ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ପକ୍ଷରୁ ଗଡିଆଯୋର ଗ୍ରାମ ରେ ଆଇନ ସଚେତନତା ଶିବିର 

ଧର୍ମଗଡ ତାଲୁକ ଆଇନ ସେବା ସମିତି ପକ୍ଷରୁ ଗଡିଆଯୋର ଗ୍ରାମ ରେ ଆଇନ ସଚେତନତା ଶିବିର 

ଧର୍ମଗଡ଼:, ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ଗଡିଆଯୋର ପଂଚାୟତ ଉଚ୍ଚ ବିଦ୍ୟାଳୟ ରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବରେ, ବରିଷ୍ଠ ଦେୱାନୀ ବିଚାରପତି ପି. ଶୀତାଲକ୍ଷ୍ମୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା, ସରକାରୀ ଓକିଲ ଧିରେନ୍ଦ୍ରନାଥ ପାତ୍ର , ବରିଷ୍ଠ ଓକିଲ ଚିନ୍ତାମଣୀ ପାତ୍ର, ମିହିର ରଞ୍ଜନ ପଟ୍ଟଯୋଶୀ, ହରିଶ ଚନ୍ଦ୍ର ବାଗ, ରିଟେନର କମଳିନୀ ରଥ, ବରିଷ୍ଠ ଓକିଲ ତଥା ସଦସ୍ୟା ତାଳୁକ ଆଇନ ସେବା ସମିତି, ସଂଯୁକ୍ତା ପଣ୍ଡା, ତଥା ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମଣୀ ରଞ୍ଜନ ନେଗୀ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ବିଶ୍ୱଜିତ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଅଧାରୁ ପାଠ ଛାଡି ଥିବା ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ମୁଖ୍ୟସ୍ରୋତ ରେ ସାମିଲ କରି ପାରିବ ତାହା ଉପରେ ଆଲୋଚନା କରିଥିଲେ।ଏହି ସଭାରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବାଲ୍ୟ ଅପରାଧ ଅଧିନିୟମ, ଶିଶୁ ଯୌନ ଶୋଷଣ ଓ ଉତ୍ପୀଡ଼ନ ସୁରକ୍ଷା ଅଧିନିୟମ, ମୌଳିକ କର୍ତ୍ତବ୍ୟ ଓ ପୋଷ ଅଧିନିୟମ ଉପରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ। ଏହି ପରିପେକ୍ଷୀ ରେ ଅନ୍ୟ ବକ୍ତାମାନେ ମଧ୍ୟ ନିଜ ନିଜ ମନ୍ତବ୍ୟ ଦେଇଥିଲେ । ଶ୍ରୀମତୀ ସଂଯୁକ୍ତା ପଣ୍ଡା ସଭା କୁ ପରିଚାଳନା କରିଥିଲେ ଏବଂ ଉକ୍ତ ବିଦ୍ୟାଳୟର ଅଧ୍ୟାପକ ରବିଶଙ୍କର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦୂର୍ନିତୀ ଅଭିଯୋଗରେ ତିରିଂ ଲ୍ୟାମ୍ପ ଘେରିଲେ ଚାଷି

Sunil Chandra Nayak

ହିଞ୍ଜିଳି ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣା ,୩ ବର୍ଷର ଅସହାୟ ଶିଶୁକୁ ବିଜେଡିର ଆର୍ଥୀକ ସହାୟତା

ଗଞ୍ଜାମ ଜିଲ୍ଲା ସ୍ବାବଲମ୍ବୀ କାରିଗର ଏବଂ ପମ୍ପ୍ ଚାଳକ ସଂଘ ତରଫରୁ ବିଧାୟକଙ୍କୁ ସ୍ମାରକ ପତ୍ର 

Leave a Comment

error: Content is protected !!