ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ:ଅଣ୍ଡର -୧୭ ସ୍କୁଲ ସ୍ତରୀୟ ଜିଲ୍ଲା କ୍ରିକେଟ ଦଳ ଚୟନ

ଧର୍ମଗଡ:ଅଣ୍ଡର -୧୭ ସ୍କୁଲ ସ୍ତରୀୟ ଜିଲ୍ଲା କ୍ରିକେଟ ଦଳ ଚୟନ

କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ସହଯୋଗରେ ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ପଡିଆରେ ୧୭ ବର୍ଷ ବୟସରୁ କମ ବୟସର ସ୍କୁଲ ସ୍ତରୀୟ ଜିଲ୍ଲା କ୍ରିକେଟ ଦଳ ଚୟନ ହୋଇଯାଇଛି l ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଜଗନ୍ନାଥ ସେବାସମିତି ସଭାପତି ତଥା ବିଶିଷ୍ଟ ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ ପଣ୍ଡା ଓ ଓସିଏ ପେନାଲ ଅମ୍ପାୟର ତେଜନ ଦୁର୍ଗା ଯୋଗଦେଇ ଥିଲେ l ଏଥିରେ କଳାହାଣ୍ଡି ଜିଲ୍ଲାର ୧୩ ଟି ବ୍ଲକରୁ ୧୨୦ ଜଣ ଖେଳାଳି ଅଂଶଗ୍ରହଣ କରିଥିବାବେଳେ ୨୫ ଜଣ ଖେଳ ଶିକ୍ଷକ ସାମିଲ ଥିଲେ l ୧୫ ଜଣ ଖେଳାଳୀ ଙ୍କୁ ଏଠାରେ ଚୟନ କରାଯାଇ ଥିଲା। ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ତଥା ନୋଡାଲ ସମ୍ପାଦକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚୟନ ଶିବିର ପରିଚାଳିତ ହୋଇଥିବାବେଳେ ଖେଳ ଶିକ୍ଷକ ଶ୍ରବଣ ଜାଲ, ସମୀର ନାଏକ, ସୁନୀଲ ନାଏକ, ଅମିତ ମୁଣ୍ଡ ପ୍ରମୁଖ ସହଯୋଗ କରିଥିଲେ।

 ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ବାଳିକା ଦିବସ ପାଳିତ 

masiha

ବିକଶିତ ଗାଁ ବିକଶିତ ଓଡିଶା ର ଶୁଭଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଲାଇଭ ଭିଡଓ ପ୍ରସାରଣ ମାଧ୍ୟମରେ ଯୋଡ଼ି ହେଲେ ଗୋଲାମୁଣ୍ଡା ବ୍ଲକ ବାସୀ….

masiha

ଶୁଣିଲାଣି ଗ୍ରାମ୍ୟ ଉନ୍ନୟନ ବିଭାଗ, ନିଜ ଖର୍ଚ୍ଚରେ ରାସ୍ତା ମରାମତି କରାଇଲେ ୨ ସମାଜସେବୀ

masiha

Leave a Comment

error: Content is protected !!