ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ  

ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ  

 କାମାକ୍ଷାନଗର (ମନିସ)26/11/25 — ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ଥାନା ଅନ୍ତର୍ଗତ ପଙ୍ଗାତିରା ଓ ବାମ ପଞ୍ଚାୟତରେ ମଙ୍ଗଳବାର ଦିନ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ କରକମଳରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ପଙ୍ଗାତିରା ଠାରେ ଆୟୁଷ୍ମାନ ଆରୋଗ୍ୟ ସେବା ମନ୍ଦିର ଓ ସ୍ଵାଧୀନତା ସଂଗ୍ରାମୀ କିଶୋର ଚନ୍ଦ୍ର ବେହେରା ପ୍ରଧାନ ନାମରେ ମାର୍କେଟ କମ୍ପ୍ଲେକ୍ସ ଲୋକାର୍ପିତ ହୋଇଯାଇଥିବା ବେଳେ ବାମ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ସେବା ମନ୍ଦିର , ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରକଳ୍ପ ବିଭାଗ ଦ୍ଵାରା ନିର୍ମିତ ନୂତନ ଗ୍ରାମ ପଞ୍ଚାୟତ ଭବନ କାର୍ଯ୍ୟାଳୟ ଶୁଭ ଉଦଘାଟନ , ପ୍ରଶିକ୍ଷଣ କେନ୍ଦ୍ର , ବନ ସୁରକ୍ଷା ସମିତି ଗୃହ ଓ ସାଗବାରି ବନ ସୁରକ୍ଷା ସମିତି ଗୃହ ଉଦଘାଟିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର , ଉପାଧ୍ୟକ୍ଷା ଦୀପା ସାହୁ ,ବିଡ଼ିଓ ଯଶୋବନ୍ତ ଦେହୁରୀ , ବିଜେପିର ଜିଲ୍ଲା ସଭାପତି ରାସ ବିହାରୀ ବେହେରା , ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ , ଅଞ୍ଚଳର ଜଣାଶୁଣା ଯୁବ ନେତା କୃଷ୍ଣ ଚନ୍ଦ୍ର ସାହୁ , ବିରାଶାଳ ମେଡିକାଲ ଇନଚାର୍ଜ ଡାକ୍ତର ପ୍ରଦୀପ କୁମାର ଜେନା , ପଙ୍ଗାତିରା ଆୟୁଷ୍ମାନ ଆରୋଗ୍ୟ ସେବା ମନ୍ଦିରର ଅଧିକାରୀ ଡାକ୍ତର ନଳିନୀକାନ୍ତ ପାଣିଗ୍ରାହୀ , ସରପଞ୍ଚ କରୁଣାକର ସାହୁ ,ରୋଜାଲିନ ସାହୁ , ଫକୀର ଚରଣ ମହାନ୍ତ ,ସମିତି ସଭ୍ୟା ପୁଷ୍ପାଞ୍ଜଳି ପ୍ରଧାନ ,ଲକ୍ଷ୍ମୀ ହେଂସା , ବିଜେପିର ମଣ୍ଡଳ ସଭାପତି ଜିତେନ୍ଦ୍ର କର ,ଶୁଭେନ୍ଦୁ ପାଳ ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶତାଧିକ ଦଳୀୟ କର୍ମୀ ଓ ନିର୍ବାଚିତ ଜନପ୍ରତିନିଧି ଉପସ୍ଥିତ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମୃତକଙ୍କ ପରିବାରକୁ ମିଳିଲା ୫ଲକ୍ଷ ଟଙ୍କାର ଚେକ୍

Sunil Chandra Nayak

ଆଠ ଫୁଟ ତଳକୁ ଖସିଲା ମାରୁତି କାର, ଅଳ୍ପକେ ବର୍ତିଲେ ଚାରିଜଣ

masiha

Awareness done by Astha Foundation Odisha.

masiha

Leave a Comment

error: Content is protected !!