ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଦୋଳ ପୂର୍ଣ୍ଣମୀ ଓ ହୋଲି ପାଳିତ

ଡାବୁଗାଁ ,୯/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ସଦର ମହକୁମା ଜୟନ୍ତୀନଗର ଠାରେ ରାଧା କୃଷ୍ଣ ମନ୍ଦିର କମିଟି ସହଯୋଗ ରେ ଦୋଳ ପୂର୍ଣ୍ଣିମା ୫ଦିନ ପୂର୍ବ ସନ୍ଧ୍ୟା ମାନଙ୍କରେ ପ୍ରତ୍ୟେକ ଦିନ ବହୁ ଭକ୍ତ ମାନଙ୍କ ଦ୍ୱାରା ରାଧା କୃଷ୍ଣ ଙ୍କୁ ବିମାନରେ ବସାଇ ଡ଼ାବୁଗାଁ ସହର ର ପ୍ରତ୍ୟେକ ସାହି ପରିଭ୍ରମଣ କରାଇବା ସହ ଭଜନ କୀର୍ତ୍ତନ ର ଆସର ବେଶ ଜମି ଭକ୍ତିମୟ ପରିବେଶ ସୃଷ୍ଟି ହେଉଥିଲା। ମଙ୍ଗଳବାର ରାତ୍ରିରେ ଦୋଳ ଓ ହୋଲିପୋଡା ଉତ୍ସବ ପାଳନ ହୋଇଥିଲା । ସେହିପରି ଦୋଳ ପୂର୍ଣ୍ଣିମା ରେ ମାନିଗାଁ , ମହେନ୍ଦ୍ରୀ ଓ ପୋଖନାଗୁଡା ରେ ଦୋଳପୂର୍ଣ୍ଣିମା ପାଳନ କରିବା ସହ ହୋଲିପୋଡା ଉତ୍ସବ ଅନୁଷ୍ଠିତ ହୋଇଥିଲା | ରାତି ତମାମ ନାଚଗୀତ ପ୍ରତିଯୋଗୀତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ବିଭିନ୍ନ ସ୍ଥାନରେ ରଙ୍ଗର ପର୍ବ ହୋଲି ଧୁମ୍ ଧାମ୍ ରେ ବୁଧବାର ପାଳିତ ହୋଇଯାଇଛି | ଡାବୁଗାଁ ବ୍ଲକ ର ବିଭିନ୍ନ ଗ୍ରାମ ଓ ବ୍ଲକ ସଦର ମହକୁମା ରେ ଲୋକେ ପରସ୍ପର କୁ ରଙ୍ଗ ଲଗାଇ ଏହି ଉତ୍ସବ ପାଳନ କରିଥିଲେ | ହୋଲି ଦିନ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ୪ ଟି ଦଳ ଭାଗ ନେଇଥିଲେ | ଏଥିରୁ ଅଗ୍ନିସମ ଦଳ ବିଜୟୀ ଲାଭ କରିଥିବାରୁ ତାଙ୍କୁ ୧୫୦୦ ଟଙ୍କା କମିଟି ତରଫରୁ ପୁରସ୍କୃତ କରାଯାଇଥିଲା |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଶିଷ୍ଟ ହିନ୍ଦୀ ଲେଖକ ,ନାଟ୍ୟକାର ଶ୍ରୀ ଅସଗର ବଜାହତ ଜୀ ଙ୍କୁ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ହିନ୍ଦୀ ବିଭାଗ ରେ ସ୍ଵାଗତ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

Sunil Chandra Nayak

ରାୟଗଡ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!