ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭତ୍ତା ଉଠାଇ ଫେରୁଥିବା ବେଳେ ଝଞ୍ଜାବତୀ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ 

ଭତ୍ତା ଉଠାଇ ଫେରୁଥିବା ବେଳେ ଝଞ୍ଜାବତୀ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ 

ବନ୍ଧୁଗାଁ ତା ୨୧/୧୧/୨୫ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ଗୋତିପୁଟ ଗ୍ରାମର ଜଣେ ବୃଦ୍ଧ ପ୍ରଥମ ବାର୍ଦ୍ଧକ୍ୟ ଭତ୍ତା ବ୍ୟାଙ୍କ ରୁ ଉଠାଇ ଫେରୁଥିବା ବେଳେ ଝଞ୍ଜାବତି ନଦୀରେ ଭାସି ଯାଇ ମୃତ୍ୟୁ ହୋଇଯାଇଛି। ସୁଚନା ଅନୁଯାୟୀ ଗୁରୁବାର ଦିନ ସକାଳେ କାଡ୍ରାକା ତିଲି (୬୦ ବର୍ଷ) ଓ ତାଙ୍କ ସ୍ତ୍ରୀ କାଡ୍ରାକା ସିନ୍ଦେ ଙ୍କ ସହିତ ମିଶି ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଉଠାଇବା ପାଇଁ ବନ୍ଧୁଗାଁ ବ୍ୟାଙ୍କ କୁ ଆସିଥିଲେ। ବ୍ୟାଙ୍କ ରୁ ଭତ୍ତା ଟଙ୍କା ଉଠାଇବା ପରେ ସ୍ବାମୀ ସ୍ତ୍ରୀ ସାନ୍ଧ୍ୟ ୬ ଘଣ୍ଟା ସମୟରେ ବାଉଁଶପୁଟ ଗ୍ରାମ ଦେଇ ନିଜ ଗ୍ରାମକୁ ଯିବା ପାଇଁ ଝଞ୍ଜାବତି ନଦୀ ପାରି ହେଉ ଥିଲେ। ଉଭୟେ ସ୍ବାମୀ ସ୍ତ୍ରୀ ନଦୀ ପାରି ହେଉ ଥିବା କାଡ୍ରାକା ତିଲି ନଦୀରେ ଭାସି ଯାଇ ଥିଲେ। ସ୍ତ୍ରୀ ବହୁ କଷ୍ଟରେ ନଦୀ ପାରି ହୋଇ ଗାଁ କୁ ଯାଇ ସ୍ବାମୀ ଭାସି ଯାଇ ଥିବା ନିଜ ପୁଅ ପୂର୍ଣ୍ଣ କାଡ୍ରାକା ଓ ଅନ୍ୟମାନଙ୍କୁ ଜଣାଇ ଥିଲେ। ସମସ୍ତେ ରାତ୍ରରେ ପ୍ରାୟ ଦୁଇ କିମି ଦୂର ପର୍ଯ୍ୟନ୍ତ ନଦୀ କୂଳେ କୂଳେ ଯାଇ ଖୋଜି ନ ପାଇବାରୁ ଫେରି ଯାଇଥିଲେ। ଆଜି ସକାଳ ୭ ଘଣ୍ଟା ସମୟରେ ନଦୀରେ ଶବ ଭାସୁଥିବା ଦେଖିବା ପରେ ପୁଅ ପୂର୍ଣ୍ଣ କାଡ୍ରାକା ଲିଖିତ ଭାବେ ବନ୍ଧୁଗାଁ ଥାନା ରେ ଦେଇଥିଲେ। ଥାନାରେ ଲିଖିତ ଅଭିଯୋଗ ପାଇବା ପରେ ଏସଆଇ ଟଙ୍କଧର ନାଏକ କେଶ ହାତକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ଆଜି ପର୍ଯ୍ୟନ୍ତ ଗାଁକୁ ନିର୍ମାଣାଧୀନ ରାସ୍ତା ଅଟକି ରହିଛି ।ଗ୍ରାମବାସୀ ସମସ୍ତ କାମ ପାଇଁ ବନ୍ଧୁଗାଁ ବଜାର ଉପରେ ନିର୍ଭର କରିଥାନ୍ତି। ଏଥି ପାଇଁ ଝଞ୍ଜାବତି ପାରି ହୋଇ ସ୍ୱାସ୍ଥ୍ୟ କେନ୍ଦ୍ର, ବାର୍ଦ୍ଧକ୍ୟ ଭତ୍ତା, ଚାଉଳ ଓ ଅନ୍ୟାନ୍ୟ କାମ ପାଇଁ ଆସିଥାନ୍ତି। ଆଜି ପର୍ଯ୍ୟନ୍ତ ଗ୍ରାମକୁ ବ୍ରିଜ ଖଣ୍ଡିକ ହୋଇ ନ ଥିବାରୁ ଗ୍ରାମବାସୀ ଜୀବନ କୁ ବାଜି ଲଗାଇ ଝଞ୍ଜାବତି ନଦୀ ପାରି ହେଉଛନ୍ତି। ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଭାତ ପାଣି ଙ୍କ ଉପସ୍ଥିତିର ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗାଁ ଲୋକେ ଶବ କୁ ନେଇ ଶବ ଦାହ କରିଥିବା ଜାଣିବାକୁ ମିଳିଛି।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ବେଲଗୁଣ୍ଠାରେ ଶ୍ରୀରାମ ନବମୀ ପାଳିତ

Sunil Chandra Nayak

Sai Valley world institute organised the Fresher’s welcome party ARAMBHA

Sunil Chandra Nayak

ସାତଦିନ ମଧ୍ୟରେ ହେବ ସମସ୍ୟାର ସମାଧାନ: ହିନ୍ଦୋଳଗସ୍ତରେ ଆସି ପ୍ରତିଶ୍ରୁତିଦେଲେ 5T ସଚିବ

Sunil Chandra Nayak

Leave a Comment

error: Content is protected !!