ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ବିଭାଗ ର ସହାଭାଗିତା ରେ କୌଶଳ ଓ ଜୀବିକା ର ବିକାଶ ରେ ଗ୍ରାମ ପଞ୍ଚାୟତ ର ଉପରେ ତାଲିମ 

ବିଭିନ୍ନ ବିଭାଗ ର ସହାଭାଗିତା ରେ କୌଶଳ ଓ ଜୀବିକା ର ବିକାଶ ରେ ଗ୍ରାମ ପଞ୍ଚାୟତ ର ଉପରେ ତାଲିମ 

ଡାବୁଗାଁ, ୨୬/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ବିଭାଗ ର ସହାଭାଗିତା ରେ କୌଶଳ ଓ ଜୀବିକା ର ବିକାଶ ରେ ଗ୍ରାମ ପଞ୍ଚାୟତ ର ଭୂମିକା ଉପରେ ଏକ ତାଲିମ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା ଓ କମ୍ପ୍ୟୁଟର ପୋଗ୍ରାମର ପ୍ରବୀଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ କିପରି ଭିଭିନ୍ନ ବିଭାଗର ଯୋଜନାର ସହଭାଗିତାରେ ଗ୍ରାମାଞ୍ଚଳରେ କୌଶଳ ଓ ଜୀବିକା ବିକଶିତ କରିବାରେ ଗ୍ରାମ ପଞ୍ଚାୟତାର ଭୂମିକା ବିଷୟରେ ବୁଝାଯାଇଥିଲା | ଏହାସହ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ବୁଝା ଯାଇଥିଲା | ଏଥିରେ ସରପଞ୍ଚ ୬ ଜଣ, ପଞ୍ଚାୟତ ନିର୍ବାହୀ ଅଧିକାରୀ ୬ ଜଣ, ଏଡିଇଓ- ୭ ଜଣ, ଗ୍ରାମରୋଜଗାର ସେବିକ ୬ ଜଣ, ଏମବିକେ ୬ ଜଣ ଓ ସିଆରପି ୪୦ ଜଣ ମୋଟ ୭୧ ଜଣ ତାଲିମ ନେଇଥିଲେ | ଏହି କାର୍ଯ୍ୟକ୍ରମକୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଆସିକା ଓକିଲ ସଂଘ ନିର୍ବାଚନ: ଅଜିତ୍ ସଭାପତି, ଛବିଳରାମ ଉପ-ସଭାପତି, ନାରାୟଣ ସମ୍ପାଦକ ନିର୍ବାଚିତ

masiha

ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ୩୪ ତମ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରେଳି ସହିତ ଉଦଯାପିତ।

Sunil Chandra Nayak

ଫଟାମୁଣ୍ଡା ରେ ଆଦିବାସୀ ଯୁବକକୁ ମାଡ ପ୍ରତିବାଦରେ ଆଦିବାସୀ ସଂଘର ବିଶାଳ ଆଦିବାସୀ ସମାବେଶ

masiha

Leave a Comment

error: Content is protected !!