ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁପଦର କଲେଜ ରେ ଦୁଇଟି ପ୍ରକଳ୍ପ ର ଶିଳାନ୍ୟାସ କଲେ ବିଧାୟକ

କେନ୍ଦୁପଦର କଲେଜ ରେ ଦୁଇଟି ପ୍ରକଳ୍ପ ର ଶିଳାନ୍ୟାସ କଲେ ବିଧାୟକ

ଆସିକା,୨୧/୧୧/୨୫ ଆସିକା ବ୍ଲକ ଅନ୍ତର୍ଗତ ନିମିନା ବୃନ୍ଦାବନ ଚନ୍ଦ୍ର ମହା ମହାବିଦ୍ୟାଳୟର। ଅଧ୍ୟକ୍ଷଙ୍କ ତତ୍ତ୍ଵାବଧାନରେ ଆଜି ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କ ଦ୍ୱାରା ଦୁଇଟି ପ୍ରକଳ୍ପ ର ଶିଳାନ୍ୟା ଶିଳାନ୍ୟାସ କରାଯାଇଛି ଓ ଉଚ୍ଚ ଶିକ୍ଷା ବିଭାଗ ଭାଗ,ଓଡ଼ିଶାଦ୍ବାରା ପ୍ରାପ୍ତ ଅନୁଦାନ ପାଣ୍ଠିରୁ ଅନୁଷ୍ଠାନର ପ୍ରାଚୀର, ଖେଳ ପଡିଆ ଓ ପ୍ରଶାସନିକ ଭବନ ସ୍ଥାପିତ ହେବା ପାଇଁ ବ୍ୟୟ ଅଟକଳ ହୋଇଛି ଓ ତେଣୁ ସେହି ସବୁ କାର୍ଯ୍ୟର ଶୁଭ ଆରମ୍ଭ ନିମନ୍ତେ ମାନ୍ୟବର ବିଧାୟକ ଶ୍ରୀ ସରୋଜ ପାଢ଼ୀଙ୍କ ଦ୍ବାରା ଭୂମିପୂଜନ ତଥା ଶିଳାନ୍ୟାସ ଉଦଘାଟନ ହୋଇଛି ଓ ଉକ୍ତ କାର୍ଯ୍ୟଗୁଡିକୁ ଯଥା ଶୀଘ୍ର ତ୍ୱରାନ୍ବିତ କରିବା ପାଇଁ ପଦ କ୍ଷେପ ନିଆଯିବ ଓ ଅନୁଷ୍ଠାନରେ ଏକ ନୂତନ ବ୍ୟାୟାମ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମାନ୍ୟବର ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ଓ ନୂତନ ବିଧାୟକ ଭାବେ ଶପ‌ଥ ନେବା ପଶ୍ଚାତ ମାନ୍ୟବର ବିଧାୟକ ଶ୍ରୀ ସୋରଜ ପାଢ଼ୀ ପ୍ରଥମଥର ପାଇଁ ଅନୁଷ୍ଠାନରେ ପଦାର୍ପଣ କରିଛନ୍ତି l ଆଗଧାଡିର ନେତା ବିଜେପିର ବିଜିୟ କୁମାର ସ୍ବାଇଁ, ଶିବ କୁମାର ନାୟକ,ସଙ୍ଗୀତ ପାଢୀ, ସନ୍ଦୀପ ପାଢୀ, ପୂର୍ଣ ଚନ୍ଦ୍ର ମହାନ୍ତି,ସାଗର କୁମାର ମହାନ୍ତି,ସୋନୁ ଜେନା,ରାଜେଶ ଦୋରା,ପପୁ ମହାନ୍ତି, ଆଶିଷ ପାଢ଼ୀ, ପ୍ରମୁଖ ଉପସ୍ଥିତଥିଲେ। ଅନୁଷ୍ଠାନ ଅଧ୍ୟକ୍ଷ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ମଧ୍ଯ ଆୟୋଜିତ ହୋଇଛି ଓ ଉକ୍ତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ଗୋଷ୍ଠୀର ମୁଖ୍ୟ ଯନ୍ତ୍ରୀ, ସହାୟକ ଯନ୍ତ୍ରୀ ଓ କେନ୍ଦୁପଦର ତଥା ନିମିନା ଏବଂ ସ୍ଥାନୀୟ ଗ୍ରାମର ଜନ ପ୍ରତିନିଧୂମା ମାନେ ମଧ୍ୟ ଉପସ୍ଥିତ ଥିଲେ ଓ ଏହା ବ୍ୟତୀତ ଅନୁଷ୍ଠାନର ଏନ୍. ସି. ସି, ଯୁବ ରେଡ୍ କ୍ରୋସ, ଭାରତ ସ୍କାଉଟ ଓ ଗାଇଡ଼, ଏନ୍.ଏସ୍. ଏସ୍ ଏସ୍ ର ସମସ୍ତ ସ୍ଵେଚ୍ଛାସେବୀ ଓ ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହି ଏହି ଭବ୍ୟ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ ସାପ କରିଛନ୍ତି ଛନ୍ତି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଧର୍ମଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

ନୃସିଂହନାଥ ଠାରେ ବିଂଝାଲ ସାମାଜ ପକ୍ଷରୁ ମହାସଭା ପାଇଁ ଏକ ପ୍ରସ୍ତୁତି 

masiha

ରାଜନଗର ପଞ୍ଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର ରାଜନଗର ସ୍ୱାଭିମାନ ସୁରକ୍ଷା ମଂଚ ତରେଫରୁ ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!