ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଆମ ତରଫରୁ ସହିଦ୍ ଲକ୍ଷ୍ମଣ ଜୟନ୍ତି ପାଳନ

ରାଆମ ତରଫରୁ ସହିଦ୍ ଲକ୍ଷ୍ମଣ ଜୟନ୍ତି ପାଳନ

ରାୟଗଡ଼ା ଜିଲ୍ଲା ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ତାଡ଼ାମା ଗ୍ରାମର ଗୌଡ଼ଖିଲମ୍ ଗ୍ରାମରେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ସହିଦ୍ ଲକ୍ଷ୍ମଣ ନାୟକ ଜୟନ୍ତି ପାଳନ ହୋଇଯାଇଛି । ଗୁଣୁପୁର ସ୍ଥିତ ଏବିଏସକେପୀ ମହାବିଦ୍ୟାଳୟର ଉପ-ଅଧ୍ୟକ୍ଷ ତଥା ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ)ର ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ମେଲାକାଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଭୂମିଆ ବୀର ସଂଗ୍ରାମୀ ତଥା ମାଲକାନାଗିରି/କୋରାପୁଟ ଗାନ୍ଧୀ ସହିଦ୍ ଲକ୍ଷ୍ମଣ ନାୟକଙ୍କ ପବିତ୍ର ଜୟନ୍ତି ପାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଆମର ସାଧାରଣ ସମ୍ପାଦକ ଶ୍ରୀ କାମେଶ୍ୱର ବିଡ଼ିକା, ସାମାଜିକ କର୍ମୀ ମହେଶ୍ୱରରାଓ ବିଡ଼ିକା, ଗୌଡ଼ଖିଲମର ଗାଁ ମୁଖିଆ ଆନନ୍ଦ ମିଣିଆକା, ଗୌଡ଼ଖିଲମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ରବି ନାରାୟଣ ରଥ, ଗାଁର ଆଶା କର୍ମୀ ଆମାଜି କାଡ୍ରାକା, ଦୁନ୍ଦା ତାଡ଼ିଙ୍ଗି, ବାଲି ଖର୍ଶଲିବଂଶ, ଦମ୍ବୁରୁଧର କାଡ୍ରାକା ସମେତ ଗୁଣୁପୁରର ସାମାଜିକ କର୍ମୀ ଓ ଶିକ୍ଷାବିତ୍ ଶ୍ରୀ ପଞ୍ଚାନନ ଚୌଧୁରୀ ସମୂହ ମଞ୍ଚାସୀନ ଥିଲେ । ସହିଦ୍ ଲକ୍ଷ୍ମଣ ନାୟକଙ୍କ ଜୀବନ, ସଙ୍ଘର୍ଷ ଓ ଉପଲବ୍ଧି ଉପରେ ଶ୍ରୀ ମେଲାକା ଅଭିଭାଷଣ ଦେଇଥିବା ବେଳେ ଗ୍ରାମର ମହିଳା ମଣ୍ଡଳୀ, ଗାଁର ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ଯୋଗ ଦେଇ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଇତିହାସ ଶୁଣିଥିଲେ । ପିଲାଙ୍କୁ ମିଷ୍ଠାନ ବଣ୍ଟନ କରିବା ସହିତ ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ ଆଦିବାସୀ ମହିଳା ସମ୍ମିଳନୀ ଆୟୋଜନ କରି ମହିଳା ସଶକ୍ତିକରଣ ଏବଂ ଅଧିକାର ପାଇଁ ବିପ୍ଲବ କରିବା ପାଇଁ ଆଲୋଚନା କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଗତ ୧୫ ନଭେମ୍ୱର ତାରିଖ ଦିନ ଆଦିବାସୀ ଭଗବାନ ବିର୍ସା ମୁଣ୍ଡା ଜୟନ୍ତି ପାଳନ ହୋଇଥିଲା ବେଳେ ଆଜି ୨୨ ନଭେମ୍ବର ୨୦୨୫ ପୂର୍ବାହ୍ନ ସମୟରେ ସହିଦ୍ ଲକ୍ଷ୍ମଣ ନାୟକ ପାଳନ ହୋଇଯାଇଛି । ସହରରେ ପାଳିବା ଦ୍ବାରା ପଲ୍ଲୀ ଗାଁର ଲୋକମାନେ ଯୋଗ ଦେଇ ପାରୁ ନାହାଁନ୍ତି, ତେଣୁ ବଡ଼ ବଡ଼ ଗାଁ ଗୁଡିକରେ ଏହି ଦିବସକୁ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ବର୍ଷ ଏହି ଦୁଇଟି କାର୍ଯ୍ୟକ୍ରମକୁ ନିଆରା ଢ଼ଙ୍ଗରେ ପାଳନ କରିବା ସହିତ ସମାଜସେବା, ଗବେଷଣା ଓ ଉନ୍ନୟନ କାର୍ଯ୍ୟ ଦ୍ଵାରା ଆଦିବାସୀଙ୍କ ଉନ୍ନତି ପାଇଁ ୧୩ ଅଗଷ୍ଟ ୨୦୨୩ ମସିହା ଠାରୁ ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) କାର୍ଯ୍ୟ କରିଆସୁଅଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

ଟିଙ୍ଗିପଦର ଆରଡି ରାସ୍ତା ଠୁ ପିଠାପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଘଟଣା  ଖବର ପ୍ରସାରଣ ପରେ ଲାଗିଲା ସୂଚନା ଫଳକ 

masiha

ରାଜ୍ୟ ଓମ୍ଫେଡ଼ ବୋର୍ଡ ର ଅଧ୍ୟକ୍ଷ ହେବେ କଳାହାଣ୍ଡି ଜିଲ୍ଲାର କିଶୋର ଚନ୍ଦ୍ର ପ୍ରଧାନୀ

Sunil Chandra Nayak

Leave a Comment

error: Content is protected !!