ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ମାଗଣା ସିଭିଲ୍ ସର୍ଭିସେସ୍ କୋଚିଂ ‘ମିଶନ୍ ଆକାଂକ୍ଷା’ ର ଶୁଭାରମ୍ଭ 

କଳାହାଣ୍ଡି ଜିଲ୍ଲାରେ ମାଗଣା ସିଭିଲ୍ ସର୍ଭିସେସ୍ କୋଚିଂ ‘ମିଶନ୍ ଆକାଂକ୍ଷା’ ର ଶୁଭାରମ୍ଭ 

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଭିଜନ୍ ଆଇଏଏସ୍,ନୂଆଦିଲ୍ଲୀ ର ମିଳିତ ସହଯୋଗରେ ଭାରତୀୟ ପ୍ରଶାସନିକ ସେବା ର ପ୍ରତିଯୋଗିତା ପରୀକ୍ଷା ରେ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ମାନେ କିପରି ଅଂଶ ଗ୍ରହଣ କରି ସଫଳତା ହାସଲ କରିପାରିବେ ସେ ଉଦ୍ଦେଶ୍ଯ ନେଇ ଆଜି କଳାହାଣ୍ଡି ଜିଲ୍ଲାପାଳ ପାୱାର୍ ସଚିନ ପ୍ରକାଶ ଙ୍କ ଦ୍ୱାରା ଜିଲ୍ଲାର ପ୍ରତିଯୋଗୀ ମାନଙ୍କ ପାଇଁ ମାଗଣା ସିଭିଲ ସର୍ଭିସ କୋଚିଂ ମିଶନ ଆକାଂକ୍ଷା ର ଶୁଭାରମ୍ଭ ହୋଇ ଯାଇଛି।ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଭବାନୀପାଟଣା ଠାରେ ଜିଲ୍ଲାପାଳ ଏହାର ଶୁଭ ଉଦ୍ଘାଟନ କରି ପ୍ରତିଯୋଗୀ ମାନେ ଭବାନୀପାଟଣା ରେ ମାଗଣାରେ କୋଚିଂ ନେଇ ସିଭିଲ ସର୍ଭିସ ପରୀକ୍ଷା କିପରି ଭଲ କରି ସଫଳତା ହାସଲ କରିପାରିବେ ସେ ସମ୍ପର୍କରେ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନିମେଶ ପ୍ରଧାନ,ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରୋବେସନର୍, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ ଯୋଗଦେଇ ଥିଲେ। 

ଭିଜନ୍ ଆଇଏଏସ୍ (Vision IAS), ନୂଆଦିଲ୍ଲୀ ଦ୍ୱାରା ପରିଚାଳିତ ଦୁଇଟି ପର୍ଯ୍ୟାୟ ଚୟନ ପ୍ରକ୍ରିୟା, ଯଥା: ୧. ବସ୍ତୁନିଷ୍ଠ ଏମସିକ୍ଵ୍ୟୁ (MCQ) ଭିତ୍ତିକ ପରୀକ୍ଷା ଏବଂ ୨. ବ୍ୟକ୍ତିଗତ ସାକ୍ଷାତକାର ପରୀକ୍ଷା ପରେ ମୋଟ୍ ୬୨ ଜଣ ପ୍ରାର୍ଥୀ ଚୂଡ଼ାନ୍ତ ମେରିଟ୍ ତାଲିକାରେ ମନୋନୀତ ହୋଇଥିଲେ।

ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ‘ମିଶନ୍ ଆକାଂକ୍ଷା’ର କୋଚିଂ ମଡ୍ୟୁଲ୍ ଏବଂ ପ୍ରକ୍ରିୟା ବିଷୟରେ ପ୍ରାର୍ଥୀମାନଙ୍କୁ ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ ମିଶ୍ର, Team Lead, ଡିଏମ୍ଏଫ୍ (DMF), କଳାହାଣ୍ଡି, ସଂଯୋଜନା କରିଥିଲାବେଳେ ସୁବିଦୀପ୍ତ ସାମନ୍ତରାୟ,ଜିଲ୍ଲା ନିୟୋଜନ ଅଧିକାରୀ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବେଆଇନ ଭାବରେ ବାଲି ଚାଲାଣ ଦୁଇଟି ଟ୍ରାକ୍ଟର ଜବତ 

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ 

masiha

ଵିଷମ କଟକ ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

Leave a Comment

error: Content is protected !!