ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହାବିଦ୍ୟାଳୟରେ ‘ନୂଆ ଓଡିଶା’ କାର୍ଯ୍ୟକ୍ରମ ଉଦଘାଟିତ 

ରାଇରଙ୍ଗପୁର ମହାବିଦ୍ୟାଳୟରେ ‘ନୂଆ ଓଡିଶା’ କାର୍ଯ୍ୟକ୍ରମ ଉଦଘାଟିତ 

ସୁଯୋଗ ଅଭାବରେ ବଣମଲ୍ଲୀ ପରି ଝରିପଡୁଥିବା ପ୍ରତିଭାର ବିକାଶ ହିଁ ମୂଳ ଉଦ୍ଦେଶ୍ୟ 

 ମୟୂରଭଞ୍ଜ – ୧୩/୧୨ ( ମସିହା) ରାଇରଙ୍ଗପୁର ମହାବିଦ୍ୟାଳୟରେ ନୃତ୍ୟ, ସଂଗୀତ, ସାହିତ୍ୟ, କ୍ରୀଡା ଓ ସମାଜସେବା ପରି ସମନ୍ବିତ ଯୁବ ବିକାଶମୂଳକ ‘ନୂଆ ଓଡିଶା’ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଶୁଭ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଚକ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବିଧାୟକ ସାଇବା ସୁଶୀଲ କୁମାର ହଁ।ସଦଃ, ମୁଖ୍ୟବକ୍ତା ମହାବିଦ୍ୟାଳୟର ପରିଚାଳନା ସମିତିର ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ମହାନ୍ତ, ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଆଲୁମିନି କମିଟିର ସଂପାଦକ ପାର୍ଥ ସାରଥି କବି, ସ୍ବତନ୍ତ୍ର ଅତିଥି ଭାବେ ଓଡ଼ିଶା ଶକ୍ତି ବିଭାଗ ଉପଦେଷ୍ଟା ଦୀପ୍ତିମାନ ବଳ, ରାଇରଙ୍ଗପୁର ପୌରପାଳିକା ଉପାଧ୍ୟକ୍ଷା ମମିତା ଚୌଧୁରୀ, ‘ନୂଆ ଓଡିଶା’ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଇଂରାଜୀ ପ୍ରାଧ୍ୟାପକ ସୁନୀଲ ଜେନା, ଉପଦେଷ୍ଟା ଡକ୍ଟର ବୀରନାରାୟଣ ଚ୍ଯାଉପଟ୍ଟନାୟକ, ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ହଳଧର ବାରିକ, ସମାଜସେବା କାର୍ଯ୍ଯକ୍ରମର ସଂଯୋଜକ ଅଧ୍ଯାପକ ମାନସ ସାହୁ,ଓଡ଼ିଆ ଅଧ୍ୟାପକ ଡଃ ମିଲନ ମହାନ୍ତ, ଦାରା ସିଂ ମହାନ୍ତ ପ୍ରମୁଖ ଯୋଗ ଦେଇ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଏବଂ ବାଗ୍ ଦେବୀ ମା’ ସରସ୍ବତୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ଧୂପ ଦୀପ ଦେଇ ପୂଜାର୍ଚ୍ଚନା ସହ ଆଶିର୍ବାଦ ନେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗ୍ରାମାଞ୍ଚଳରେ ବଣମଲ୍ଲୀ ପରି ସୁଯୋଗ ଅଭାବରେ ଝରି ପଡୁଥିବା ଯୁବ ପ୍ରତିଭାର ସମୁଚିତ ବିକାଶ ସାଧନ ହିଁ ନୂଆ ଓଡିଶା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଏଣୁ ଏଥିରେ ବିପୁଳ ସଂଖ୍ୟାରେ ଯୋଗଦେଇ ଓଡିଶାର ସୁନାମ ଓ ସାଂସ୍କୃତିକ ସଦଭାବନାକୁ ବିଶ୍ବମୁଖୀ କରିବାକୁ ମଞ୍ଚାସୀନ ବକ୍ତାଗଣ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେବା ସହ ଉତ୍ସାହିତ କରିଥିଲେ। ନୁଆ ଓଡିଶା ଶୀର୍ଷକରେ ସ୍ବରଚିତ ଝୁମର ଗାନକରି ଉପସ୍ଥିତ ଦର୍ଶକ ଓ ଛାତ୍ରଛାତ୍ରୀଙ୍କ ମନରେ ରୋମାଞ୍ଚ ଭରିଦେଇଥିଲେ ପ୍ରାକ୍ତନ ବିଧାୟକ ଶ୍ରୀ ହଁ।ସଦଃ। ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ସଂଯୋଜକ ମାନେ ନିଜ ବିଭାଗର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ ।

ଅଧ୍ୟାପିକା ସୁମିତ୍ରା ପାତ୍ରଙ୍କ ଦିଗଦର୍ଶନରେ ଉଦଘାଟନୀ ସଂଗୀତ ଗାନ କରିଥିଲେ +3 ସ୍ରୋତର ଛାତ୍ରଛାତ୍ରୀ ଧିରଜ ମଲ୍ଲିକ, ଏଲିନା ମହାନ୍ତ, ମମିତା ମହାନ୍ତ, ଡେଇଟିପ୍ରିୟା ମହାନ୍ତ, ମଙ୍ଗଲ ସିଂ ମୁନ୍ଦୟା, ଦିଶା ଶିଟ୍ ଓ ମନିକା ହେମ୍ବ୍ରମ । ଉତ୍ସବର ଦ୍ଵିତୀୟ ପର୍ଯ୍ୟାୟ ରେ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଶିତ ହୋଇଥିଲା ଓଡିଶୀ ନୃତ୍ଯ ଓ ମୟୂରଭଞ୍ଜର ଲୋକନୃତ୍ଯ। ‘ବନ୍ଦେ ଉତ୍କଳ ଜନନୀ’ ସାମୂହିକଗାନ ପରେ ଉଦଘାଟନୀ ଉତ୍ସବ ଶେଷ ହୋଇଥିଲା। ପରେ ପରେ +2 ଓ +3 ସ୍ରୋତର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୋଲୋ ଡ୍ଯାନ୍ସ, ସମ୍ବଲପୁରୀ, ଓଡିଶୀ ଓ ବିଭିନ୍ନ ଆଦିବାସୀ ଲୋକନୃତ୍ଯ, ପ୍ରବନ୍ଧ ଲିଖନ ପ୍ରତିଯୋଗିତାଦି ଅନୁଷ୍ଠିତ ହୋଇଥିଲା । ଏହାକୁ ପରିଚାଳନା କରିଥିଲେ ଅଧ୍ୟାପକ-ଅଧ୍ୟାପିକା ରିଶବିତା ଖୋସଲା, ଦେବାଶିଷ ସିଂଙ୍କୁ ଓ ନୃତ୍ୟ ଶିକ୍ଷକ ସୁନୀଲ କୁମାର ରଜକ। ମହାବିଦ୍ୟାଳୟର ଏହି ବିଶାଳ କାର୍ଯ୍ୟକ୍ରମ ପରିଟାଳନାରେ ଛାତ୍ରଛାତ୍ରୀ ଓ ସମସ୍ତ ଅଧ୍ଯାପକ-ଅଧ୍ଯାପିକା, କର୍ମଚାରୀବୃନ୍ଦ ସହଯୋଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନୁଆଁ ବସଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ

masiha

ଜିଲ୍ଲା ସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଝାପାଖଲ ସେବାଆଶ୍ରମ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ଭର୍ଦ୍ଧନା

masiha

Leave a Comment

error: Content is protected !!