ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ଧରାକୋଟ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ଆସିକା, ୨୧/୧୧/୨୫ — ଧରାକୋଟ ବ୍ଲକର ବରଡ଼ାବିଲି ଉନ୍ନୀତ ଉଚ୍ଚ ନ୍ୟାୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବି ଇ ଓ ଅଭିମନ୍ୟୁ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ସମ୍ମାନୀତ ଅତିଥି ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ବି ଡି ଓ ସଂଗ୍ରାମ କେଶରୀ ଜେନା, ଏ ଡି ଇ ଓ ଡ ପ୍ରଭାତୀ ମହାପାତ୍ର,ସାଂସଦ ପ୍ରତିନିଧି ମୁନା ପ୍ରଧାନ, ଏ ବି ଇ ଓ ବିଭୁତି ଭୁଷଣ ପାତ୍ର ପ୍ରମୁଖ ଉପସ୍ଥିତ ରହି କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯକ୍ରମ ରେ ଏ ବି ଇ ଓ ସୌରୀ ଶଙ୍କର ବେହେରା ସଂଯୋଜନା କରିଥିବା ବେଳେ ଗୌରୀ ଶଙ୍କର ଶତପଥୀ ଓ ସୁରେଶ କୁମାର ପାତ୍ର ଉପସ୍ଥାପକ ଭାବେ ଦାୟିତ୍ଵ ତୁଲାଇଥିଲେ। ଉଦଯାପନୀ ଉତ୍ସବରେ ବି ଇ ଓ ଅଭିମନ୍ୟୁ ସାହୁ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ସମ୍ମାନୀତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ମନୋଜ କୁମାର ସାହୁ,ସରପଞ୍ଚ ଅହଲ୍ୟା ସ୍ୱାଇଁ, ଶିକ୍ଷାବିତ କାଳୁ ଚରଣ ଗୌଡ଼, ବରିଷ୍ଠ ସାମ୍ୱାଦିକ ହୃଦାନନ୍ଦ ଜେନା,ଏସ ଏମ ସି ସଭାପତି ବୁଲୁ ସାହୁ, ଏ ବି ଇ ଓ ସୌରୀ ଶଙ୍କର ବେହେରା, ମାଣିକପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବାବୁଲା କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରଧାନ ଶିକ୍ଷକ ବିରୁପାକ୍ଷ ପରିଡ଼ା ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏସ ସି ଇ ଆର ଟି ଓ ରାଆ ଆନୁକୁଲ୍ୟରେ ଆୟୋଜିତ ଏହି ମେଳାରେ ବ୍ଲକର 119 ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା 207 ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ବିଚାରକ ଭାବରେ ଗୋକୁଳ କୃଷ୍ଣ ପଣ୍ଡା, ରଘୁନାଥ ଘଡେଇ, କୈଳାସ ଚନ୍ଦ୍ର ମହାରଣା ଓ ରଶ୍ମୀ ରେଖା ପଣ୍ଡା ଦାୟିତ୍ଵ ତୁଲାଇଥିବା ବେଳେ ଜିଲ୍ଲା ସ୍ତରକୁ10 ଟି ଓ ବ୍ଲକ ସ୍ତର ପାଇଁ 13 ପ୍ରକଳ୍ମ ନୋନୀତ ହୋଇଥିଲା । କାର୍ଯ୍ୟକ୍ରମରେ ଅରୁଣ କୁମାର ସାହୁ ଓ ଯୋଗୀ ଭାଇ ସଙ୍ଗୀତ ପରିଚାଳନା କରିଥିବା ବେଳେ ଏ ବି ଇ ଓ ସୌରୀ ଶଙ୍କର ବେହେରା ପରିଚାଳନା କରିଥିଲେ। ସି ଆର ସି ଗୌରୀ ଶଙ୍କର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ପ୍ରଶିକ୍ଷଣ ୱାର୍ଡ ସଭ୍ୟ ମାନଙ୍କ ପ୍ରାରମ୍ଭିକ କାର୍ଯ୍ୟକ୍ରମ

Sunil Chandra Nayak

ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଗୃହ ପ୍ରାଙ୍ଗଣ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ସଫେଇ କାର୍ଯ୍ୟକ୍ରମ

masiha

୮ଦଫା ଦାବି ପୂରଣ ଦାବିରେ ପରଜଙ୍ଗ ବିଡ଼ିଓ ଙ୍କୁ ଅଙ୍ଗନବାଡି କର୍ମୀ ଙ୍କ ଦାବିପତ୍ର  

Sunil Chandra Nayak

Leave a Comment

error: Content is protected !!