ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱ ମାତୃତ୍ୱ ଦିବସରେ ସଲାମ

ଭିନ୍ନ ଏକ ମାଆ…୬୩ ସନ୍ତାନ ର ଜନନୀ ମା କସ୍ତୁରୀ…

 

 ମାଆ…… ଏହି ଶବ୍ଦ ଟି ପ୍ରତେକ ମଣିଷ ର ଅତି ଘନିଷ୍ଟ ଓ ନିଜର ..କହିବାକୁ ଗଲେ ଏହି ମାଆ ବିନା କାହାରି କିଛି ଅସ୍ଥିତ୍ୱ ନାହିଁ । ଏପରି ଏକ ମାଆ ହୋଇଛନ୍ତି କସ୍ତୁରୀ, ଅନେକ ଶିଶୁଙ୍କୁ ଯଶୋଦା ମାଆ ପରି ଲାଳନ ପାଳନ କରି ମାତୃତ୍ୱ ର ପରିଚୟ ଦେଇ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ଓ ଉଦାହରଣ ସୃଷ୍ଟି କରିଛନ୍ତି।

୬୩ ଜଣ ଶିଶୁର ଜନନୀ… ନିଜେ ଜନ୍ମ କରିନାହାନ୍ତି ତଥାପି ସେ ଏତେଗୁଡିଏ ସନ୍ତାନ ର ମାଆ ଏହା ଅବାସ୍ତବ ହେଲେ ମଧ୍ୟ ସତ।

ଏଣେ ତେଣେ ଫିଙ୍ଗି ଦେଉଥିବା କଅଁଳ ଅବାଞ୍ଚୀତ ଶିଶୁ ମାନଙ୍କୁ ଗୋଟେଇ ଆଣି ଯଶୋଦା ଅନାଥ ଆଶ୍ରମ ଗଢିଛନ୍ତି ସ୍ୱାମୀ ଶ୍ୟାମ ସୁନ୍ଦର ଜାଲ। ଧର୍ମଗଡ ଅଞ୍ଚଳ ର ଗମ୍ବାରିଗୁଡା ଯଶୋଦା ଅନାଥ ଆଶ୍ରମ କୋମଳ ମତି ଶିଶୁ ଙ୍କ ଭବିଷ୍ୟତ ଗଢିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛି । ଅଶୀ ଦଶକରେ ଆଶ୍ରମ ଗଢ଼ିଥିଲ ଶ୍ୟାମ ସୁନ୍ଦର ଜାଲ ଓ କସ୍ତୁରି ଜାଲ କିଛି ମାଆ ପରିତ୍ୟକ୍ତ ଶିଶୁକୁ ନେଇ।ଆଜି ଏହି ଆଶ୍ରମ ଶହ ଶହ ଶିଶୁଙ୍କ ପରିଚୟ ର ଠିକଣା ପାଲଟି ଯାଇଛି।କେଉଁଠି ଶିଶୁଟିଏ କେହି ଫିଙ୍ଗି ଦେଇଥିବା ର ଖବର ପାଇଲେ ଶ୍ୟାମ ତାକୁ ଆଶ୍ରମକୁ ନେଇ ଆସନ୍ତି। ଶିଶୁଙ୍କୁ ନିଜ ଜନ୍ମିତ ସନ୍ତାନ ଭଲି ଲାଳନ ପାଳନ କରନ୍ତି ମାଆ କସ୍ତୁରୀ ।ଶିଶୁ ମାନଙ୍କୁ ଗାଧୁଆ, ଖାଇବା ପିଇବା ଓ ଶୁଆଇବା ଇତ୍ୟାଦି ସେବା କରନ୍ତି। କେବଳ ଯେ ଜନ୍ମ ଦେଇଥିବା ମା ହିଁ ଶିଶୁର ଲାଳନ ପାଳନ କରିଥାଏ ତା’ହା ନୁହେଁ କସ୍ତୁରୀ ଭଳି ମାଆ କୁନି କୁନି ଶିଶୁ ପ୍ରତି ନିଜର ମାତୃତ୍ୱ ଓ ପ୍ରେମକୁ ଅଜାଡି ଦେଇ ଏମାନଙ୍କ ଭବିଷ୍ୟତ ଗଢିବାରେ ଲାଗି ରିହଛନ୍ତି ମାଆ କସ୍ତୁରି ।

ଏବେ ୬୩ ଜଣଙ୍କ ମାଆ କସ୍ତୁରୀ… ଅନେକ ଛୁଆ ଭୁବନେଶ୍ୱର, ସମ୍ବଲପୁର,ଭବାନୀପାଟଣା ରେ ପାଠ ପଢ଼ୁଥିବା ବେଳେ ଧର୍ମଗଡ଼ ରେ ବାକି ଛୁଆ ମାନେ ପାଠ ପଢୁଛନ୍ତି। ଏଭିତରେ ଅନେକ ଝିଅକୁ ବାହା କରିସାରିଥିବା ବେଳେ ପାଳିତ ପୁଅ ମାନଙ୍କ ପାଇଁ ବୋହୁ ମଧ୍ୟ ଆଣି ସାରିଲେଣି ମାଆ କସ୍ତୁରୀ।ଏବେ ବି ଡଜନେ କଅଁଳ ଶିଶୁଙ୍କ ମାଆ ସେ।ଶିଶୁ ମଙ୍ଗଳ ବିଭାଗ ପକ୍ଷରୁ କେବଳ ୪୩ ଶିଶୁ ପାଇଁ ଆର୍ଥିକ ସହାୟତା ମିଳୁଛି ବାକି ଶିଶୁ ମାନଙ୍କୁ ଯେନତେଣ ପ୍ରକାରେ ଭରଣ ପୋଷଣ କରନ୍ତି ବୋଲି କହନ୍ତି ଶ୍ୟାମ ସୁନ୍ଦର।ଏହା ବ୍ୟତୀତ ଆଶ୍ରମ ପରିସରରେ ୨୫ ଜଣ ବୃଦ୍ଧା ଓ ମାନସିକ ଅନଗ୍ରସରଙ୍କୁ ସ୍ଥାନ ଦେଇଛନ୍ତି ଏହି ଦମ୍ପତି।

ମାଆ ତୁମେ ମମତାର ସୀମାହୀନ ସାଗର, ମାଆ ତୁମେ ଆମ ପାଇଁ ଦେବତାର ମନ୍ଦିର।

ଆଜିର ଦିନରେ ଏଭଳି ବିରଳ ମାତୃତ୍ୱ ନିଶ୍ଚିତ ଭାବେ ବିରଳ…. ବିଶ୍ୱ ମାତୃତ୍ୱ ଦିବସ ଅବସରରେ ଏହି ମାଆ କୁ ହୃଦୟରୁ ପ୍ରଣାମ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆଦିବାସୀ ଅଧୁଷିତ ଅଂଚଳରେ କିସାନ ସମ୍ପ୍ରଦାୟର ଲୋକ ମାନେ ନିଆରା ଢଙ୍ଗରେ ପାଳନ କଲେ କରମା ପୂଜା  

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଜାଲ

Sunil Chandra Nayak

କୋକସରା ଭିନ୍ନକ୍ଷମ ଦିବସ ଅବସରରେ ଅନ୍ତର୍ନିବାସ ଗୋଷ୍ଠି ସାଧନ କେନ୍ଦ୍ର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!