଚାରି ଦିବସୀୟ ବିଦ୍ୟାଳୟ ସ୍ତରୀୟ ବକୃତା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ଦିବସରେ ଉଦିତ ନଗର ସରକାରୀ ହାଇସ୍କୁଲରେ ଅନୁଷ୍ଠାନ ତରଫରୁ ଉତ୍କଳମଣି ଗୋପବନ୍ଧୁ ପ୍ରଶ୍ନୋତ୍ତର ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଗାୟତ୍ରୀ ସେଠି ଏବଂ ମୁଖ୍ୟ ବିଚାରକ ଭାବେ ଶିଳ୍ପପତି ନିହାରିକା ବସ୍ତିଆ ଯୋଗଦେଇ ଥିଲେ । ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ସାବତ ଓ ମାନସୀ ପଣ୍ଡା ପ୍ରତିଯୋଗିତା ପରିଚାଳନା କରିଥିଲେ ତଥା ସହକାରୀ ଶିକ୍ଷକ ଦେବାଶିଷ ପାତ୍ର ମଞ୍ଚ ସଞ୍ଚାଳନ କରିଥିଲେ। ପ୍ରିୟସ୍ମିତା ବେହେରା, ସ୍ନେହା ଦାସ ଓ ଅନୁସ୍କା ଓରାମ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବକ୍ତୃତାରେ ୮ ଜଣ ଓ ପ୍ରଶ୍ନୋତ୍ତର ରେ ୧୨ ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ । ଆମେ ଓଡିଆର ସଭାପତି ଶମ୍ଭୁନାଥ ପରିଡ଼ା, ସାଧାରଣ ସମ୍ପାଦକ ଜଗନ୍ନାଥ ରାଉତ, ଉପଦେଷ୍ଟା ବିକ୍ରମ ଆଚାର୍ଯ୍ୟ,ଡ଼ଃ ପ୍ରଶାନ୍ତ ବେହେରା, ଉପସଭାପତି ଅନିଲ ଦାସ ଓ ଗଙ୍ଗାଧର ପୁହାଣ ଉପସ୍ଥିତ ରହି ସହଯୋଗ କରିଥିଲେ।

    ଦ୍ବିତୀୟ ଦିବସରେ ଏନଆଇଟି ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବକ୍ତୃତା ଓ ପ୍ରଶ୍ନୋତ୍ତର କାର୍ଯ୍ଯକ୍ରମ ଅନୁଷ୍ଠିତ କରାଯାଇଥିଲା। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ଆବାହକତ୍ବ ତଥା ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ପତି ଙ୍କ ସଭାପତିତ୍ବ ଏବଂ ମିନତୀ ଖମାରୀ ଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ କରାଯାଇଥିଲା। ଏଥିରେ ସଂଗଠନ ର ସଭାପତି ଶମ୍ଭୁନାଥ ପରିଡା, ସମ୍ପାଦକ ଜଗନ୍ନାଥ ରାଉତ, ଉପଦେଷ୍ଟା ଡ,ସନାତନ ପ୍ରଧାନ, ଚାନ୍ଦମଣି ବେହୁରିଆ, ଗଙ୍ଗାଧର ପୁହାଣ ତଥା ଅନେକ ସଦସ୍ଯ ଯୋଗଦାନ କରିଥିଲେ।ଶ୍ରୀ ପ୍ରଧାନ ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ଗୋପବନ୍ଧୁଙ୍କ ଉପରେ ଆଲୋକପାତ କରିଥିଲେ। ଅନ୍ଯତମ ଅତିଥି ଚନ୍ଦନ ସାହୁ ବିଚାରକ ଭାବେ ଦାୟିତ୍ଵ ତୁଲାଇଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟର ଛବିରାଣୀ ପ୍ରଧାନ, ପ୍ରମିଳା ଡୁଙ୍ଗ ଡୁଙ୍ଗ, ହରିଶଙ୍କର କାମିଲା ,ପୂଜା ସ୍ବାଇଁ ସହଯୋଗ ପ୍ରଦାନ କରିଥିଲେ।

     ଏହି କାର୍ଯ୍ୟକ୍ରମରେ ସେକ୍ଟର ୧ ସ୍ଥିତ ଡିଭାଇନ ଲାଇଫ ଏକାଡେମୀର ଛାତ୍ରଛାତ୍ରୀଗଣ ଅଂଶଗ୍ରହଣ କରିଥିଲେ। ପ୍ରଥମରେ ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା। ଛବିରାଣୀ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରେ ନିବେଦିତା ସାହୁ,ରୀତା ମହାପାତ୍ର, ସରୋଜ ଜେନା,ଛବିରାଣୀ ପ୍ରଧାନ, ପ୍ରମିଳା ଡୁଙ୍ଗ ଡୁଙ୍ଗ, ମିନତୀ ଖମାରୀ,ପୂଜା ସ୍ବାଇଁ, ହରିଶଙ୍କର କାମିଲା, ସୁଜାତା ମିଶ୍ର, ସୁଶାନ୍ତ ରୟ,ସୁରେଖା ନାୟକ, ସାବିତ୍ରୀ,ପ୍ରତିମା ,ଶ୍ରୀମତୀ, ବନିତା ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ପୂଜା ସ୍ବାଇଁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ୨୫୦ରୁ ଅଧିକ ପିଲା ଅଂଶଗ୍ରହଣ କରିଥିଲେ ।ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। 

  ତୃତୀୟ ଦିବସରେ ଛେଣ୍ଡ ହାଇସ୍କୁଲ ସଭାଗୃହରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୨୧ ଜଣ ଛାତ୍ରଛାତ୍ରୀ ଉତ୍କଳମଣି ଗୋପବନ୍ଧୁଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ୧୦ ଜଣ ଛାତ୍ରଛାତ୍ରୀ ପ୍ରଶ୍ନୋତ୍ତର କାର୍ଯ୍ଯକ୍ରମରେ ସଠିକ ଉତ୍ତର ପ୍ରଦାନ କରିଥିଲେ। ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ରହି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ସୁନାମଧନ୍ୟ ଡାକ୍ତର ଉତ୍ତମ ଚରଣ ଜେନା ମୁଖ୍ୟ ବିଚାରକ ହୋଇ କୃତ୍ତି ପ୍ରତିଯୋଗୀ ମାନଙ୍କୁ ଫଳକ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।  ଚତୁର୍ଥ ଦିବସରେ ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠାନ ତରଫରୁ ଆୟୋଜିତ ଉତ୍କଳମଣି ଗୋପବନ୍ଧୁଙ୍କ ଉପରେ ବକ୍ତବ୍ୟ ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର ଶତପଥି ଅଧ୍ୟକ୍ଷତା କରିଥିଲେ। ଆମେ ଓଡ଼ିଆ ର ସଭାପତି ଶମ୍ଭୁନାଥ ପରିଡ଼ାଙ୍କ ସଭାପତିତ୍ବରେ ଗୁରୁମା ମମତା ସାମଲ ମଞ୍ଚ ସଞ୍ଚାଳନ କରିଥିଲେ ଓ ଗୁରୁମା ମମତା ଜେନା ଓ ସୁଶ୍ରୀ ପୁଷ୍ପଲତା ବିଶ୍ଵାଳ ୧୦ଜଣ ଛାତ୍ରଛାତ୍ରୀଙ୍କ ବକ୍ତବ୍ୟର ମୂଲ୍ୟାୟନ କରିଥିଲେ। ୨ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କୃତ୍ତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡ ସମର ମୁଦାଲି ଫଳକ ପ୍ରଦାନ କରିଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଜଗନ୍ନାଥ ରାଉତ କାର୍ଯ୍ୟକ୍ରମ ସମ୍ପର୍କରେ ଓ ମୁଖ୍ୟ ଉପଦେଷ୍ଟା ଡ ମୁଦାଲି ଓଡ଼ିଆ ସଂସ୍କୃତି ଓ ପରମ୍ପରାରକୁ ଉଦ୍ଜିବିତ କରିବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଚାନ୍ଦମଣି ବେହୁରା, ଉପସଭାପତି ଅନିଲ ଦାଶ, ଗଙ୍ଗାଧର ପୁହାଣ ଓ ସହ ସମ୍ପାଦକ ସଲିଲ ଦାସଙ୍କ ସହିତ ବିଦ୍ୟାଳୟର ଗୁରୁଜୀ ଓ ଗୁରୁମା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଟାଙ୍ଗୀ ମହାବିଦ୍ୟାଳୟରେ ‘ମାଟି କୋ ନମନ, ବିରୋ କା ବନ୍ଦନ’ କାର୍ଯ୍ୟକ୍ରମ

Sunil Chandra Nayak

ଧାଙ୍ଗିଡିମୁତା ପଞ୍ଚାୟତରେ ବାଦାମ ପାହାଡ଼ ଗୋଷ୍ଠୀ ସ୍ବାସ୍ଯକେନ୍ଦ୍ର ତରଫରୁ ମେଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମଶା ଲାର୍ଭା , ମଶା ତେଲ ସିଞ୍ଚନ ଓ ସଫେଇ

masiha

ପୋଲିସ ଗାଡି ଧକ୍କାରେ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟଣା , କଳାହାଣ୍ଡି ଏସ୍ ପି ଓ ପୋଲିସ ଡିଜିଙ୍କୁ ନୋଟିସ ଜାରି କଲେ ଏନ୍,ଏଚ୍,ଆର,ସି

Sunil Chandra Nayak

Leave a Comment

error: Content is protected !!