ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଫେସର ସମର ମୁଦାଲିଙ୍କୁ ୨୦୨୪ ପାଇଁ ଓଡିଶା ସଙ୍ଗୀତ ନାଟକ ପୁରସ୍କାର ପ୍ରଦାନ

ପ୍ରଫେସର ସମର ମୁଦାଲିଙ୍କୁ ୨୦୨୪ ପାଇଁ ଓଡିଶା ସଙ୍ଗୀତ ନାଟକ ପୁରସ୍କାର ପ୍ରଦାନ

   ରାଉରକେଲା: ୧୯୬୮ ମସିହାରୁ ଶିଶୁ କଳାକାର ଭାବରେ ଅଭିନୟ କରି ନାଟ୍ୟ ଜୀବନ ଆରମ୍ଭକରି ୧୯୭୮ ମସିହାରୁ ନାଟ୍ୟ ରଚନା କରିବା ସହିତ ନାଟ୍ୟ ନିର୍ଦ୍ଦେଶକ ଭାବରେ ପରିଚୟ ସୃଷ୍ଟିକରି ଜଣେ ନାଟ୍ୟ ଗବେଷକ ଭାବରେ ପ୍ରତିଷ୍ଠା ଅର୍ଜ୍ଜନ କରିଥିବା ପ୍ରଫେସର (ଡ.)ସମର ମୁଦାଲି ୨୦୨୪ ମସିହା ପାଇଁ ନାଟ୍ୟକାର ଭାବରେ ସମ୍ମାନଜନକ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି।ଭୁବନେଶ୍ବରସ୍ଥିତ ଲୋକସେବା ଭବନର କନଭେନସନ୍ ହଲରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ ଏହି ପୁରସ୍କାର ପ୍ରଦାନ କରିଥିଲେ। ଡ ମୁଦାଲି ଏହି ପୁରସ୍କାର ପାଇବା ପରେ ଇସ୍ପାତ ସହର ରାଉରକେଲାରେ ଆନନ୍ଦର ଲହରୀ ଖେଳିଯାଇଛି। ସହରରେ ଥିବା ବିଭିନ୍ନ ନାଟ୍ୟାନୁଷ୍ଠାନ ତରଫରୁ ଏଥିପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

Related posts

ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ  ନିରାଡମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଛଦେଶ ଅଞ୍ଚଳରେ ଏକ ମିନି ଗ୍ରିଡ ପାଇଁ ଯୁବଚାଷୀ ଓ ଅଞ୍ଚଳବାସୀଙ୍କ ଦାବୀ

Sunil Chandra Nayak

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ଉପକରଣ ଆକଳନ ଶିବିର

Sunil Chandra Nayak

Leave a Comment

error: Content is protected !!