ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ଲିଙ୍ଗଭିତ୍ତିକ ଏବଂ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲା ସ୍ତରୀୟ ଉଦଘାଟନ 

ଅନ୍ତର୍ଜାତୀୟ ଲିଙ୍ଗଭିତ୍ତିକ ଏବଂ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲା ସ୍ତରୀୟ ଉଦଘାଟନ 

ଡାବୁଗାଁ, ୨୪/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ମିଶନ ଶକ୍ତି ସମ୍ମିଳନୀ ଗୃହ ଠାରେ ଜିଲା ସମାଜ କଲ୍ୟାଣ ବିଭାଗ ଏବଂ ୱାନ ଷ୍ଟପ ସେଣ୍ଟର୍ (ଶକ୍ତି ସମ୍ବଳ) ମିଳିତ ଭାବରେ ୧୬ ଦିନିଆ କାର୍ଯ୍ୟକ୍ରମ ସୋମବାର ଜିଲା ସ୍ତରୀୟ ଉଦଘାଟନ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଜିଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କଂହର ସ୍ୱାଗତ ସମ୍ଭାଷଣ ଦେବା ସହ ୧୬ ଦିନିଆ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ସଖୀ କେନ୍ଦ୍ରର କେନ୍ଦ୍ର ପରିଚାଳିକା ରଞ୍ଜିତା ସାହୁ ଲୋକ କଲ୍ୟାଣ ପୋର୍ଟାଲ ଦ୍ୱାରା ପଞ୍ଜିକୃତ ହୋଇଥିବା ଆଇ ଏସ ଆର ଡି ୱାନ ଷ୍ଟପ ସେଣ୍ଟର ନବରଙ୍ଗପୁର ରେ ଚଳିତ ବର୍ଷ ୧୬ ଦିନ କାର୍ଯ୍ୟକ୍ରମ କରିବାକୁ ଯାଉଛି ବୋଲି କହିଥିଲେ ଏବଂ ୧୬ ଦିନର ପ୍ରତ୍ୟେକ କାର୍ଯ୍ୟକ୍ରମ ଥିମ ଅନୁସାରେ କେଉଁ ଦିନ କେଉଁ କାର୍ଯ୍ୟକ୍ରମ ରହିଛି ଏବଂ ଏହା ଦ୍ୱାରା କିପରି ମହିଳା ଏବଂ ବାଳିକା ମାନେ କିପରି ଉପକୃତ ହେବେ ବିଭାଗୀୟ ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ସମ୍ପାଦନ କରିବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମ ମଙ୍ଗଳବାର ଡି ଠାରୁ ଆରମ୍ଭ ହେବ | ଏହି କାର୍ଯ୍ୟକ୍ରମ ରେ ଜିଲାପାଳ ଡ଼. ମହେଶ୍ୱର ସ୍ୱାଇଁ ବାଳିକା ଏବଂ ମହିଳା ମାନଙ୍କ ପ୍ରତି ଘଟି ଆସିଥିବା ବିଭିନ୍ନ ପ୍ରକାର ହିଂସା ଦୂରୀକରଣ ନିମନ୍ତେ ଏହା ଏକ ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମ ଏବଂ ଏହା ମାଧ୍ୟମରେ କେବଳ ନାରୀ ନୁହେଁ ପୁରୁଷ ମାନଙ୍କୁ ବିଶେଷ ରୂପେ ସଚେତନ କରାଯାଉ ବୋଲି କହିଥିଲେ । ଏଥିରେ ଏଚଇଡବଲ୍ଲ୍ୟୁ ଜିଲା ସଂଯୋଜିକା ସରିତା ପାଣି, ସସ୍ମିତା ପାତ୍ର, ପ୍ରୀତି ବାଘ, ସ୍ମରଣିକା ପଟ୍ଟନାୟକ, ପରାମର୍ଶ ଦାତ୍ରୀ ଜସ୍ମିନ ସିଂ, କେସ ୱାର୍କର ସ୍ୱାସ୍ଥ୍ୟ କର୍ମୀ ଦାମିନୀ ବାଳା ନାୟକ, ଗୀତାଞ୍ଜଳି ପାଣିଗ୍ରାହୀ ଶକ୍ତି ସଦନ ପରିଚାଳିକା ସ୍ଵର୍ଣ୍ଣଲତା ବେନିଆ, ରଶ୍ମିତା ଜାଲ ଓ ଜିଲାର ସମସ୍ତ ଜିଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ସତ୍ଯସାଇ ବିହାର ପରିସରରେ ସତ୍ଯସାଈ ବାବାଙ୍କ ୧୦୦ତମ ଜନ୍ମ ମହୋତ୍ସବ

Sunil Chandra Nayak

ନବରଙ୍ଗପୁରରେ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ, ବିଧାୟକ ନିଜେ ଶିଶୁକୁ ପୋଲିଓ ବୁନ୍ଦା ଖୁଆଇଲେ 

Sunil Chandra Nayak

ଅବ୍ୟବସ୍ଥାରେ ଘେରରେ ବେଲଗୁଣ୍ଠା ଏନଏସିର ସୌନ୍ଦର୍ଯ୍ୟ କରଣ 

Sunil Chandra Nayak

Leave a Comment

error: Content is protected !!