ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ସରଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁଣପୁର ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ପରିସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସରଗି ଫୁଲ। ମୁଖ୍ୟ ଅତିଥି ଭାବରେ ବିଧାୟକ ସତ୍ଯଜିତ ଗମାଙ୍ଗ ଉପସ୍ଥିତ ରହିଥିବା ବେଳେ ପଦ୍ମପୁର ବ୍ଳକ ଅଧ୍ୟକ୍ଷା ମଣିମାଳା ଶବର ଏବଂ ରାମନାଗୁଡା ବ୍ଳକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ଶିକ୍ଷା ନିରୀକ୍ଷକ ଶ୍ୟାମଘନ ଭୂୟାଁ , ଅତିରିକ୍ତ ମଙ୍ଗଳ ଅଧିକାରୀ ପ୍ରଦୀପ ଦଳେଇ ଏକଲବ୍ୟ ସ୍କୁଲ ଅଧ୍ୟକ୍ଷ ଅନନ୍ତ ତ୍ରିପାଠୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ପରିଚାଳନା କରିଥିଲେ। ପିଲାମାନେ ସଫଳତାର ପାହାଚ ଅତିକ୍ରମ କରିବାକୁ ହେବ ପ୍ରତ୍ୟେକ ପିଲାଙ୍କ ପାଖରେ ଗୋଟିଏ ପ୍ରତିଭା ଲୁଚି ରହିଛି ସେ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ଏକମାତ୍ର ମଞ୍ଚ ସରଗିଫୁଲ ବୋଲି ବିଧାୟକ କହିବା ସହ ଶିକ୍ଷକ ଓ ଛାତ୍ର ମାନଙ୍କ ମଧ୍ୟରେ ଉତ୍ତମ ସଂପର୍କ ରହିବା ଆବଶ୍ୟକ, ଶିକ୍ଷକ ସ୍ନେହ, ଶ୍ରଦ୍ଧା ଓ ସଂପର୍କର ଡୋରିରେ ବାନ୍ଧି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରିଲେ ଛାତ୍ରଛାତ୍ରୀ ମାନେ ଉଚ୍ଚକୋଟୀର ଶିକ୍ଷାଲାଭ କରିବା ସହ ଭବିଷ୍ୟତରେ ସଫଳ ମଣିଷଟିଏ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ରାଓ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ ସରଗିଫୁଲ ହେଉଛି କୁନି କୁନି ଶିଶୁ ମାନଙ୍କ ମହୋତ୍ସବ ତିନି ଦିନ ଧରି ହେଉଥିବା ଏହି ମହୋତ୍ସବରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଜିଲ୍ଲା ତଥା ରାଜ୍ୟବାସୀ ଦେଖିବେ । ଜିଲ୍ଲା ସ୍ତରରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସ୍ତରରେ ଉଚ୍ଚକୋଟୀର ପ୍ରଦର୍ଶନ କରି ରାୟଗଡା ଜିଲ୍ଲାକୁ ଗୌରବାନ୍ୱିତ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।  ଏହି ଜିଲ୍ଲା ସ୍ତରୀୟ ସର୍ଗିଫୁଲ ଉତ୍ସବରେ ୧୪୯ ଗୋଟି ସ୍କୁଲର ପ୍ରାୟ ୧୫ଶହ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗତିରେ ଭାଗ ନେଇଥିଲେ । ୪୯ ଗୋଟି ସ୍କୁଲର ଛାତ୍ରଛାତ୍ରୀ ମାନେ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ କୌଶଳ ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେବା ନିମନ୍ତେ ୪୫୯ ଜଣ ଶିକ୍ଷକ ନିୟୋଜିତ ହୋଇଥିଲେ । ବରିଷ୍ଠ  ଓ କନିଷ୍ଠ  ବିଭାଗରେ ଜୀବନ କୌଶଳ ପ୍ରଦର୍ଶନ, ମ୍ୟୁଜିକାଲ ଗ୍ୟାଲେରୀ, ଦଳଗତ ନୃତ୍ୟ ପ୍ରତିଯୋଗିତା, ଏକକ ନୃତ୍ୟ ପ୍ରତିଯୋଗିତା, ଏକକ ଅଭିନୟ ପ୍ରତିଯୋଗିତା, ଯନ୍ତ୍ରବାଦକ ପ୍ରତିଯୋଗିତା, ସଂଗୀତ ପ୍ରତିଯୋଗିତା, ତର୍କ ପ୍ରତିଯୋଗିତା, ବକ୍ତୃତା, ଭଲିବଲ ପ୍ରତିଯୋଗିତ ଆଦି ଅନୁଷ୍ଠିତ ହୋଇଥିଲା । ଏଥିରେ କୃତ୍ରିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଚଳିତ ବର୍ଷ ପ୍ରତି ବ୍ଳକର ଶ୍ରେଷ୍ଠ ଶିକ୍ଷକ, ସହାୟିକା ଏବଂ ହଷ୍ଟେଲ ନର୍ସ ମାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଛି। ଏହି ସର୍ଗିଫୁଲ କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିଲା। ସର୍ଗିଫୁଲ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା ହୋଇଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆମ ପୋଲିସ ସମିତି ବୈଠକ 

masiha

ଅତ୍ୟନ୍ତ ଭବ୍ୟ ହେବ କଳାହାଣ୍ଡି ଉତ୍ସବ ମଶାଲ ଶୋଭାଯାତ୍ରା

masiha

୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!