ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ବିଭାଗ ର ସହାଭାଗିତା ରେ କୌଶଳ ଓ ଜୀବିକା ର ବିକାଶ ରେ ଗ୍ରାମ ପଞ୍ଚାୟତ ର ଉପରେ ତାଲିମ 

ବିଭିନ୍ନ ବିଭାଗ ର ସହାଭାଗିତା ରେ କୌଶଳ ଓ ଜୀବିକା ର ବିକାଶ ରେ ଗ୍ରାମ ପଞ୍ଚାୟତ ର ଉପରେ ତାଲିମ 

ଡାବୁଗାଁ, ୨୬/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ବିଭାଗ ର ସହାଭାଗିତା ରେ କୌଶଳ ଓ ଜୀବିକା ର ବିକାଶ ରେ ଗ୍ରାମ ପଞ୍ଚାୟତ ର ଭୂମିକା ଉପରେ ଏକ ତାଲିମ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା ଓ କମ୍ପ୍ୟୁଟର ପୋଗ୍ରାମର ପ୍ରବୀଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ କିପରି ଭିଭିନ୍ନ ବିଭାଗର ଯୋଜନାର ସହଭାଗିତାରେ ଗ୍ରାମାଞ୍ଚଳରେ କୌଶଳ ଓ ଜୀବିକା ବିକଶିତ କରିବାରେ ଗ୍ରାମ ପଞ୍ଚାୟତାର ଭୂମିକା ବିଷୟରେ ବୁଝାଯାଇଥିଲା | ଏହାସହ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ବୁଝା ଯାଇଥିଲା | ଏଥିରେ ସରପଞ୍ଚ ୬ ଜଣ, ପଞ୍ଚାୟତ ନିର୍ବାହୀ ଅଧିକାରୀ ୬ ଜଣ, ଏଡିଇଓ- ୭ ଜଣ, ଗ୍ରାମରୋଜଗାର ସେବିକ ୬ ଜଣ, ଏମବିକେ ୬ ଜଣ ଓ ସିଆରପି ୪୦ ଜଣ ମୋଟ ୭୧ ଜଣ ତାଲିମ ନେଇଥିଲେ | ଏହି କାର୍ଯ୍ୟକ୍ରମକୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

masiha

ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ଼ ସାଂସ୍କୃତିକ ଫୁଜନ ରେ ବାପୁଜି ଉଚ୍ଚ ବିଦ୍ୟାଳୟ ର ସଫଳତା

masiha

ମହୁମାଛି ଆକ୍ରମଣରେ ବାଇକ୍ ଚାଳକ ମୃତ 

masiha

Leave a Comment

error: Content is protected !!