ଢେଙ୍କାନାଳ ଜିଲ୍ଳାସ୍ତରୀୟ ଯୁବ ସଂସଦ ନୂତନ ପୀଢ଼ିର ସ୍ୱର କାର୍ଯ୍ୟକ୍ରମ -୨୦୨୫-୨୬ ଅନୁଷ୍ଠିତ
ଢେଙ୍କାନାଳ:ତା.୨୯.୧୧.୨୦୨୫ ରିଖ : (ମ ନି ସ ) ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ସ୍ମାର୍ଟ୍ ସଭାଗୃହରେ ଦିବା ୧୦ ଘଟିକା ସମୟରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶୈକ୍ଷିକ ଗବେଷଣା ଓ ତାଲିମ ପରିଷଦ,(ଏସ୍.ସି.ସି ଆର୍.ଟି ),ଓଡ଼ିଶା,ଭୁବନେଶ୍ବରର ସହଯୋଗରେ ଢେଙ୍କାନାଳର ଜିଲ୍ଲା ଶିକ୍ଷାଅଧିକାରୀ ପରେଶ ଚନ୍ଦ୍ର ପାତ୍ର, ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷାଅଧିକାରୀ ମନୋଜ ରଞ୍ଜନ ଦଳାଇ,ବ୍ରହ୍ମୋତ୍ରୀ ବିଶ୍ଵାଳ ଓ ସୌମ୍ୟାଶ୍ରୀ ପଣ୍ଡାଙ୍କ ମାର୍ଗଦର୍ଶନରେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ମିନତି ଦେହୁରୀ,ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଲକ୍ଷ୍ମୀଧର ମହାନ୍ତ,ପର୍ଯ୍ୟବେକ୍ଷକ, ପ୍ରଶିକ୍ଷକ ତଥା କାର୍ଯ୍ୟକ୍ରମ ସଂଚାଳକ ଶିକ୍ଷାବିତ୍ ତଥା ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଅଟଳ ବିହାରୀ ଦାଶ,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ମିଳିତ ମାର୍ଗଦର୍ଶନରେ ଓ ପୌରୋହିତ୍ୟରେ ଢେଙ୍କାନାଳ ଜିଲ୍ଳାସ୍ତରୀୟ ଯୁବ ସଂସଦ ନୂତନ ପୀଢ଼ିର ସ୍ୱର କାର୍ଯ୍ୟକ୍ରମ -୨୦୨୫-୨୬ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ଓ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ତଥା ପ୍ରମୁଖ ବିଚାରକ ଭାବେ ଯୋଗଦେଇ ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଅଟଳ ବିହାରୀ ଦାଶ ଉଦଘାଟନୀ ସଭାରେ କାର୍ଯ୍ୟକ୍ରମର ଶୁଭ ଉଦ୍ ଘାଟନ କରି ସ୍ଵୀୟ ଅଭିଭାଷଣରେ ପିଲାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା,ଚିନ୍ତନ ଓ ମନ୍ଥନରୁ ସୃଜନଶୀଳତା,ନୂତନତ୍ୱ ଓ ନେତୃତ୍ୱ ନେବାର ସମ୍ଭାବନା ସୃଷ୍ଟି ହୋଇଥାଏ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ରାଜନୀତି ବିଜ୍ଞାନର ଜ୍ଞାନ ଗଣତନ୍ତ୍ରକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଦେଶର ସର୍ବାଙ୍ଗୀନ ପ୍ରଗତିର ବାର୍ତ୍ତାବହ ବୋଲି ସେ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ ସମାଜକୁ ସୂକ୍ଷ୍ମ ଭାବରେ ନିରୀକ୍ଷଣ ସହ ରାଜନୀତି ବିଜ୍ଞାନକୁ ଅଧ୍ୟୟନ କରି ଏହାର ଉପଯୁକ୍ତ ପ୍ରୟୋଗ କଲେ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ବିଚାରକ ଭାବରେ ଓଡ଼ିଶାର ଅନେକ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ସଫଳ ଅଧ୍ୟାପନା କରିଥିବା ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଟଳ ବିହାରୀ ଦାଶ ଓ ଯୁବ ସଂସଦ କାର୍ଯ୍ୟକ୍ରମରେ ବହୁବର୍ଷର ଅଭିଜ୍ଞତା ଥିବା ମାର୍ଗଦର୍ଶକ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରଶିକ୍ଷକ,ପର୍ଯ୍ୟବେକ୍ଷକ ତଥା ବିଚାରକ ଭାବରେ ଯୋଗଦାନ କରି ଯୁଗ୍ମ ଭାବରେ ଯୁବ
ସଂସଦ କାର୍ଯ୍ୟକ୍ରମକୁ ସଫଳ ସଞ୍ଚାଳନ କରିଥିଲେ।ଏହି ଅବସରରେ ଜିଲ୍ଲାର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ,ଆଦର୍ଶ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ଢେଙ୍କାନାଳ ସଦର,ଗନ୍ଦିଆ,ଓଡ଼ାପଡ଼ା,ହିନ୍ଦୋଳ, ଭୁବନ,କାମାକ୍ଷାନଗର,ପର୍ଜଙ୍ଗ ଓ କଙ୍କଡ଼ାହାଡ଼ ଏହିଭଳି ୮ ଟି ବ୍ଲକ୍ ରୁ ପ୍ରତ୍ୟେକରୁ ଜଣେ ଲେଖାଏଁ ଶ୍ରେଷ୍ଠ ଛାତ୍ରୀ,ଛାତ୍ର ଏହି ଯୁବ ସଂସଦ କାର୍ଯ୍ୟକ୍ରମରେ ନିଜ ନିଜର ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ,ଅଧ୍ୟାପିକା,ଅଧ୍ୟାପକ,ଅଭିଭାବିକା, ଅଭିଭାବକମାନଙ୍କ ସହିତ ଯୋଗଦାନ କରି ଛାୟା ସଂସଦ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣକରି ଶାସକ ଓ ବିରୋଧୀ ଦଳ ଭାବେ ଭୂମିକା ନିର୍ବାହ କରିଥିଲେ।ସରକାରୀ ଚାକିରୀ ନିଯୁକ୍ତି କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ପ୍ରସଙ୍ଗ କରି ବିରୋଧୀ ଦଳମାନେ ଶାସନ ବ୍ୟବସ୍ଥାର କଟୁ ସମାଲୋଚନା କରିଥିଲେ।ପ୍ରତ୍ୟୁତ୍ତରରେ ଶାସକ ଦଳ ଏହାର ନିରାକରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଅବଗତ କରାଇ ଦୁନୀତିକୁ କିଭଳି ରୋକାଯାଉଛି ସେ ସଂପର୍କରେ ଯୁକ୍ତି ଉପସ୍ଥାପନ କରିଥିଲେ।ସେହିଭଳି ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ଓ ଡିଜିଟାଲ ମିଡ଼ିଆର ବହୁଳ ବ୍ୟବହାରର ଆଶା ଓ ଆଶଙ୍କା,ଦଣ୍ଡମୁକ୍ତ ଶିକ୍ଷାର ଶିକ୍ଷାର୍ଥମାନଙ୍କ ଶୃଙ୍ଖଳା ଓ ଶିକ୍ଷଣ ଫଳାଫଳ ଉପରେ ପ୍ରଭାବର ଉଭୟ ଦିଗ,ଭାରତର ପ୍ରଚଳିତ କୃଷିନୀତିର ଭବିଷ୍ୟତ ସମ୍ପର୍କରେ ଉଭୟ ଶାସକ ଓ ବିରୋଧୀ ଦଳ ପ୍ରତିପକ୍ଷଙ୍କୁ ଦୃଷ୍ଟାନ୍ତମୂଳକ ଜବାବ ଦେଇଥିଲେ।ଲୋକ ସଭାରେ ବିରୋଧୀ,ଶାସକଦଳ ସାଂସଦମାନଙ୍କ ମଧ୍ୟରେ ଆରୋପ,ପ୍ରତ୍ୟାରୋପ,ତତ୍ ଜନିତ ହଟ୍ଟଗୋଳ ସରକାରଙ୍କ ନିର୍ବାଚନ ସଂସ୍କାର “ଏସ୍ ଆଇ ଆର୍”କୁ ବିରୋଧ କରି ଆରୋପ,ପ୍ରତ୍ୟାରୋପ ଏବଂ ନୂତନ ବିଲ୍ “ଏକ ଦେଶ ଏକ ନିର୍ବାଚନ” ସମ୍ପର୍କରେ ବଳିଷ୍ଠ ବିତର୍କ କାରଣରୁ,ଉଚ୍ଚସ୍ୱରରେ ବୟାନବାଜିରୁ ପ୍ରକୃତ ଛାୟା ସଂସଦର ଭ୍ରମ ସୃଷ୍ଟି ହୋଇ ପାରିଥିଲା ଏବଂ ଏହା ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା।ବିଚାରକ ମଣ୍ଡଳୀ ସମସ୍ତ ପ୍ରତିଯୋଗୀଙ୍କ ସାମଗ୍ରିକ ସଫଳ ଉପସ୍ଥାପନାର ବିଭିନ୍ନ ଦିଗକୁ ବିଚାରକୁ ନେଇ ଉଚିତ୍ ମୂଲ୍ୟାଙ୍କନ କରି ଆଗାମୀ ରାଜ୍ୟସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ସର୍ବଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଉପଯୁକ୍ତ ଚୟନ କରିଥିଲେ।ବିଚାରକ ବୃନ୍ଦ ସ୍ଵୀୟ ଅଭିଭାଷଣରେ ଯୁବ ସଂସଦ କାର୍ଯ୍ୟକ୍ରମ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ବର୍ଷର ବାସ୍ତବ ସଂସଦ ପରିଚାଳନାର ଏକ ପ୍ରତିଫଳନ ଓ ଏହା ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ରାଜନୈତିକ,ଗଣତାନ୍ତ୍ରିକ ଭାବଧାରାର ଉନ୍ମେଷ କରିବା ପାଇଁ ଓ ଭବିଷ୍ୟତରେ ସେମାନଙ୍କୁ ସୁନାଗରିକ ଭାବରେ ଦେଶ ଗଠନରେ ପ୍ରମୂଖ ଭୂମିକା ନିର୍ବାହ କରିବା ପାଇଁ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ଦୃଢ଼ ମତପୋଷଣ କରିଥିଲେ।ଏହା ବ୍ୟତୀତ ପ୍ରତ୍ୟେକ ପ୍ରତିଯୋଗୀଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ସେମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ନିଖୁଣ ମାର୍ଗଦର୍ଶନ କରିଥିଲେ।ପ୍ରାରମ୍ଭରେ ଯୁବ ସଂସଦ କାର୍ଯ୍ୟକ୍ରମରେ ବହୁବର୍ଷର ଅଭିଜ୍ଞତା ଥିବା ମାର୍ଗଦର୍ଶକ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରଶିକ୍ଷକ,ପର୍ଯ୍ୟବେକ୍ଷକ ତଥା ବିଚାରକ ଭାବରେ ଯୋଗଦାନ କରି ଯୁବ ସଂସଦ କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ, ଆଭିମୁଖ୍ୟ,ସଂସଦ କାର୍ଯ୍ୟକ୍ରମର ନୀତିନିୟମ ଯଥା ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଆଗମନ,ଜାତୀୟ ସଙ୍ଗୀତ ଗାନ,ଅଭିଭାଷଣ ପ୍ରଦାନ,ପ୍ରସ୍ଥାନ,ଧନ୍ୟବାଦ ପ୍ରସ୍ତାବ, କୌଣସି ସାଂସଦଙ୍କ ମୃତ୍ୟୁରେ ଶୋକ ପାଳନ,ଉପ- ନିର୍ବାଚନରେ ନବ ନିର୍ବାଚିତ ଦୃଷ୍ଟିବାଧିତ ସାଂସଦଙ୍କ ଶପଥ ଗ୍ରହଣ,ପ୍ରଧାନ ମନ୍ତ୍ରୀ ଓ ଶାସକ ଦଳର ମନ୍ତ୍ରୀ ତଥା ସାଂସଦ, ବିରୋଧୀ ଦଳର ନେତା ତଥା ଅନ୍ୟାନ୍ୟ ସାଂସଦ ମାନଙ୍କର ପ୍ରଶ୍ନୋତ୍ତର,ଅଭିଭାଷଣ, ବଜେଟ୍ ଉପସ୍ଥାପନ ଓ ଆଲୋଚନା, ବିଲ୍ ଆଗତ,କଲିଙ୍ଗ ଆଟେନ୍ ସନ୍,ଧ୍ୟାନ ଆକର୍ଷଣ,କଟ୍ ମୋସନ,ଶୂନ୍ୟକାଳ,ପଏଣ୍ଟ୍ ଅଫ୍ ଅର୍ଡ଼ର୍,ଡିଭିଜନ୍, ପାର୍ଲିଆମେଣ୍ଟାରି କମିଟି ଗଠନ,ବିଶୃଙ୍ଖଳିତ ସାଂସଦଙ୍କ ନିଲମ୍ବନ,ଲୋକସଭା ପ୍ରରୋଗ ଓ ସାଇନ୍ ଡାଇ ଆଦି ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ସଠିକ ମାର୍ଗଦର୍ଶନ କରିଥିଲେ।ସମସ୍ତ ପ୍ରତିଯୋଗୀଙ୍କ ଉଚ୍ଚକୋଟୀର ସାମଗ୍ରିକ ସଫଳ ଉପସ୍ଥାପନାର ବିଭିନ୍ନ ଦିଗକୁ ବିଚାରକୁ ନେଇ ବିଚାରକ ବୃନ୍ଦ ଉଚିତ୍ ମୂଲ୍ୟାଙ୍କନ କରି ସେମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସାଗରିକା ସ୍ୱାଇଁ ମଞ୍ଚାସୀନ ବିଚାରକ ତଥା ଅତିଥି ବୃନ୍ଦଙ୍କ ଦ୍ଵାରା ପୁରସ୍କାର ସ୍ୱରୂପ ପ୍ରଶଂସା ପତ୍ର ଓ ମେମେଣ୍ଟୋ ପାଇବା ସଙ୍ଗେ ସଙ୍ଗେ ପାଇଁ ଢେଙ୍କାନାଳ ଜିଲ୍ଲାକୁ ପ୍ରତିନିଧିତ୍ଵ କରି ଆଗାମୀ ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି।ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ, ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ମଙ୍ଗଳାଚରଣ ଗାନ ଓ ପରିଶେଷରେ ଶାନ୍ତିପାଠ କରାଯାଇଥିଲା।କାର୍ଯ୍ୟକ୍ରମ ସଫଳ ଆୟୋଜନ ଓ ସୁପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରି ବିଦ୍ୟାଳୟର ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠା ଶିକ୍ଷୟିତ୍ରୀ ସୁଲୋଚନା ଭୂତିଆ,ଦୁଷ୍ମନ୍ତ କୁମାର ସାହୁ,ପ୍ରଶାନ୍ତ କୁମାର ସାହୁ ପ୍ରମୁଖ,ଢେଙ୍କାନାଳ ଜିଲ୍ଲା ଶିକ୍ଷାବିଭାଗ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ,ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷୟିତ୍ରୀ -ପ୍ରଧାନ ଶିକ୍ଷକ ବୃନ୍ଦ,ଶିକ୍ଷୟିତ୍ରୀ -ଶିକ୍ଷକ ବୃନ୍ଦ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା – ସଦସ୍ୟ ବୃନ୍ଦ, ବି.ଆର୍.ସି.ସି ବୃନ୍ଦ,ସି.ଆର୍.ସି.ସି ବୃନ୍ଦ,ସମସ୍ତ ଶିକ୍ଷା ବିଭାଗର କାର୍ମଚାରୀ ବୃନ୍ଦ,ଛାତ୍ରୀ – ଛାତ୍ର ବୃନ୍ଦ,ସେମାନଙ୍କ ମାତା – ପିତା, ଅଭିଭାବିକା – ଅଭିଭାବକ ବୃନ୍ଦ ଓ ଶିକ୍ଷାକୁ ଭଲ ପାଉଥିବା ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମିଳିତ ସହଭାଗିତାରେ ଏହି ସୁନ୍ଦର କାର୍ଯ୍ୟକ୍ରମଟିର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା କାର୍ଯ୍ୟକ୍ରମ ସଂଯୋଜକ ଦୁଷ୍ମନ୍ତ କୁମାର ସାହୁ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,ସଭା ସଂଯୋଜନା ଓ ଫଳାଫଳ ଘୋଷଣା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଡ଼ା.ଦେବୀ ପ୍ରସାଦ ମିଶ୍ର,ରାଷ୍ଟ୍ରପତି ସ୍କାଉଟ୍,ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍,ପରାମର୍ଶଦାତା,ମାର୍ଗଦର୍ଶକ, ବିଚାରକ,ପର୍ଯ୍ୟବେକ୍ଷକ,ବରିଷ୍ଠ ନାଗରିକ,ସାମାଜିକ କର୍ମୀ ତଥା ଭ୍ରାମ୍ୟମାଣ ଅବୈତନିକ ସମ୍ବାଦଦାତା

