ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁଶ୍ରୀ ତେଗ ବାହାଦୁରଙ୍କ ୩୫୦ତମ ସହିଦ ଦିବସ। ଗୁରୁଶ୍ରୀ ତେଗ୍ ବାହାଦୁରଜୀଙ୍କ ବଳିଦାନ ଅତୁଳନୀୟ

ଗୁରୁଶ୍ରୀ ତେଗ ବାହାଦୁରଙ୍କ ୩୫୦ତମ ସହିଦ ଦିବସ।

ଗୁରୁଶ୍ରୀ ତେଗ୍ ବାହାଦୁରଜୀଙ୍କ ବଳିଦାନ ଅତୁଳନୀୟ…..

କଳାହାଣ୍ଡି:ଏକ ମହାନ ଯୋଦ୍ଧା, ଆଧାତ୍ମିକ ବ୍ୟକ୍ତିତ୍ଵ ଏବଂ ମାତୃଭୂମିର ପ୍ରେମୀ ନବମ ଶିଖଗୁରୁ ଶ୍ରୀଗୁରୁ ତେଗବାଦାଦୂର ଜୀଙ୍କର ସର୍ବୋଚ୍ଚ ବଳିଦାନ ପାଇଁ ମାନବ ସମାଜ ସର୍ବଦା ରଣୀ ରହିବ ।

ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ଗୁରୁଶ୍ରୀ ତେଗ ବାହାଦୁରଙ୍କ ବଳିଦାନ ଅତୁଳନୀୟ । ଆଜିର ଯୁବପିଢି ଶ୍ରୀଗୁରୁ ତେଗ ବାହାଦୂରଙ୍କର ଜୀବନ, ଚରିତ୍ର ଏବଂ ବଳିଦାନରୁ ପ୍ରେରଣା ପାଇ ମାନବିକ ଓ ନୈତିକ ମୂଲ୍ୟବୋଧକୁ ଜୀବନରେ ଆଗକୁ ନେବାର ଆବଶ୍ୟକତା ରହିଛି ବୋଲି ଗୁରୁଶ୍ରୀ ତେଗ ବାହାଦୁରଙ୍କ ୩୫୦ତମ ସହିଦ ଦିବସ ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଛନ୍ତି । ଭବାନୀପାଟଣା ଗୁରୁ ସିଂଙ୍କ ଅଧ୍ୟକ୍ଷତା କରିଥିଲେ । ଭବାନୀପାଟଣା ସ୍ଥିତ ଗୁରୁ ସିଂ ସଭା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ସର୍ଦ୍ଧାର ସୁରେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ.ନିବେଦିତା ନାଥ, ସମ୍ମାନିତ ଅତିଥି ତଥା ଆଲୋଚକ ଭାବେ ପ୍ରାଧ୍ୟାପିକା ଡ. ପଲ୍ଲୀଶ୍ରୀ ପଟ୍ଟନାୟକ, ଶିକ୍ଷାବିତ୍ ଡ.ଅଜୟ ମିଶ୍ର, ଡ.ଉମେଶ ଶତପଥୀ, ଜେପି କଲେଜ ଅଧ୍ୟକ୍ଷ ଡ. ପରମେଶ୍ବର ମୁଣ୍ଡ, ଲାଞ୍ଜିଗଡ ବେଦାନ୍ତ ଡିଏଭି ସ୍କୁଲ ଅଧ୍ୟକ୍ଷା ନଭିନିତ କୌର ପ୍ରମୁଖ ଯୋଗଦେଇ ବର୍ତମାନ ପରିସ୍ଥିତିରେ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ଭାରତ ବର୍ଷର ପ୍ରତ୍ୟେକ ଯୁବପିଢି ଗୁରୁ ତେଗ ବାହାଦୂରଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଭାରତର ଆଗାମୀ ଭବିଷ୍ୟତ ସୁରକ୍ଷିତ ରହିବ ବୋଲି କହିଥିଲେ।ତେଗ୍ ବାହାଦୁରଜୀ ଙ୍କ ବଳିଦାନ ଭାରତ ଅନେକ ପିଢିକୁ ଜୀବନ ଦେଇଛି,ଆମ ସଂସ୍କୃତିରର ମର୍ଯ୍ୟାଦା ଏହା ସମ୍ମାନ ଏବଂ ସମ୍ମାନକୁ ରକ୍ଷା କରିବା ପାଇଁ ଶ୍ରୀ ଗୁରୁ ତେଗ୍ ବାହାଦୁରଜୀ ଏକ ମହାନ୍ ଶକ୍ତି । ମୋଗଲ ସମ୍ରାଟ ୱାରେଙ୍ଗଜେବଙ୍କ ଦ୍ବାରା ଧର୍ମାନ୍ତୀକରଣର କାଶ୍ମୀର ପଣ୍ଡିତମାନଙ୍କ ରକ୍ଷା କରିବା ପାଇଁ ଗୁରୁଙ୍କ ବଳିଦାନ ଦେବାକୁ ପଡିଥିଲା । ଏଥି ପାଇଁ ତାଙ୍କୁ “ହିନ୍ଦ ଦି ଚାଦର” (ଭାତର ଢାଲ) ବୋଲି କୁହାଯାଏ । ଇସଲାମ ଧର୍ମ ଗ୍ରହଣ କରିବାକୁ ମନା କରିବାରୁ ୧୬୭୫ ମସିହାରେ ତାଙ୍କର ସର୍ବସାଧାରଣରେ ମୁଣ୍ଡକାଟ କରାଯାଇଥିଲା।ସେ ବଳପୂର୍ବକ ଧର୍ମାନ୍ତୀକରଣ ବିରୁଦ୍ଧରେ ଅଣମୁସଲମାନ ମାନଙ୍କ ଧାର୍ମିକ ସ୍ବାଧୀନତାକୁ ରକ୍ଷା କରିଥିଲେ ।

ଆଲୋଚନାଚକ୍ର ର ଆବାହକ ତଥା ଆଇନଜୀବୀ ହରଜିନ୍ଦର୍ ସିଂ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ଆଲୋଚନା ଚକ୍ର ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷୟତ୍ରୀ ଗୁରୁପ୍ରିତ କୌର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସାମାଜିକ ଉତ୍ତରଦାୟିତ୍ଵ ନିର୍ବାହ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଭିନ୍ନ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ରଚନା ଓ ଚିତ୍ରାଙ୍କନ ପ୍ରତିଯୋଜିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଡ.ବଳବିର କୌର ଧନ୍ୟବାଦ ପ୍ରଦାନ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କଲ୍ୟାଣସିଂପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ସାମାଜିକ କର୍ମୀ ଶୈଳରାଜ ପାଣିଙ୍କ ନେତୃତ୍ୱରେ ପଶୁପକ୍ଷୀଙ୍କ ପାଇଁ ଜଳଦାନ ସେବା 

masiha

ଉତ୍କଳ ସାମ୍ବାଦିକ ମୟୂରଭଞ୍ଜ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ; ସ୍ୱାସ୍ଥ୍ୟବୀମା ରାଶିକୁ ୧୦ଲକ୍ଷ ଟଙ୍କା ବୃଦ୍ଧି କରାଯାଉ ଓ ୧୫ହଜାର ଟଙ୍କା ମାସିକ ପେନସନ୍ ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!