ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

420 ଶିକ୍ଷୟତ୍ରୀ ଶିକ୍ଷକ ଡ୍ରେସ କୋଡ଼ ବର୍ଜନ କଲେ

ପାପଡାହାଣ୍ଡି,9/3,ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ କାର୍ଯ୍ୟରତ ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଓ ଜୁନିଅର ଶିକ୍ଷୟତ୍ରୀ ଶିକ୍ଷକ ସରକାର 3 ଦଫା ଦାବି ପୂରଣରେ ବିଳମ୍ବ ଯୋଗୁଁ ଗୁରୁବାର ଠାରୁ ଡ୍ରେସ କୋର୍ଡ ବର୍ଜନ କରିଛନ୍ତି | କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିଛନ୍ତି | ଆସନ୍ତା 15 ତାରିଖ ରୁ ସମୂହ ଛୁଟିରେ ଯିବେ ବୋଲି ସଂଘ ଚେତାବନୀ ଦେଇଛନ୍ତି | ଗତ ମଙ୍ଗଳ ବାର ଦିନ ସଂଘ ଏ ନେଇ ଏକ ବୈଠକ ସ୍ଥାନୀୟ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜନ କରିଥିଲା | ଜିଲ୍ଲା ଶିକ୍ଷକ ସଂଘ ସଭାପତି ସନ୍ତୋଷ ପାତ୍ର, ଜିଲ୍ଲା କାର୍ଯ୍ୟ କାରି ସଭାପତି ସୁକମାର ପଣ୍ଡା, କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ଖଡ୍ଗରାୟ, ବ୍ଲକ ସଭାପତି ଅଜିତ ମଣ୍ଡଳ, ଯୁଗ୍ମ ସମ୍ପାଦକ ରମେଶ ମାଝୀ, କନିଷ୍ଟ ଶିକ୍ଷକ ସଭାପତି ଅନିଲ କୁମାର ସାହୁ, ସମ୍ପାଦକ ଶତ୍ରୁଘ୍ନ ଡାକୁଆ, ବରିଷ୍ଠ ଶିକ୍ଷକ ଜଗନ୍ନାଥ ବେହେରା, ତ୍ରିଲୋଚନ ବରାଳ, ଶଙ୍କର ପ୍ରସାଦ ବେହେରା, ପ୍ରଭାକର ପଟନାୟକ, ମନୋଜ ରଥ, ସନ୍ଦୀପ ଜେନା, ପବିତ୍ର ମୋହନ ମାଝୀ ପ୍ରମୁଖଙ୍କ ଉପସ୍ଥିତିରେ ଶତାଧିକ ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ | ସଂଘ ଦାବି କରିଛି ଜେ ପ୍ରାଥମିକ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଉଛେଦ ସହ 6 ବର୍ଷ ଚୁକ୍ତି ସମୟକୁ ଚାକିରି କ୍ଷେତ୍ରରେ ଗଣନା କରାଯାଉ, ଅବିକଳ ହାରରେ କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯିବା ଲାଗି ସଂଘ ଦାବି ରଖି ଆସିଛି | କିନ୍ତୁ ସରକାର ଦାବି ପୂରଣରେ ବିଳମ୍ବ କରିଥିବାରୁ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଡ୍ରେସ କୋର୍ଡ ବର୍ଜନ କରିବା ସହ କଳା ବ୍ୟାଜ ପରିଧାନ କରିଥିଲେ | ଏଥିରର ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକର 360 ଜଣ ଓ ଜୁନିୟର ବିଭାଗର 60ଜଣ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସଡକ ଦୁର୍ଘଟଣାରେ ଅଦ୍ଧାପକ ଗୁରୁତର,କଟକ ସ୍ଥାନାନ୍ତର

Sunil Chandra Nayak

ନୂତନ ବର୍ଷ ଉପଲକ୍ଷେ ସମାଜସେବୀଙ୍କ ବିଭିନ୍ନ ସ୍ଥାନ ପରିଭ୍ରମଣ

Sunil Chandra Nayak

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଷ୍ଟାଣ୍ଡିଂ କମିଟି ର ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ 

masiha

Leave a Comment

error: Content is protected !!