ଡାବୁଗାଁ ,୯/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ସଦର ମହକୁମା ଜୟନ୍ତୀନଗର ଠାରେ ରାଧା କୃଷ୍ଣ ମନ୍ଦିର କମିଟି ସହଯୋଗ ରେ ଦୋଳ ପୂର୍ଣ୍ଣିମା ୫ଦିନ ପୂର୍ବ ସନ୍ଧ୍ୟା ମାନଙ୍କରେ ପ୍ରତ୍ୟେକ ଦିନ ବହୁ ଭକ୍ତ ମାନଙ୍କ ଦ୍ୱାରା ରାଧା କୃଷ୍ଣ ଙ୍କୁ ବିମାନରେ ବସାଇ ଡ଼ାବୁଗାଁ ସହର ର ପ୍ରତ୍ୟେକ ସାହି ପରିଭ୍ରମଣ କରାଇବା ସହ ଭଜନ କୀର୍ତ୍ତନ ର ଆସର ବେଶ ଜମି ଭକ୍ତିମୟ ପରିବେଶ ସୃଷ୍ଟି ହେଉଥିଲା। ମଙ୍ଗଳବାର ରାତ୍ରିରେ ଦୋଳ ଓ ହୋଲିପୋଡା ଉତ୍ସବ ପାଳନ ହୋଇଥିଲା । ସେହିପରି ଦୋଳ ପୂର୍ଣ୍ଣିମା ରେ ମାନିଗାଁ , ମହେନ୍ଦ୍ରୀ ଓ ପୋଖନାଗୁଡା ରେ ଦୋଳପୂର୍ଣ୍ଣିମା ପାଳନ କରିବା ସହ ହୋଲିପୋଡା ଉତ୍ସବ ଅନୁଷ୍ଠିତ ହୋଇଥିଲା | ରାତି ତମାମ ନାଚଗୀତ ପ୍ରତିଯୋଗୀତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ବିଭିନ୍ନ ସ୍ଥାନରେ ରଙ୍ଗର ପର୍ବ ହୋଲି ଧୁମ୍ ଧାମ୍ ରେ ବୁଧବାର ପାଳିତ ହୋଇଯାଇଛି | ଡାବୁଗାଁ ବ୍ଲକ ର ବିଭିନ୍ନ ଗ୍ରାମ ଓ ବ୍ଲକ ସଦର ମହକୁମା ରେ ଲୋକେ ପରସ୍ପର କୁ ରଙ୍ଗ ଲଗାଇ ଏହି ଉତ୍ସବ ପାଳନ କରିଥିଲେ | ହୋଲି ଦିନ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ୪ ଟି ଦଳ ଭାଗ ନେଇଥିଲେ | ଏଥିରୁ ଅଗ୍ନିସମ ଦଳ ବିଜୟୀ ଲାଭ କରିଥିବାରୁ ତାଙ୍କୁ ୧୫୦୦ ଟଙ୍କା କମିଟି ତରଫରୁ ପୁରସ୍କୃତ କରାଯାଇଥିଲା |
ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ