ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତମାଖୁମୁକ୍ତ,ନାରିସଶକ୍ତି କରଣ ଓ ବିପର୍ଯ୍ୟୟ ପରିଚାଳନାରେ ସମ୍ପର୍କରେ କର୍ମଶାଳା ଅନୁଷ୍ଠିତ

ତମାଖୁମୁକ୍ତ,ନାରିସଶକ୍ତି କରଣ ଓ ବିପର୍ଯ୍ୟୟ ପରିଚାଳନାରେ ସମ୍ପର୍କରେ କର୍ମଶାଳା ଅନୁଷ୍ଠିତ

ଯାଜପୁର,୨୯l୧୧(ମସିହା ନ୍ୟୁଜ) ପ୍ରଦୀପ କୁମାର ମଲ୍ଲିକ : ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବରୁଣେଶ୍ବର ମହାବିଦ୍ୟାଳୟରେ ଯୁବ ରେଡକ୍ରସ ପକ୍ଷରୁ ଆୟୋଜିତ କର୍ମଶାଳାରେ ଶନିବାର ଦ୍ଵିତୀୟ ଦିବସରେ ତମାଖୁ ମୁକ୍ତ,ନାରୀସଶକ୍ତିକରଣ ଓ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ବର୍ତ୍ତମାନ ଯୁବଗୋଷ୍ଟିର ବହୁଳ ତମାଖୁ ବ୍ୟବହାର ସାରା ବିଶ୍ୱର ଚିନ୍ତାର କାରଣ ହୋଇଅଛି । ତମାଖୁ ସେବନ ଦ୍ଵାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ଯୋଗୁଁ ପ୍ରତି ବର୍ଷ ବିଶ୍ଵରେ ୮୦ଲକ୍ଷରୁ ଅଧିକ ବ୍ୟକ୍ତି ମୃତୁ ବରଣ କରୁଥିବା ଏକ ପରିସଂଖ୍ଯାନ ଜଣାପଡ଼ିଛି । ବିଶ୍ଵରେ ବାର୍ଷିକ ସମସ୍ତ ମୃତ୍ୟୁର ପ୍ରାୟ ଶତକଡ଼ା ୬୩ ପ୍ରତିଶତ ତମାଖୁ ସେବନ ଜନିତ ମୃତ୍ୟୁ ବୋଲି ଆକଳନ କରାଯାଇଛି । ତମାଖୁ ସେବନ ଦ୍ୱାରା ଭାରତବର୍ଷରେ ପ୍ରତି ବର୍ଷ କର୍କଟ, ହୃଦରୋଗ, ଶ୍ୱାସଜନିତ ରୋଗ,ମଧୁମେହ,ମସ୍ତିକଘାତ ଆଦି ରୋଗରେ ପଡ଼ି ୨୮ଲକ୍ଷରୁ ଉର୍ଦ୍ଧ ବ୍ୟକ୍ତି ମୃତୁ ମୁଖରେ ପଡ଼ିଥାନ୍ତି ବୋଲି ଏହି ତମାଖୁ ମୁକ୍ତ ଅଭିଯାନରେ ସଲାମ ଇଣ୍ଡିଆର ଡ଼ଃ ଇମ୍ରାନ ତଥ୍ୟ ଦେବା ସହ ଉପସ୍ଥିତ ଛାତ୍ରଛାତ୍ରୀକୁ ତମାକୁ ମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ କରିଥିଲେ l ସେହି ପରି ବିପର୍ଯ୍ୟୟ ପରିଚାଳନାରେ ବିପଦ ସମୟରେ ଜନସାଧାରଣଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ ସେ ସଂପର୍କରେ ଅରମାନଦେଵ ପୁହାଣ ଛାତ୍ରଛାତ୍ରୀକୁ ମାନଙ୍କୁ ଆଲୋଚନା ମାଧ୍ୟମରେ ସଚେତନ କରିଥିଲେ l ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଡ଼ଃ ଦାଶରଥୀ ମହାରଣା ସମାଜରେ ନାରୀସଶକ୍ତି କରଣ ହେଲେ ସମାଜର ଅର୍ଥନୈତିକ ବିକାଶ ହେବା ସହ କିପରି ନାରୀସଶକ୍ତି କରାଯାଇପାରିଜ ସେ ସମ୍ପର୍କରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସର ସାଙ୍ଗଠନିକ ସମ୍ପାଦକ ଅଧ୍ୟାପକ କୃଷ୍ଣଚନ୍ଦ୍ର ଜେନା ସଂଚାଳନ କରୁଥିଲାବେଳେ ଜିଲ୍ଲାର ୧୪୦ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |

Related posts

ତେରେସିଂହା ରେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

masiha

ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପ୍ରଚେଷ୍ଟା , କଳାହାଣ୍ଡି ଜିଲ୍ଲାର ୧୧ଜଣ କଳାକାର ଆଜି ଯିବେ ଜାପାନ

ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ

Leave a Comment

error: Content is protected !!