ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ୍ ବିଏ ଓ ଏମ୍ ଏସ୍ ସି କମ୍ପ୍ୟୁଟର ସାଇନସ୍ ବୃତ୍ତିଗତ ଶିକ୍ଷା ବିଭାଗ ପକ୍ଷରୁ ଏକଦିବସୀୟ ଆଲୋଚନାଚକ୍ର-୨୦୨୫ ଉଦ୍ ଯାପିତ 

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ୍ ବିଏ ଓ ଏମ୍ ଏସ୍ ସି କମ୍ପ୍ୟୁଟର ସାଇନସ୍ ବୃତ୍ତିଗତ ଶିକ୍ଷା ବିଭାଗ ପକ୍ଷରୁ ଏକଦିବସୀୟ ଆଲୋଚନାଚକ୍ର-୨୦୨୫ ଉଦ୍ ଯାପିତ 

ଢେଙ୍କାନାଳ: ତା.୨୮.୧୧.୨୦୨୫ ରିଖ:( )ସ୍ଥାନୀୟ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ୍ ବିଏ ଓ ଏମ୍ ଏସ୍ ସି କମ୍ପ୍ୟୁଟର ସାଇନସ୍ ବୃତ୍ତିଗତ ଶିକ୍ଷା ବିଭାଗ ପକ୍ଷରୁ ଏକଦିବସୀୟ ଆଲୋଚନାଚକ୍ର-୨୦୨୫ ଉଦ୍ ଯାପିତ ହୋଇଯାଇଛି।ଏହି ଉପଲକ୍ଷେ ବିଭାଗ ମୁଖ୍ୟ ପ୍ରଦ୍ୟୁମ୍ନ କୁମାର ଦାଶଙ୍କ ଆବାହକତ୍ୱରେ ତଥା ତତ୍ତ୍ଵାବଧାନରେ ଅଧ୍ୟକ୍ଷ ଡ.ପୂର୍ଣ୍ଣ ଚନ୍ଦ୍ର ବରାଳଙ୍କର ପୌରୋହିତ୍ୟରେ,ଭାଗ୍ୟଶ୍ରୀ ଦେହୁରୀ,ପଲକ୍ କୁମାରୀ ଓ ସ୍ନେହା ଡାଲ୍ ମିଆଙ୍କ ବଳିଷ୍ଠ ସଭା ସଂଯୋଜନାରେ ମହାବିଦ୍ୟାଳୟର ସଭାଗୃହରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ କଳିଙ୍ଗ ଚିକିତ୍ସାଳୟ, ଭୁବନେଶ୍ୱରର ମାନବ ସମ୍ବଳ ଅଧିକାରୀ ଡ.ନିତ୍ୟ ସୁନ୍ଦର ସିଅ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ “Youth leadership and Talent Development for a progressive Odisha”ପ୍ରଗତିଶୀଳ ଓଡ଼ିଶା ପାଇଁ ଯୁବ ନେତୃତ୍ବ ଓ ପ୍ରତିଭା ବିକାଶ” ବିଷୟବସ୍ତୁ ସମ୍ପର୍କରେ ସବିଶେଷ ଆଲୋଚନା କରି ଏହା ହାସଲ କରିବା ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଓ ସମ୍ମିଳିତ ଅବିଶ୍ରାନ୍ତ ଉଦ୍ୟମ ଆବଶ୍ୟକ ବୋଲି ଦୃଢ଼ ମତ ଉପସ୍ଥାପନ କରିଥିଲେ।ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ୍ ଡ.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଯୁବ ନେତୃତ୍ୱ ଓ ପ୍ରତିଭାର ବିକାଶ ହିଁ ଜ୍ଞାନ ବିଜ୍ଞାନର ଭିତ୍ତିଭୂମି ଓ ଏହାର ପରିବ୍ୟାପ୍ତତା ସୁଦୂରପ୍ରସାରୀ ହୋଇ ପ୍ରଗତିଶୀଳ ଓଡ଼ିଶା ଗଠନ କରିବାର ସ୍ବପ୍ନକୁ ବାସ୍ତବ ରୂପ ପ୍ରଦାନ କରିପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପ୍ରଶାସନିକ ଅଧିକାରୀ ଡ.ବିଭୁଦତ୍ତ ଦାଶ,ବିଭାଗର କାର୍ଯ୍ୟକ୍ରମ ସଂଯୋଜକ ଡ.ଦେବରାଜ ପରିଡ଼ା ପ୍ରମୁଖ ଯୋଗଦାନ କରି ସ୍ଵୀୟ ସ୍ଵୀୟ ବକ୍ତବ୍ୟରେ ଯୁବ ନେତୃତ୍ବ ଓ ପ୍ରତିଭାର ବିକାଶ ହିଁ ପ୍ରଗତିଶୀଳ ଓଡ଼ିଶା ଗଠନର ମୂଳମନ୍ତ୍ର ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ ଓ ସ୍ଵକୀୟ ଅଭିଭାଷଣରେ ଏହି ବିଭାଗର ସଫଳତାରେ ଆନନ୍ଦ ପ୍ରକାଶ କରି ଏହାକୁ ବଜାୟ ରଖିବା ପାଇଁ ସମସ୍ତେ ବଦ୍ଧପରିକର ହେବାକୁ ଦୃଢ଼ ଆହ୍ବାନ ଦେଇଥିଲେ।ଏହାପରେ ବିଭାଗମୁଖ୍ୟ ପ୍ରଦ୍ୟୁମ୍ନ କୁମାର ଦାଶ ସ୍ବାଗତ ଭାଷଣ,କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସୁବିସ୍ତୃତ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ମହାବିଦ୍ୟାଳୟରେ ୨୦୦୯ ମସିହାରୁ ଆରମ୍ଭ ହୋଇଥିବା ଏମ୍ ବିଏ ଓ ଏମ୍ ଏସ୍ ସି କମ୍ପ୍ୟୁଟର ସାଇନସ୍ ବୃତ୍ତିଗତ ଶିକ୍ଷା ବିଭାଗର ପାଠ୍ୟକ୍ରମ ଅନେକ ଛାତ୍ରୀ,ଛାତ୍ର ମାନଙ୍କୁ ଆକୃଷ୍ଟ କରି ସେମାନଙ୍କୁ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ କରାଇ ପାରିଛି ବୋଲି ସୂଚନା ପ୍ରଦାନ କରିଥିଲେ।ସଭାପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ, ପ୍ରଦୀପ ପ୍ରଜ୍ବଳନ ଓ ଛାତ୍ରୀ,ଛାତ୍ର ମାନଙ୍କ ଦ୍ଵାରା ସମବେତ ସ୍ବରରେ ମଙ୍ଗଳାଚରଣ ଗାନ କରାଯାଇଥିଲା।ମହାବିଦ୍ୟାଳୟର ଛାତ୍ରୀ,ଛାତ୍ରମାନେ ଅତିଥିମାନଙ୍କୁ ଫୁଲକୁଣ୍ଡ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ ଓ ସମ୍ୱର୍ଦ୍ଧିତ କରିଥିଲେ।ଛାତ୍ରୀଛାତ୍ରମାନେ ଉଦ୍ ଘାଟନୀ ଓ ଉଦ୍ ଯାପନୀ ସଂଗୀତ ଗାନ କରିଥିଲେ।ଅନୁଷ୍ଠାନର ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା।ବିଭାଗର ଅଧ୍ୟାପକ ସୁଶାନ୍ତ କୁମାର ପାଲ୍,ସନ୍ତୋଷ କୁମାର ନନ୍ଦ,ଅଧ୍ୟାପିକା ରୋଜାଲିନ ବେହେରା,ମାନସୀ ରଥ ଏଵଂ ବିଭାଗର ସମସ୍ତ କର୍ମକର୍ତ୍ତା ଓ ସମସ୍ତ ଛାତ୍ରୀ,ଛାତ୍ରମାନେ କାର୍ଯ୍ୟକ୍ରମରେ ସମସ୍ତ ସହଯୋଗ ପ୍ରଦାନ କରିଥିଲେ।ଛାତ୍ରୀ ଭାଗ୍ୟଶ୍ରୀ ଦେହୁରୀ ସଭା ସଂଯୋଜନା କରିଥିଲେ।ଛାତ୍ରୀ ପଲକ୍ କୁମାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ।ଛାତ୍ରୀ ସ୍ନେହା ଡାଲମିଆ ଧନ୍ୟବାଦ ଅର୍ପଣ କରିଥିଲେ।ସଭା ପ୍ରାରମ୍ଭରେ ସମବେତ ଜାତୀୟ ସଙ୍ଗୀତ ଗାନ,ପରିଶେଷରେ ଛାତ୍ରୀ,ଛାତ୍ରମାନେ ଶାନ୍ତି ପାଠ କରିଥିଲେ।ବିଭାଗର କାର୍ଯ୍ୟକ୍ରମ ସଂଯୋଜକ ଡ.ଦେବରାଜ ପରିଡ଼ା କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର,
ପ୍ରାକ୍ତନ ଛାତ୍ର,ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଆଲୁମିନି ଆସୋସିଏସନ୍ ର କାର୍ଯ୍ୟକାରିଣୀ ସଦସ୍ୟ

Related posts

ଶିକ୍ଷା ବ୍ୟବସ୍ଥା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ବାବନପୁର ଆଦର୍ଶ ଶିଶୁ ମନ୍ଦିର କମ୍ୟୁନିଟି ହଲ ପାଇଁ ଭିତ୍ତିପ୍ରସ୍ତର

ପ୍ରବେଶ ଉତ୍ସବରେ ସମୂହ ଖଡିଛୁଅଁ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!