ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରା ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରୁପ୍ରା ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ରୁପ୍ରା, ୨୫/୧୧ (ଅଜୟ ସେନାପତି ) : ନର୍ଲାବ୍ଲକ୍ ଅଧିନ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରା ଠାରେ ସଡ଼କ ସୁରକ୍ଷା ବାର୍ତ୍ତାକୁ ନେଇ ଯୁବ ରେଡକ୍ରସ୍ ଶାଖା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ମମତା ମଞ୍ଜରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ ସଚେତନତା କାର୍ଯ୍ୟକ୍ରମରେ କେସିଙ୍ଗା ଆଦର୍ଶ ଥାନାର ଏସ୍ଆଇ ରାସବିହାରୀ ସା ଓ ଏଏସ୍ଆଇ ଅନୁପ ଶତପଥୀ ଯୋଗଦାନ କରି ଉପସ୍ଥିତ ଥିବା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା ବାବଦରେ ବିସ୍ତୃତ ଭାବରେ ଅବଗତ କରାଇ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଉକ୍ତ ବିଦ୍ୟାଳୟର ରେଡକ୍ରସ୍ ପରାମର୍ଶଦାତା ସୁଧିର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ଓଡ଼ିଆ ଅଧ୍ୟାପକ କାଳିଚରଣ ମହାପାତ୍ର, ଇଂରାଜୀ ଅଧ୍ୟାପକ ସିଦ୍ଧିପ୍ରକାଶ ବେଜ୍, ଶିକ୍ଷା ଅଧ୍ୟାପିକା ମନୀଷା ଚୌଧୁରୀ ଓ ପିଇଟି ନାରାୟଣ ନାଏକ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ, କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ପ୍ରାଧ୍ୟାପିକା ଡ ପ୍ରଜ୍ଞା ପରମିତା ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ବଜ୍ରାଘାତରେ ଜଣଙ୍କର ମୃତ୍ୟୁ

Sunil Chandra Nayak

ଓଡ଼ିଶା ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଅତିରିକ୍ତ ସଚିବଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ହିତାଧିକାରୀଙ୍କୁ କର୍ମସ୍ଥଳରେ ପଞ୍ଜିକରଣ କରାଯାଇ ପରିଚୟ ପତ୍ର ପ୍ରଦାନ

masiha

Leave a Comment

error: Content is protected !!