ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ନବରଙ୍ଗପୁର, ୧୩/୧୨ ( ମ ନି ସ) ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ Governement College of Nursing, Nabarangpur ପ୍ରକୋଷ୍ଠରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ “Sexual Harassment of Women at Workplace (Prevention, Prohibition and Redressal) Act, ୨୦୧୩” ବିଷୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ ମଞ୍ଚାସିନ ହୋଇଥିଲେ ଏବଂ ଉକ୍ତ ଆକ୍ଟ ବିଷୟରେ ଆଲୋକୋପାତ କରିଥିଲେ । ଅନ୍ୟନ୍ୟା ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହେଶ୍ଵର ଚନ୍ଦ୍ର ନାୟକ, ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଶ୍ରୀମତୀ ଦିବ୍ୟକାନ୍ତି ଲାକ୍ରା, ଡାକ୍ଟର ମଲୟ କୁମାର ତ୍ରିପାଠୀ ଓ ଆଇନଜୀବୀ କିଶୋରୀ ପଟ୍ଟନାୟକ ମଞ୍ଚାସିନ ହୋଇ “Sexual Harassment of Women at Workplace (Prevention, Prohibition and Redressal) Act, ୨୦୧୩”, ସମ୍ପର୍କିତ ଆଇନ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନାବରା ମହିଳା ମହାବିଦ୍ୟାଳୟ ଦୁର୍ନୀତି ବିରୋଧରେ ସାମ୍ବାଦିକ ସମ୍ମିଳନୀ

masiha

ବେଲଝରୀ ଗ୍ରାମରେ ବଡ ଆଡମ୍ବରରେ ରଜ ପର୍ବ ପାଳିତ 

masiha

ମୁନିଗୁଡା ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!