ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟ ରେ ୭୬ ତମ ସମ୍ବିଧାନ ଦିବସ ପାଳିତq

ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟ ରେ ୭୬ ତମ ସମ୍ବିଧାନ ଦିବସ ପାଳିତ

 ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣା ଠାରେ ୭୬ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ତ୍ରିଲୋଚନ ଜେନାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟ ଛବିଲାଲ ସାହୁ, ସମ୍ମାନିତ ଅତିଥି ଭାବେ ପ୍ରାଶାସନିକ ମୁଖ୍ୟ ଡ. ଧୀରେସ ନନ୍ଦ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ଼. ଜେନା ଅଧ୍ୟକ୍ଷତା କରିଥିବା ବେଳେ ରାଜନୀତି ବିଭାଗର ଅଧ୍ୟାପକ ଡ. ଶୁଭମ୍ ତ୍ରିପାଠୀ, ଲରେନ୍ସ ସେନାପତି, ବିବେକାନନ୍ଦ ଛତର ଏବଂ ଅଧ୍ୟାପିକା ସୁଜାତା ସାହୁ, ଅଧ୍ୟାପିକା ରିତୁ ବାଗ ମଞ୍ଚାସୀନ ଥିଲେ I କାର୍ଯ୍ୟକ୍ରମରେ ଅଧ୍ୟାପିକା ସୁଜାତା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିଗଣ ଭାରତ ସମ୍ୱିଧାନର ଜନକ ଡା. ବାବା ସାହେବ ଆମ୍ବେଦକରଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ବଳନ କରିଥିଲେ।ଯୁକ୍ତ ତିନି ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା l ଅଧ୍ୟାପକ ଡ. ଶୁଭମ ତ୍ରିପାଠୀଙ୍କ ଦ୍ଵାରା ସମ୍ବିଧାନ ପ୍ରସ୍ତାବନାର ଶପଥ ପାଠ କରାଗଲା l ସମସ୍ତ ଅତିଥି ତାଙ୍କ ଅଭିଭାଷଣରେ ସମ୍ବିଧାନ ଦିବସର ମହତ୍ତ୍ଵ ବିଷୟରେ ଆଲୋଚନା କରି ଛାତ୍ରୀମାନଙ୍କୁ ସେମାନଙ୍କ ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇଥିଲେ। ସଭିଏଁ ଏକ ଉତ୍ତମ ନାଗରିକ ହେବା ନିମନ୍ତେ ପରାମର୍ଶ ଦେବା ସହିତ ସମାଜ କାର୍ଯ୍ୟରେ ନିୟୋଜିତ ହେବାକୁ ପ୍ରୋତ୍ସାହିତ କରିଥିଲେ । ଏହା ପରେ ଯୁକ୍ତ ତିନି ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀମାନଙ୍କ ଦ୍ଵାରା ‘ରାଜନୀତି ଏବଂ ସମ୍ବିଧାନ‘ ନାମକ ଏକ ନାଟକ ପ୍ରଦର୍ଶନ କରାଯାଇଥିଲା, ଯାହା ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶେଷରେ ଅଧ୍ୟାପିକା ରିତୁ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ଅଧ୍ୟାପକ ପାଞ୍ଚରତ୍ନ ଗିରୀ, ଡ. ସୁରେଶ୍ଵରୀ ବାଗ, ପି. କେ. ସେନାପତି ତଥା ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ରୀ ଉପସ୍ଥିତ ଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଫାଇଲେରିଆ ନିରାକରଣ ଅଭିଯାନ –ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ଦ୍ଵିତୀୟ ପର୍ଯ୍ୟାୟ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର

Sunil Chandra Nayak

ନର୍ଲା: ୧୨ ଗୋଟି ରୂପାନ୍ତରିଣ ହାଇସ୍କୁଲ ଲୋକାର୍ପିତ

ନୂଆପଡାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

masiha

Leave a Comment

error: Content is protected !!