ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଦ୍ରାସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ଆୟୋଜିତ

ଭଦ୍ରାସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ଆୟୋଜିତ

ବଡ଼ବିଲ – ବଡ଼ବିଲ ସଂକୁଳ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଭଦ୍ରାସାହିରେ ମଙ୍ଗଳବାର ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ “ଶ୍ରୀ ଗୁରୁ ପୂର୍ଣ୍ଣିମା” ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି।

ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଯଦୁମଣି ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁ-ଶିଷ୍ୟ ପରମ୍ପରାର ଗୁରୁତ୍ୱ ଏବଂ ଭାରତୀୟ ସଂସ୍କୃତିରେ ଗୁରୁଙ୍କ ଅମୂଲ୍ୟ ଅବଦାନ ସମ୍ପର୍କରେ ଗଭୀର ଆଲୋକପାତ କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କୃଷ୍ଣଚନ୍ଦ୍ର ମହାକୁଡ ଅତିଥି ପରିଚୟ ପ୍ରଦାନ କରିବା ସହ ସମଗ୍ର ସଭାକାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିଲେ। ପ୍ରାର୍ଥନା ପ୍ରମୁଖ ଶ୍ରୀ ସଞ୍ଜୀବ କୁମାର ମହାନ୍ତ କାର୍ଯ୍ୟକ୍ରମକୁ ସୁସଂଗଠିତ ଭାବେ ସମ୍ପନ୍ନ କରିଥିଲେ। ବରିଷ୍ଠ ଆଚାର୍ଯ୍ୟା ମୀନାରାଣୀ ବାରିକ “ଶ୍ରୀ ଗୁରୁ ପୂର୍ଣ୍ଣିମା”ର ମହତ୍ତ୍ୱ, ଉଦ୍ଦେଶ୍ୟ ଏବଂ ଗୁରୁଙ୍କ ପ୍ରତି ସମ୍ମାନବୋଧ ସମ୍ପର୍କରେ ବିସ୍ତୃତ ଭାବେ ବକ୍ତବ୍ୟ ରଖିଥିଲକାର୍ଯ୍ୟକ୍ରମର ଶେଷରେ ଆଚାର୍ଯ୍ୟ ପ୍ରତିନିଧି ସୁଷମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଏବଂ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗରେ ଉତ୍ସବଟି ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ସମଗ୍ର ପରିବେଶ ଭକ୍ତିମୟ ଏବଂ ଆଧ୍ୟାତ୍ମିକ ଆବହାରେ ପରିପୂର୍ଣ୍ଣ ହୋଇ ଉଠିଥିଲା।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଜଳେଶ୍ଵର ଷ୍ଟେସନରେ ରେଳ ମନ୍ତ୍ରୀଙ୍କ ଦ୍ବାରା ସାଢ଼େ ୪ ବର୍ଷ ପୂର୍ବେ ଦିଆ ଯାଇଥିବା ଭିତ୍ତି ପ୍ରସ୍ତର କାର୍ଯ୍ୟ ଗଲା କୁଆଡେ ?

Sunil Chandra Nayak

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!