ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମୟୂରଭଂଜ – ୨୫/୧୧:  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ଵାରା ଆୟୋଜିତ ଓ ଭାରତ ସରକାରଙ୍କ ପିଏମ୍‌ ଉଷା ପ୍ରାୟୋଜିତ ଏକ ପଞ୍ଚ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯକ୍ରମ ଉଦ୍‌ଘାଟିତ ହୋଇଯାଇଛି । “ଓଡ଼ିଆ ଭାଷା ଓ ସାହିତ୍ୟ ଗବେଷଣା ପଦ୍ଧତିର ପ୍ରୟୋଗ ବିଧି” ଶୀର୍ଷକ ଏହି ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବକୁ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଣପୋଷକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ କହିଥିଲେ ଯେ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧ ଇତିହାସ ରହିଛି । ନିଷ୍ଠାପର ଗବେଷଣା ଓ ଉଦ୍ୟମ ଦ୍ବାରା ତନ୍ମଧ୍ୟରେ ଥିବା ଅମୂଲ୍ୟ ରତ୍ନ ଉଦ୍ଧାର ହୋଇପାରିବ। ଗବେଷକମାନେଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିପାରିଲେ ଭାଷାର ସୌକର୍ଯ୍ୟ ପ୍ରତିପାଦିତ ହୋଇପାରିବ ବୋଲି ସେ କହିଥିଲେ । ମୁଖ୍ୟ ଅତିଥି ଭାବେ ସାହିତ୍ୟ ଏକାଡେମୀର ପୂର୍ବତନ ଆବାହକ ତଥା କଟକସ୍ଥିତ କଳା ବିକାଶ କେନ୍ଦ୍ରର ସଭାପତି ପ୍ରଫେସର ବିଜୟାନନ୍ଦ ସିଂ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ କାର୍ଯ୍ୟ କାରଣ ସମନ୍ୱିତ ସନ୍ଦେହାତ୍ମକ ଭାବାବେଗରୁ ଗବେଷଣା ଜନ୍ମ । ସତ୍ୟାନୁସନ୍ଧାନ ନିମିତ୍ତ ବାସ୍ତବ ଗବେଷଣା ନିମିତ୍ତ ଅଧିକରୁ ଅଧିକ ଆଗ୍ରହୀ ଓ କଷ୍ଟସହିଷ୍ଣୁ ହେବା ପାଇଁ ସେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ପ୍ରେରଣା ଦେଇଥିଲେ । ବିଶିଷ୍ଟ କବି, ସମାଲୋଚକ ତଥା ସ୍ତମ୍ଭକାର ହରପ୍ରସାଦ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ ଯେ କୌଣସି ଗବେଷଣା କେବେ ବ୍ୟର୍ଥ ହୁଏ ନାହିଁ । ଏହାର ବିଫଳତାରେ ମଧ୍ୟ ସଫଳତାର ବୀଜ ଲୁଚି ରହିଥାଏ । ଗବେଷକଙ୍କ ମଧ୍ୟରେ ଏକ ନାନ୍ଦନିକ ଭାବ ରହିବା ଆବଶ୍ୟକ । ବିଶ୍ୱର ୧୩୫ଟି ଭାଷା ମଧ୍ୟରେ ଓଡ଼ିଆ ୧୮ ନମ୍ବର ଭାଷା । ଓଡ଼ିଆ ଭାଷାକୁ ଏକ ନମ୍ବର କରିବାକୁ ହେଲେ ଏହାର ପରିଧି ବ୍ୟାପ୍ତ କରିବାକୁ ହେବ ଏବଂ ମୌଳିକ ଗବେଷଣାରେ ବ୍ରତୀ ହେବାକୁ ପଡ଼ିବ ବୋଲି ସେ କହିଥିଲେ । ଚିରାଚରିତ ଭାଷା ଗବେଷଣା ପଦ୍ଧତି ଓଡ଼ିଆ ଭାଷା ପାଇଁ ପ୍ରଯୁଜ୍ୟ ନୁହେଁ କାରଣ ଓଡ଼ିଆ ଭାଷାର ମୌଳିକତା ଅନ୍ୟ ଭାଷାଙ୍କ ଠାରୁ ଭିନ୍ନ । ଏଣୁ ଗବେଷଣା ପଦ୍ଧତିକୁ ଅଧିକ ସୃଜନଶୀଳ ଓ ନିଜସ୍ୱ ଶୈଳୀରେ ବଦଳେଇବାକୁ ହେବ ବୋଲି ସେ ମତପୋଷଣ କରିଥିଲେ । ଏକ ସାରଗର୍ଭକ ଅଭିଭାଷଣ ଦେଇଥିଲେ । ବିଭାଗୀୟ ସଂଯୋଜକ ତଥା ଆବାହକ ଡ. ଶିଶିର ବେହେରା ପ୍ରଶିକ୍ଷଣ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମଋ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ବିବରଣୀ ରଖିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ଡ. ବିଚିତ୍ରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାର ବିଭାଗୀୟ ସହକାରୀ ପ୍ରଫେସର ଡ. ବିନ୍ଧେଶରୀ କଲିଆ, ହୃଶୀକେଶ ମହାନ୍ତ ଓ ରାଜକୁମାର ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଫେସର ରଣଜିତ କୁମାର ପରିଡ଼ା, ପ୍ରଫେସର ବସନ୍ତ କୁମାର ପଣ୍ଡା, ପ୍ରଫେସର ସନ୍ତୋଷ ତ୍ରିପାଠୀ, ପ୍ରଫେସର ନଟବର ଶତପଥୀ, ପ୍ରଫେସର ଗିରିଶଚନ୍ଦ୍ର ମିଶ୍ର, ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ, ପ୍ରଫେସର ଦୀପ୍ତି ରଞ୍ଜନ ପଟ୍ଟନାୟକ, ପ୍ରଫେସର ଗୌରାଙ୍ଗଚରଣ ଦାଶ, ପ୍ରଫେସର ମନୋରଞ୍ଜନ ପ୍ରଧାନ, ପ୍ରଫେସର କୃଷ୍ଟଚନ୍ଦ୍ର ପ୍ରଧାନ, ପ୍ରଫେସର ଦେବାଶିଷ ପାତ୍ର, ପଦ୍ମଶ୍ରୀ ପ୍ରଫେସର ଦମୟନ୍ତୀ ବେଶ୍ରା, ପ୍ରଫେସର ଉଦୟନାଥ ସାହୁ, ଡ. ବିଜୟଲକ୍ଷ୍ମୀ ଦାସ, ଡ. ଅବନୀ କୁମାର କୁଣ୍ଡୁ, ଡ. ସ୍ମରଣ ନାୟକ, ଡ. ସ୍ୱରୂପାନନ୍ଦ ବିଷୟୀ ପ୍ରମୁଖ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ ସମାରୋହରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ରଥକାଠ ଅନୁକୂଳ

Sunil Chandra Nayak

ବିଜୁ ଏକ୍ସପ୍ରେସ ସଡ଼କ ରେ ପୁଣି ଦୁର୍ଘଟଣା, ଦୁଇ ବାଇକ୍ ଧକ୍କା ରେ ଦୁଇ ବାଇକ୍ ଆରୋହୀ ଙ୍କ ମୃତ୍ୟୁ

masiha

ପଶ୍ଚିମ ମୟୁରଭଞ୍ଜ ଠିକାଦାର ସଂଘ ପକ୍ଷରୁ ବିଧାୟକଙ୍କ ସହ ବୈଠକ 

Sunil Chandra Nayak

Leave a Comment

error: Content is protected !!