ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ସର୍ଗିଫଲ୍ ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ 

ଜିଲ୍ଲା ସ୍ତରୀୟ ସର୍ଗିଫଲ୍ ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ 

(ଏକ କାଳୀନ ରେକର୍ଡ ୧୫୦ ରୁ ଉର୍ଦ୍ଧ ମଞ୍ଚ ଉଦଘୋଷକ୍ ସୃଷ୍ଟି)

ନବରଙ୍ଗପୁର:(୨୩|୧୧)(ରବିନାରାୟଣମହାନ୍ତି): ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ଙ୍କ ସଭାପତିତ୍ବ ରେ ପାପଡାହାଣ୍ଡି ବାଳିକା ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ସର୍ଗିଗୁଲ କାର୍ଯ୍ୟକ୍ରମର ସାନ୍ଧ୍ୟ କାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଦାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଉଦବଧନ ଦେଇ ପାଠ ପଢା ପ୍ରତି ସମସ୍ତେ ସଜାଗ ହେଲେ ସମସ୍ତଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ଡକ୍ଟର ଲିପିକା ମାଝୀ, ପାପଡାହାଣ୍ଡି ବ୍ଲକ୍ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିବେଦିତା ବିଶ୍ଵାଳ, ସତ୍ୟବ୍ରତ ବେହେରା, ପାପଡ଼ହାଣ୍ଡି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ବେହେରା ମଞ୍ଚାସିନ ଥିଲେ। ସଭାପତିତ୍ବ ଅଭିଭାଷଣରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପଲକା କହିଥିଲେ ଯେ ଛାତ୍ର ଛାତ୍ରୀ ନିଜେ ଚେଷ୍ଟା କଲେ ନିଜ ପ୍ରତିଭାର ବିକାଶ ନିଶ୍ଚିତ ଭାବରେ ହେବ । ଶେଷରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସେହିପରି ଦୂତୀୟ ଦିବସ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ୱଜିତ୍ ବର୍ମନ, ପ୍ରକଳ୍ପ ପ୍ରଶାସକ ରାଜୀବ ଲୋଚନ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ, କୋରାପୁଟ ସୁନିଲ କୁମାର ତାଣ୍ଡି , ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ, ସାମାଜିକ କଲ୍ୟାଣ ଅଧିକାରୀ ଡ୍ରୌପତି କହଁର ପ୍ରମୁଖ ମଞ୍ଚାସୀନ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସୂଚନା ଯୋଗ୍ୟ ବିଭିନ୍ନ ବିଦ୍ୟାଳୟରୁ ଆଣିଥିବା ବିଜ୍ଞାନ ପ୍ରକଳ୍ପ କୁ ନେଇ ବିଜ୍ଞାନ ମେଳା ଅନୁଷ୍ଠିତ ହେଉଛି। ସେହିପରି ନିକଟସ୍ତ ପଡିଆ ରେ ବିଦ୍ୟାଳୟ ସ୍ତରୀୟ ଉଭୟ ବାଳକ ଓ ବାଳିକାଙ୍କୁ ନେଇ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ,ତର୍କ, ସୃଜନଶୀଲ ଲିଖନ, କୁଇଜ୍, ଏକକ ଏବଂ ଦଳଗତ ନୃତ୍ୟ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ସୂଚନା ଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ବ୍ଲକ୍ ରୁ ତିନି ହଜାରରୁ ଅଧିକ ଛାତ୍ର ଛାତ୍ରୀଙ୍କ ସମାବେଶ ଦେଖିବାକୁ ମିଳିଛି। ଜିଲ୍ଲା ଇତିହାସ ରେ ପ୍ରଥମ ଥର ପାଇଁ ସର୍ଗିଫୁଲ ମଞ୍ଚରେ ୧୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ ସଞ୍ଚାଳନ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ମଙ୍ଗଳ ଅଧିକାରୀ ଶ୍ରୀ ପାଲକାଙ୍କ ଏପରି ଅଭିନବ ପ୍ରୟାସ କୁ ସମସ୍ତେ ପ୍ରଶଂସା କରିଛନ୍ତି। ନୃତ୍ୟ ପ୍ରତିଯୋଗିତା ର ବିଚାରକ ଭାବରେ ବିଶିଷ୍ଟ କଳାକାର ଫଲଗୁନି ପାତ୍ର ଯୁଗଳ ତ୍ରିପାଠୀ ଏବଂ ପଙ୍କଜ ଚୌଧୁରୀ ଯୋଗ ଦେଇଥିଲେ। ସାର୍ଗିଫୁଲ କାର୍ଯ୍ୟକ୍ରମ ପରିଚାଳନା କରିବାରେ ମଙ୍ଗଳ ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଜିଲ୍ଲା ମଙ୍ଗଳ ବିଭାଗର ବରିଷ୍ଠ ରାଜସ୍ବ ସହାୟକ ଜିତେନ୍ଦ୍ର କୁମାର ଚୌଧରୀ, କାର୍ଯ୍ୟାଳୟ ସହାୟକ ପ୍ରକାଶ ବାରିକ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମଣିପୁର ହିଂସାକୁ ଜୋରଦାର ପ୍ରତିବାଦ ,ରାଜରାସ୍ତାକୁ ଓହ୍ଲାଇଲା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

Sunil Chandra Nayak

ଗଁଦିଆ ବ୍ଲକ ଉଦ୍ୟାନ କୃଷି କର୍ମ ଶାଳା

Sunil Chandra Nayak

ସିନାପାଲିରେ ଗୃହ ତାଳିକା ଓ ଗୃହ ଗଣନା ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!