ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି,ରାଇରଙ୍ଗପୁର ବ୍ଳକ ଶାଖା ତରଫରୁ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ‌ସମ୍ମୁଖରେ ୬ ଦଫା ଦାବିନେଇ ବିକ୍ଷୋଭ ଏବଂ ଦାବିପତ୍ର‌ ପ୍ରଦାନ

ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି,ରାଇରଙ୍ଗପୁର ବ୍ଳକ ଶାଖା ତରଫରୁ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ‌ସମ୍ମୁଖରେ ୬ ଦଫା ଦାବିନେଇ ବିକ୍ଷୋଭ ଏବଂ ଦାବିପତ୍ର‌ ପ୍ରଦାନ

 ମୟୂରଭଂଜ – ୨/୦୮ — ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ( ଓଷ୍ଟା),ରାଇରଙ୍ଗପୁର ଶାଖା ତରଫରୁ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ‌ ସମ୍ମୁଖରେ ବ୍ଳକ ସ୍ତରୀୟ ୬ ଦଫା ଦାବି ନେଇ ବିକ୍ଷୋଭ କାର୍ଯ୍ୟକ୍ରମ ଆଜି ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ପରେ ଶିକ୍ଷକମାନେ ବିଇଓଙ୍କୁ ୬ ଦଫା ଦାବି ସମୂହ ନେଇ ମୁଖ୍ଯମନ୍ତ୍ରୀ,ରାଜ୍ୟ ଗଣଶିକ୍ଷାମନ୍ତ୍ରୀ,ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ,ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ୬ ଦଫା ଦାବି ସମୂହ ନେଇ ଦାବିପତ୍ର ପ୍ରଦାନ କରିଥିଲେ ।ଦାଵି ସମୂହ ଗୁଡିକ ହେଲା ୧- ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ,୨- ସମସ୍ତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ଯାଳୟଗୁଡିକରୁ ଅବସର‌ ନେଇଥିବା ଓ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଚାକିରୀ ସର୍ତାବଳୀ,ପେନସନ, ଓ ଅବସରକାଳୀନ ସୁବିଧା ସୁଯୋଗ ସମସ୍ତ ନ ପ୍ରଦାନ, ୩- ଅବସର ବୟସ ସୀମା ୬୦ ରୁ ୬୨ ବର୍ଷ ବୃଦ୍ଧି,୪- ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରେଡପେ ରେ ଥିବା ଅସଙ୍ଗତି ଦୂରୀକରଣ ୫-ସମସ୍ତ ନୂତନ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ଯାଳୟଗୁଡିକୁ ସରକାରୀ କରଣ ଏବଂ ଶିକ୍ଷକ ନିଯୁକ୍ତି, ୬- ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ ଟି ନୋସନାଲ୍ ଇନକ୍ରିମେଣ୍ଟ ସହିତ ଗରିଷ୍ଠତା ପ୍ରଦାନ ଓ ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ୍ ସ୍କିମର ପୁନଃ ପ୍ରଚଳନ ଇତ୍ୟାଦି ।ଶିକ୍ଷକମାନେ ଦାବିପତ୍ର ପ୍ରଦାନ ବିଇଓ ଶ୍ରୀ ଘନଶ୍ୟାମ ମୁର୍ମୁ,ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ,ଏବିଇଓ ହେମମାଝି ପ୍ରମୁଖ ଉପସ୍ଥିତ ଥିଲେ ।ଦାବିପତ୍ର ପ୍ରଦାନ ସମୟରେ ମୟୂରଭଂଜ -୨ ର ଜିଲ୍ଲା ସଭାପତି ଦୁର୍ଯୋଧନ ବେହେରା, ବ୍ରହ୍ମାନନ୍ଦ ପଣ୍ଡା,ଅନିଲ ମହାନ୍ତ,ସୁବାସ ବାରିକ, ସୁବାସ ମହାନ୍ତ ,ମୀନାକ୍ଷୀ ମହାନ୍ତ,ସପନ ମହାନ୍ତ, ରଣଜିତ କୁମ୍ଭାକାର,ସଞ୍ଜିବ ମାହାଲି,ମିହିର ଦାସ,ପ୍ରଭାକର ପାଲ ,ଯତୀନ୍ଦ୍ର ନାଥ ଗିରି,ଅନାଦି ଶଙ୍କର ଗିରି,ଜନ୍ମେଜୟ ମହାନ୍ତ ଙ୍କ ସମେତ ବହୁ ଶିକ୍ଷକ ଉପସ୍ଥିତ ଥିଲେ ।

 ମୟୂରଭଂଜରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ବିଦ୍ଯୁତ ଟ୍ରାନ୍ସଫର୍ମର ତାର ସଂପର୍ଶ ରେ ଆସି ଲକ୍ଷ୍ମଣ ଗଉଡଙ୍କ ମୃତ୍ୟୁ କୁ ନେଇ ମାନବାଧିକାର କମିଶନଙ୍କ ନୋଟିସ ଜାରି

Sunil Chandra Nayak

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଲୌହମାନବୀ ସ୍ବର୍ଗତ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ‌ଦିବସରେ ରାଇରଙ୍ଗପୁର‌କଂଗ୍ରେସ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ

masiha

Leave a Comment

error: Content is protected !!