ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରକୃଷ୍ଟ ଭିତ୍ତିଭୂମି ପଞ୍ଚମ ଡଙ୍ଗରଗଡ଼ ମହୋତ୍ସବ ଉଦଯାପିତ  ପଦ୍ମଶ୍ରୀ ପଟ୍ଟାଏତ ସାହୁଙ୍କୁ ଡଙ୍ଗରପୁରୁଷ ସମ୍ମାନ 

ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରକୃଷ୍ଟ ଭିତ୍ତିଭୂମି

ପଞ୍ଚମ ଡଙ୍ଗରଗଡ଼ ମହୋତ୍ସବ ଉଦଯାପିତ 

ପଦ୍ମଶ୍ରୀ ପଟ୍ଟାଏତ ସାହୁଙ୍କୁ ଡଙ୍ଗରପୁରୁଷ ସମ୍ମାନ 

ଭବାନୀପାଟଣା, ୨୫/୧୧(ମ ନି ସ  )-କଳା, ସଂସ୍କୃତି ଓ ପର୍ଯ୍ୟଟନର ଅନ୍ତଃସ୍ୱର ଡଙ୍ଗରଗଡ଼ ମହୋତ୍ସବ ସାରା ଦେଶରେ ପର୍ଯ୍ୟଟନ ଆନ୍ଦୋଳନକୁ ଏକ ନୂତନ ଦିଶା ନିର୍ଦ୍ଦେଶ ଦେଇଛି। ଅଞ୍ଚଳର ପ୍ରତିଟି ଜନସାଧାରଣ ସ୍ୱତଃ ପ୍ରବୃତ୍ତ ଭାବେ ଆଗକୁ ଆସି ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ଅଣ୍ଟାଭିଡ଼ିବା ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ। ଡଙ୍ଗରଗଡ଼ ଅନ୍ତର୍ଗତ ବ୍ରାହ୍ମଣୀ ପର୍ବତମାଳାର ବିଭିନ୍ନ ଆଧ୍ୟାତ୍ମିକ ବୈଶିଷ୍ଟ୍ୟ ଓ ପାଞ୍ଚଗୋଟି ଅତୀବ ଆକର୍ଷଣୀୟ ଜଳପ୍ରପାତର ସୁରକ୍ଷା, ଉନ୍ନୟନ ତଥା ପ୍ରଚାର ପ୍ରସାର ସହିତ ସେଗୁଡିକୁ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବାକୁ ନିରନ୍ତର ସଂଘର୍ଷ ଆଜି ସଫଳ ରୂପ ନେଇଛି। ଏଠାକାର ମହୋତ୍ସବ ଏକ ବୃହତ୍ତ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଆଗାମୀ ଦିନରେ ଏହି ମହୋତ୍ସବ ଜାତୀୟ ମାନ୍ୟତା ପାଇବାର ସମସ୍ତ ମାନଦଣ୍ଡ ପରିପୂରଣ କରୁଛି। ତେବେ ବନବିଭାଗ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଦ୍ୱାରା କିଛି କିଛି ପଦକ୍ଷେପ ଆରମ୍ଭ ହୋଇଥିବାବେଳେ ପ୍ରଶାସନ ଦ୍ୱାରା ସଡ଼କପଥ ସଂଯୋଗ ହିଁ ଏହାର ବିକାଶ ଦିଗରେ ସହାୟକ ହେବ ବୋଲି ଆଜି ଭବାନୀପାଟଣା ସଦର ବ୍ଲକ କଲମଠାରେ ଆୟୋଜିତ ପଞ୍ଚମ ଡଙ୍ଗରଗଡ଼ ମହୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟ ଓ କଲମ ଅଞ୍ଚଳବାସୀଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ପଟାଏତ ସାହୁ ଯୋଗ ଦେଇଥିବାବେଳେ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟବକ୍ତା ଭାବେ ସଂସ୍କୃତି ଗବେଷକ ତଥା ପ୍ରତିଭା ଅନୁଷ୍ଠାନର ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା ଯୋଗ ଦେଇଥିବାବେଳେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଚିଣ୍ଟୁ ପ୍ରସାଦ ନାଏକ, ବିଶିଷ୍ଟ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ଠଣ ସୁନ୍ଦର ଛତ୍ରିଆ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଲାଞ୍ଜିଗଡ଼ ପ୍ରେସ କ୍ଳବର ଉପଦେଷ୍ଟା କୈଳାସ ସାହୁ, କର୍ଲାପଡ଼ା ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ, କଲମ ସରପଞ୍ଚ ଭୁବନେଶ୍ୱର ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଟ୍ରଷ୍ଟର ସାଧାରଣ ସଂପାଦକ କୃଷ୍ଣଚନ୍ଦ୍ର ପ୍ରଧାନ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ସୁଶୀଲ କୁମାର ବାଗ ସଭା ପରିଚାଳନା ଓ ମହେନ୍ଦ୍ର ବାଗ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ପଦ୍ମଶ୍ରୀ ପଟ୍ଟାଏତ ସାହୁଙ୍କୁ ଡଙ୍ଗରପୁରୁଷ ସମ୍ମାନ-୨୦୨୫ ଦିଆଯାଇଥିବାବେଳେ ସାମ୍ବାଦିକ ସୁଶୀଲ କୁମାର ବାଗ, ସମାଜସେବୀ ପ୍ରଶାନ୍ତ ପ୍ରଧାନ, ଶିକ୍ଷାବିତ ଭୋଦେବ ନାଏକ, ଶେଷଦେବ ପାଢ଼ୀ, ପୂର୍ବ ସେନା କର୍ମଚାରୀ ଉମାକାନ୍ତ ଜାନୀଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ପ୍ରତିଭା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ମହୋତ୍ସବ କମିଟିର କୀର୍ତ୍ତନ ମାଝୀ, ଭବାନୀ ବାଗ, ଶଶୀଦେବ ମାଝୀଙ୍କ ସହିତ ସମସ୍ତ କର୍ମକର୍ତ୍ତା ଓ ଅଞ୍ଚଳବାସୀ ଏହି ମହୋତ୍ସବ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁସଂଖ୍ୟାରେ କଳା, ସଂସ୍କୃତି ଓ ପର୍ଯ୍ୟଟନ ପ୍ରେମୀ ଜନସାଧାରଣ ସାମିଲ ହୋଇଥିଲେ।

Related posts

ରାଇରଙ୍ଗପୁର ମହାବିଦ୍ୟାଳୟରେ ‘ନୂଆ ଓଡିଶା’ କାର୍ଯ୍ୟକ୍ରମ ଉଦଘାଟିତ 

masiha

ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ନଦୀ କୂଳରୁ ଅଜଣା ଵୃଦ୍ଧା ଉଦ୍ଧାର

masiha

Leave a Comment

error: Content is protected !!