ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲତଳକୁ ବାଇକ ଖସି ନାବାଳକ ସମେତ ଦୁଇ ଗୁରୁତର

କାମାକ୍ଷାନଗର(ମ ନି ସ )୦୯/୦୩_ ହୋଲିରେ ଅଘଟଣ, ପୋଲତଳକୁ ବାଇକ ଖସି ନାବାଳକ ସମେତ ଦୁଇ ଗୁରୁତର। ଗୁରୁତର ହେଲେ କାମାକ୍ଷାନଗର ଥାନା ଚୁଳିଆ ଗ୍ରାମର ସଂଗ୍ରାମ ଲାଗୁରି ଓ ନାବାଳକ ବାଣେଶ୍ବର କୁଙ୍କେଲ। ସେ ଦୁଇଜଣ ଗତକାଲି ଜୟପୁରାକାଟେଣିର ଦୋଳ ପଣ୍ଣିମା ଯାତ୍ରା ଦେଖିବାକୁ ଯାଇଥିଲେ। ବିଳମ୍ବିତ ରାତିରେ ଯାତ୍ରାଦେଖି ଉଭୟେ ଘରକୁ ଫେରୁଥିବା ବେଳେ NH 53 ସିଆରିମାଳିଆ ନିକଟରେ ପୋଲ ତଳକୁ ବାଇକ ସହ ଖସିପିଡିଥିଲେ। ଦିର୍ଘ ସମୟ ଧରି ଘଟଣାସ୍ଥଳରେ ଉଭୟେ ପଡିରହିଥିଲେ। ସ୍ଥାନୀୟ ଲୋକେ ଦେଖି ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତିକରିଥିଲେ। ଉଭୟଙ୍କ ମୁଣ୍ଡ,ଆଖି ଓ ଛାତିରେ ଗଭିର କ୍ଷତସୃଷ୍ଟି ହୋଇଛି। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଧାମରା ସଂଘର ବସନ୍ତ କବିତା ଆସର ଓ ବିଜୁବାବୁଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଏକତ୍ର ରାଉରକେଲା ର ସଦସ୍ୟ ସମାରୋହ ଓ ସ୍ବତନ୍ତ୍ର ଅଧିବେଶନ

masiha

ବବି-ସଂଗ୍ରାମ ମୁକାବିଲା — ଯାଜପୁରରେ ରାଜନୀତି ରୋମାଞ୍ଚ !

Sunil Chandra Nayak

Leave a Comment

error: Content is protected !!